ବିଶ୍ୱ ରେଡକ୍ରସ ଦିବସ ଅବସରରେ ଅନୁଷ୍ଠିତ ହେବ ରକ୍ତଦାନ ଶିବିର

ଓଡ଼ିଆ ବାର୍ତ୍ତା/ ରାୟଗଡ (ଶିବ ନାରାୟଣ ଗୈାଡ): ରାୟଗଡରେ ରେଡ୍‍ କ୍ରସ ଶାଖାର ସାଧାରଣ ପରିଷଦ ବୈଠକ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ସାବାସି ମାଧ୍ୟମରେ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରାରମ୍ଭରେ ଜିଲ୍ଲା ଜରୁରୀ କାଳିନ ଅଧିକାରୀ ଶ୍ରୀ ସୁକାନ୍ତ କୁମାର ପ୍ରଧାନ ବୈଠକର ଉଦ୍ଦେଶ୍ୟ ଉପରେ ବିଶେଷ ଭାବରେ ଉପସ୍ଥାପନା କରିଥିଲେ । ବିଶେଷ କରି ରେଡ୍‍ କ୍ରସର ଦାନ ସଂଗ୍ରହ ଓ ଅର୍ଥବ୍ୟୟ ଉପରେ ଉପସ୍ଥାପନା କରିଥିଲେ । ଏହା ଉପରେ ଜିଲ୍ଲାପାଳ ଅନୁଧ୍ୟାନ କରି ଜିଲ୍ଲାର ଲକ୍ଷ୍ୟ ଧାର୍ଯ୍ୟ ଠାରୁ ବହୁତ କମ ଦାନପାଣ୍ଠି ଆଦାୟ ହୋଇଥିବାରୁ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଏହାକୁ ସମୀକ୍ଷା କରି ଜିଲ୍ଲାପାଳ କହିଲେ ଯେ, ଏହି ପାଣ୍ଠି ବହୁତ ଦୁଃଖୀ, ରଙ୍କି ମାନଙ୍କର ସେବାରେ ବିନିଯୋଗ ହେଉଥିବାରୁ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କୁ ତୁରନ୍ତ ସଂଗ୍ରହ କରାଯାଇଥିବା ଦାନ ପାଣ୍ଠିକୁ ଜିଲ୍ଲା ରେଡ୍‍ କ୍ରସ ପାଣ୍ଠିରେ ଜମା କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । ଆସନ୍ତା ୮ତାରିଖ ଦିନ ବିଶ୍ୱ ରେଡ୍‍ କ୍ରସ ସଂସ୍ଥାର ସଂସ୍ଥାପକା ଜନ୍‍ ହେନେରି ଡୁନାଣ୍ଟଙ୍କ ଜନ୍ମଦିନ ଥିବାରୁ ଏହି ଦିବସରେ ସ୍ଥାନୀୟ ଜିଲ୍ଲା ରକ୍ତ ଭଠାରରେ ରକ୍ତ ଦାନ ଶିବିର ଆୟୋଜନ କରିବା ନିମନ୍ତେ ଜିଲ୍ଲାପାଳ କହିଥିଲେ । ଏଥି ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ରକ୍ତ ଦାନ ଶିବିର ଆୟୋଜନ ନିମନ୍ତେ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଏହା ଆସନ୍ତା କାଲି ସକାଳ ଘ.୯.୦୦ ଘଟିକା ଠାରୁ ଅପରାହ୍ନ ଘ.୫.୦୦ ପର୍ଯ୍ୟନ୍ତ ରକ୍ତ ଦାନ ଶିବିର ଅନୁଷ୍ଠିତ ହେବ । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୋମନାଥ ପ୍ରଧାନ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ପି.ଡି.ଡି.ଆର୍‍.ଡି.ଏ ଶ୍ରୀ ରବି ନାରାୟଣ ତ୍ରିପାଠୀ, ଉପ-ଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ, ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଜିଲ୍ଲାର ସମସ୍ତ ତହସିଲଦାର ଏବଂ ରେଡ୍‍ କ୍ରସ ସୋସାଇଟିର ସଦସ୍ୟ ମାନେ ଯୋଗ ଦେଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.