ଓଡ଼ିଆ ବାର୍ତ୍ତା/ ସିନାପାଲି(ରମେଶ ମେହେର): ଗଙ୍ଗାଧର ସାରସ୍ୱତ ସମିତି ଓ ସ୍ୱର ସଙ୍ଗମ କଳା ପରିଷଦ ଆନୁକୂଲ୍ଯରେ କଳା ପରିଷଦର ସଭାଗୃହରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୪ତମ ଜନ୍ମଜୟନ୍ତୀ ପାଳିତ ହୋଇଛି । ସଭା ଆରମ୍ଭରେ ସାରସ୍ୱତ ସମିତିର ସଭାପତି ବୈଷ୍ଣବ ମେହେର ସମସ୍ତଙ୍କୁ ସ୍ୱାଗତ କରିବା ସହ ଜୟନ୍ତୀ ପାଳନର ଉଦ୍ଦେଶ୍ଯଜ୍ଞାପନ କରିଥିଲେ । ଏହା ପରେ ମଧୁବାବୁଙ୍କ ପଟୋ ଚିତ୍ରରେ ମାଲ୍ଯାର୍ପଣ କରି ଦୀପ ପ୍ରଜ୍ଜଳନ କରାଯାଇଥିଲା । ବରିଷ୍ଠ ଶିକ୍ଷାବିତ୍ ରବିଂଦ୍ରନାଥ ଯୋଷୀ, ପ୍ରବଚକ ତରୁଣ କୁମାର ମେହେର ପ୍ରମୁଖ ଉପସ୍ଥିତ ରହି ମଧୁବାବୁଙ୍କ ଆଦର୍ଶ ଜୀବନର ସ୍ମୃତିଚାରଣ କରିଥିଲେ । ଏ ଅବସରରେ କବି ପ୍ରଦ୍ୱୁମ୍ନ କୁମାର ସିଂହ ଚିନ୍ଦା, ମନୋଜ ମହାନନ୍ଦ, ପ୍ରମୋଦ ଧିବର ମଧୁବାବୁଙ୍କ ରଚିତ କବିତା ଗାନ କରିଥିବା ବେଳେ ଯୁବକବି ପ୍ରେମାନନ୍ଦ ମେହେର ତାଙ୍କ ସଂକ୍ଷିପ୍ତ ଜୀବନୀ ପାଠ କରିଥିଲେ । ଶେଷରେ ଶିକ୍ଷକ ଲୋଚନ ମେହେର ସମସ୍ତଙ୍କୁ ଧନ୍ଯବାଦ ଦେଇଥିଲେ ।