ଟ୍ରକ ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ

ଓଡ଼ିଆ ବାର୍ତ୍ତା/କେସିଙ୍ଗା (ମଧୁସୂଦନ ଠାକୁର): ଆଜି କେସିଙ୍ଗା ଥାନା ସମ୍ମୁଖରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏକ ୧୬ଚକିଆ ଟ୍ରକ ଧକ୍କା ହେବା ଫଳରେ ମୋଟର ସାଇକେଲ ଆରୋହୀଙ୍କ ଘଟଣା ସ୍ଥଳେ ମୃତ୍ୟୁ ଘଟିଛି। ପ୍ରାପ୍ତ ସୂଚନା ଅନୁସାରେ କେସିଙ୍ଗା ଏନଏସି ୱାର୍ଡ଼ ନମ୍ବର ୮ ର ପିଣ୍ଟୁ ସାହା(୩୫), କରୁଣା ମାଝୀ(୨୨), ତୁଷାର ମାଝୀ(୨୫), ସମୀର ରଣା(୧୪) ଏହି ୪ଜଣ ଯୁବକ କାନ୍ତେଶିର ଗ୍ରାମରେ ଟେଣ୍ଟ କାମ ସାରି ନିଜ ଘରକୁ ଫେରୁଥିବା ସମୟରେ କେସିଙ୍ଗା ଆଦର୍ଶ ଥାନା ସମ୍ମୁଖରେ ଏକ ୧୬ ଚକିଆ ଟ୍ରକ ନମ୍ବର କେ.ଏ. ୦୧-ଏ-ଇ /୦୬୦୫ ବାଙ୍ଗାଲୋର ଠାରୁ କେସିଙ୍ଗା ତେଲ ନଦୀକୁ ସୋଲାର ପ୍ଲେଟ ଆଣୁଥିବା ଥିବା ଟ୍ରକ ଟି ଆପାଚି ମୋଟର ସାଇକେଲ ନ.ଓ.ଡ଼ି.୦୮-ଏନ.୦୩୯୧ ରେ ୪ଜଣ ଯୁବକ ବସି ଥିଲେ। ମୋଟର ସାଇକେଲ ଚାଳକ ପିଣ୍ଟୁ ସାହା ମୁଣ୍ଡରେ ପଗଡ଼ି ବାନ୍ଧି ଯାଉଥିବା ବେଳେ ଟ୍ରକର ସେପ୍ଟି ବକ୍ସରେ ଲାଗି ଯିବାରୁ ଘଟଣା ସ୍ଥଳରେ ପଡି ଯାଇ ମୃତ୍ୟୁ ଘଟିଛି। ଆଉ ୩ଜଣ ଅତି ଗୁରୁତର ହେବାରୁ ପ୍ରଥମେ କେସିଙ୍ଗା ଡାକ୍ତରଖାନା ଓ ପରେ ଭବାନୀପାଟଣା କୁ ସ୍ଥାନାନ୍ତରିତ କରାଯାଇଛି। ସେମାନଙ୍କ ମଧ୍ୟରୁ ମଧ୍ୟ ଜଣଙ୍କର ମୃତ୍ୟୁ ହୋଇଯାଇଥିବା ସୂଚନା ଆସି ପହଞ୍ଚିଛି। ଏ ନେଇ କେସିଙ୍ଗା ଥାନାର କେଶ ନମ୍ବର ୧୮୪/୨୨ କେଶ ରୁଜୁ ହୋଇ ତଦନ୍ତ ଜାରି ରହିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.