ଡ. ଭବାନୀ ଶଙ୍କର ନିଆଲଙ୍କ ଇଂରାଜୀ କବିତା ପୁସ୍ତକ ଉନ୍ମୋଚିତ

ଓଡ଼ିଆ ବାର୍ତ୍ତା/କଳାହାଣ୍ଡି (ରଜତ ବଂଶଳ): ସାହିତ୍ୟ କୌଣସି ଭାଷାର ପରିଧି ଭିତରେ ବାନ୍ଧି ହୋଇନଥାଏ। ଏହା କେବଳ ଭାଷା ମାଧ୍ୟମରେ ଅପହଞ୍ଚ ଲୋକ ପାଖରେ ପହଂଚିଯାଏ। ଯାହା ଦ୍ୱାରା ସାହିତ୍ୟ ବିଶ୍ଵବ୍ୟାପୀ ହୋଇଥାଏ। ଏ ଦିଗରେ ଅନୁବାଦ ସାହିତ୍ୟ ଏକ ମାଇଲଖୁଣ୍ଟ। ଏହି ଅନୁବାଦ ଦ୍ୱାରା କବି ଭବାନୀଶଙ୍କର ନିଆଲଙ୍କ କବିତା ବିଶ୍ୱର ବିଭିନ୍ନ ଭାଷାରେ ଅନୁଦିତ ହୋଇପାରିଛି ଏବଂ ପାଠକଙ୍କ ଦୃଷ୍ଟି ଆକର୍ଷଣ କରିଛି ବୋଲି ଡ. ଭବାନୀ ଶଙ୍କର ନିଆଲଙ୍କ କବିତା ପୁସ୍ତକ ଉନ୍ମୋଚନ ସମାରୋହରେ ମତ ପ୍ରକାଶ ପାଇଛି। କଳାହାଣ୍ଡି ବିଶ୍ୱବିଦ୍ୟାଳୟ କନଫରେନ୍ସ ହଲଠାରେ କବି ଡ଼. ଭବାନୀଶଙ୍କର ନିଆଲଙ୍କ ଦୁଇଟି କବିତା ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏଥିରେ କବିତା ସଙ୍କଳନ ‘ଲକଡାଉନ’ ଓ ‘ଏନ ଏନକାଉଣ୍ଟର ଡେଥ’ ପୁସ୍ତକକୁ ଅତିଥିମାନେ ଉନ୍ମୋଚନ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସଞ୍ଜୟ ଶତପଥୀ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ରେଜିଷ୍ଟାର ପିତାମ୍ବର ଭୋଇ, ବରିଷ୍ଠ ଲେଖକ ସତ୍ୟ ପଟ୍ଟନାୟକ ଉପସ୍ଥିତ ଥିଲେ। ସମୀକ୍ଷା କରିଥିଲେ ଅଧ୍ୟାପକ ତପନ ରଥ, ଅଧ୍ୟାପକ ବଂକିମ ମୁଣ୍ଡ ଓ ଅଧ୍ୟାପକ ଲିଙ୍ଗରାଜ ପାତ୍ର। ସଭାପତିତ୍ୱ କରିଥିଲେ ବିଶିଷ୍ଟ ଗାଳ୍ପିକ ତଥା ମହୁରି ସଂପାଦକ ସୁକାନ୍ତ ସାହୁ। ସ୍ୱାଗତ ଭାଷଣ ଦେଇଥିଲେ କବି ବିରଂଚି ମୁଣ୍ଡ। ସଭା ପରିଚାଳନା କରିଥିଲେ ମେଜର ଜୟଦେବ ସାହୁ। ଏହି ଅବସରରେ ଆୟୋଜିତ କବିତା ଆସରକୁ ସଂଯୋଜନା କରିଥିଲେ କବି ବିରଞ୍ଚି ମୁଣ୍ଡ ଓ ପୂଣ୍ୟଦୀପା ଖମାରୀ। କବି ରାଜେଶ ମୁଣ୍ଡ, ସନ୍ତୋଷ ମେହେର, ରଜତ ବଂଶଲ, ଘନଶ୍ୟାମ ସିଂହ, ଦୀପ୍ତି ମୁଣ୍ଡ, ମିନତୀ ପଧାନ, ତ୍ରିନାଥଶ୍ୟାମ କୁମାର, ଧନଞ୍ଜୟ ସାହୁ, ଖୁସିରାମ ସାହୁ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ। ନିଜସ୍ୱ ଅନୁଭୂତି ସହ ଧନ୍ୟବାଦ ଦେଇଥିଲେ କବି ଭବାନୀଶଙ୍କର ନିଆଲ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.