ସ. ମାଲପଡାରେ ରାମଚରିତ ମାନସ ପାରାୟଣ : ପରମ ପବିତ୍ର ରାମ କଥା ସୁଣାଉଛନ୍ତି ପ୍ରବଚିକା ଶୁଶ୍ରୀ ବନ୍ଦୀତା 

କର୍ଲାମୁଣ୍ଡା,୨୦/୩ : ଏକ ଭକ୍ତିମୟ ପରିବେଶ ମଧ୍ୟରେ କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ସ. ମାଲପଡା ଠାରେ ରାମଚରିତ ମାନସ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ମର୍ଯ୍ୟଦା ପୁରୁଷୋତ୍ତମ ଭଗବାନ ଶ୍ରୀରାମଙ୍କ ଗୁଣାବଳୀ ଓ ଲିଳା ଚରିତକୁ ନେଇ ଅନୁଷ୍ଠିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ରାମଚରିତ ମାନସ ମହାଗ୍ରନ୍ଥ ପାରାୟଣ କରୁଛନ୍ତି ଶୁଶ୍ରୀ ବନ୍ଦୀତା ନାୟକ । ପଶ୍ଚିମ ଓଡ଼ିଶାର ବ୍ୟାସ ଭାବରେ ପରିଚିତ ବ୍ୟାସ ପ୍ରବଚିକା ଶୁଶ୍ରୀ ବନ୍ଦୀତା ଜଣେ ବିଜ୍ଞ ବକ୍ତା ଭାବେ ସୁପରିଚିତ । ନିଜର ପ୍ରଚଣ୍ଡ ଧୀଶକ୍ତି ବଳରେ ସେ ଶ୍ରୋତାଙ୍କ ଅନ୍ତର ଭିତରେ ଆଧ୍ୟାତ୍ମୀକତାର ବୀଜ ବପନ କରି ସନାତନ ଧର୍ମର ପ୍ରଚାର ପ୍ରସାରରେ ବ୍ରତି ହୋଇ ପାରିଛନ୍ତି ।

Omkar Vasthu
Omkar Vasthu

ଉକ୍ତ କାର୍ଯ୍ୟକ୍ରମରେ ସ. ମାଲପଡାର ବିଶିଷ୍ଟ ବ୍ୟକ୍ତି ତ୍ରିଗତ ସାହୁ ଓ ତାଙ୍କ ଧର୍ମପତ୍ନି ଚନ୍ଦ୍ରକାନ୍ତି ଯଜ୍ଞକର୍ତ୍ତା ଦାଇତ୍ବ ବହନ କରିଛନ୍ତି । କାର୍ଯ୍ୟକ୍ରମଟି ପାଞ୍ଚ ଦିନ ଧରି ଚାଲିବ । ପ୍ରତ୍ୟହ୍ୟ ସକାଳ ୭ ଘଣ୍ଟା ଆରମ୍ଭ ହୋଇ ସନ୍ଧ୍ୟା ୪ ଘଣ୍ଟା ପର୍ଯ୍ୟନ୍ତି ପ୍ରବଚନ ଚାଲିଛି । ଏହି କାର୍ଯ୍ୟକ୍ରମରେ ଆଖପାଖ ଅଞ୍ଚଳର ଶହ ଶହ ଭକ୍ତ ଯୋଗ ଦେଉଥିବ ଦେଖିବାକୁ ମିଳିଛି । କଳାପରିଷଦ ଅନୁଷ୍ଠାନ ସ.ମାଲପଡାର ଲୋହିତ ସାହୁ, ଦେବେନ୍ଦ୍ର ସାହୁ, ସୁବଳ ସାହୁ, ତ୍ରିଭୂବନ ସାହୁ, ଭୋଲାନାଥ ସାହୁ, ସ୍ବାଧୀନଙ୍କ ସହ ଗ୍ରାମବାସୀଙ୍କ ସହଯୋଗରେ କାର୍ଯ୍ୟକ୍ରମ ଆଗେଇ ଚାଲିଥିବାବେଳେ ଆସନ୍ତା କାଲି (ଗୁରୁବାର) ଏହା ସମାପନ ହେବବୋଲି ଆୟୋଜକ କମିଟି ସୂଚନା ଦେଇଛନ୍ତି ।

Pearl dental clinic
Near Ashish Medical Store, Bhawanipatna

କର୍ଲାମୁଣ୍ଡାରୁ ବାଲକୁମାର ସାହୁଙ୍କ ରିପୋର୍ଟ odiabarta.in

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.