ଟିଟିଲାଗଡ,୨୧/୩ : ପବିତ୍ର ଦୋଳ ପୂର୍ଣ୍ଣିମାର ଶୁଭ ଅବସରରେ କତରକେଲା ଗ୍ରାମ ପଞ୍ଚାୟତ ଅଧିନସ୍ଥ କୁମୁଡିପଦର ଠାରେ ରାଧାକୃଷ୍ଣ କମିଟି ଦ୍ବାରା ଆଦ୍ଧ୍ୟାତ୍ମିକ ପରିବେଶ ମଧ୍ୟରେ ଷୋହଲ ପ୍ରହରୀ ନାମ ସଂକିର୍ତ୍ତନ ଆରମ୍ଭ ହୋଇଯାଇଛି । ମଙ୍ଗଳବାର ଅଧିବାସ ଦିନ ସନ୍ଧ୍ୟା ସମୟରେ ସୁଦୁର କଦଳୀ ବନ୍ଦ ଠାରୁ କଳସ ଯାତ୍ରା କରିଥିବା ବେଳେ ବୁଧବାର ସକାଳେ ନାମ ସଂକିର୍ତ୍ତନ ଆରମ୍ଭ ହୋଇଯାଇଛି । ଆଜି (ଗୁରୁବାର) ହରିନାମ ସଂକିର୍ତନ୍ୟ ଚାଲିଥିବା ବେଳେ ଶୁକ୍ରବାର ପୂର୍ଣ୍ଣାହୁତୀ, ନଗର ସଂକିର୍ତନ୍ୟ ଓ ଦଧି ହାଣ୍ଡି ଭଗ୍ନ କରାଯିବାର କାର୍ଯ୍ୟକ୍ରମ ରହିଛି ।
ଉକ୍ତ ନାମ ଯଜ୍ଞରେ କର୍ତ୍ତା ଭାବେ ଶ୍ରୀଯୁକ୍ତ ହରୀ ବଗର୍ତ୍ତୀ ଓ ଶ୍ରୀମତୀ ଲିମସେ ବଗର୍ତ୍ତୀ ରହିଥିବା ବେଳେ ପୂଜକ ଶ୍ରୀଯୁକ୍ତ ଗୌରଚନ୍ଦ୍ର ମିଶ୍ର, ଜପକ ପ୍ରବୀଣ କୁମାର ମିଶ୍ର ଓ ଶ୍ରୀଯୁକ୍ତ ସୁଧିର ଚନ୍ଦ୍ର ପାଢୀ ପାଚକ ଦାୟୀତ୍ବରେ ଅଛନ୍ତି ।
ଅମୁର୍ଲା, ପଟାମରା, ଖଏରମାଲ (ମହିଳା), ଟିକ୍ରାପଡା, କୁମୁଡିପଦର(ମହିଳା) ,ପ୍ରମୁଖ ସଂକିର୍ତ୍ତନ ମଣ୍ଡଳୀ ଗୁଡିକ ଅଂଶଗ୍ରହଣ କରିଥିବା ବେଳେ ଟିକ୍ରାପଡା ମହିଳା ସଂକିର୍ତ୍ତନ ମଣ୍ଡଳୀଙ୍କ ଦ୍ବାରା ହୋଇଥିବା ନାମ ସଂକିର୍ତ୍ତନ ସମସ୍ତଙ୍କୁ ଆକର୍ଷିତ କରିଥିଲା ।
ରାଧାକୃଷ୍ଣ କମିଟି ର ସଦସ୍ୟ କୃଷ୍ଣଚନ୍ଦ୍ର ବଗର୍ତ୍ତୀ, ଜଳ ବଗର୍ତ୍ତୀ, ଅଗସ୍ତୀ ସାହୁ, ଅଲେଖ ବଗର୍ତ୍ତୀ, ଯୁବରାଜ ବଗର୍ତ୍ତୀ, ଶଙ୍କର ବଗର୍ତ୍ତୀ, ରାଜ ଛତର, କୃପା ସୁନାନୀ, ବସନ୍ତ ବଗର୍ତ୍ତୀ, ଲୋଚନ ବଗର୍ତ୍ତୀ, ରୋହିତ ବାଗ, ଭିଷ୍ମ କାଣ୍ଡ, ଖୁସିରାମ ବଗର୍ତ୍ତୀ ତଥା ଅନ୍ୟାନ୍ୟ କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ । ଭଗବାନ ହରୀଙ୍କ ନାମ ସଂକିର୍ତ୍ତନ ଶ୍ରବଣ କରିବା ସହ ରାଧା କୃଷ୍ଣ ଓ କୃଷ୍ଣ ଭକ୍ତ ମାନଙ୍କୁ ଦର୍ଶନ କରିବା ପାଇଁ ଶ୍ରଧାଳୁ ମାନଙ୍କ ପ୍ରବଳ ଗହଳୀ ଲାଗିରହିଛି ।