ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ନାଗାବଳି ଲାୟନ୍ସ କ୍ଲବର ନୂତନ କର୍ମକର୍ତ୍ତା ଚୟନ ହୋଇଯାଇଛି । ସ୍ଥାନୀୟ ସଂସ୍କୃତି ଭବନ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଚଳିତ ୨୦୨୨-୨୩ବର୍ଷ ନିମନ୍ତେ ନୂତନ କର୍ମକର୍ତ୍ତା ଚୟନ କରାଯାଇଛି । ଏଥିରେ ସଭାପତି ଭାବେ ବାବୁଲାଲ ଗନ୍ତାୟତ, ସମ୍ପାଦକ ଭାବେ ରବି ଶତପଥି, କୋଷାଧ୍ୟକ୍ଷ ହରପ୍ରସାଦ ହେପ୍ରୃକା, ଉପସଭାପତି ଅଜିତ ପାଣିଗ୍ରାହୀ ଓ ଅରୁଣ କୁମାର ପାଣିଗ୍ରାହୀ ଚୟନ ହୋଇଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ଜୋନାଲ ଅଧ୍ୟକ୍ଷା ରୁବିରାଣି କୁଣ୍ଡୁ, ଚାଟର ସଭାପତି ତଥା ଶିକ୍ଷାବିତ ଡା. ଦୂଷ୍ମନ୍ତକୁମାର ମହାନ୍ତି, ନୂତନ କାର୍ଯ୍ୟନିର୍ବାହୀ ପ୍ରାଶାସକ ବ୍ରଜସୁନ୍ଦର ନାୟକ ଉପସ୍ଥିତ ରହି ନୂତନ କର୍ମକର୍ତ୍ତାଙ୍କୁ ସ୍ୱାଗତ କରିବା ସହ ଶୁଭେଚ୍ଛା ଜଣାଇଥିଲେ । ଆସନ୍ତା ଜୁନ ୧ତାରିଖରେ ସମସ୍ତ ନୂତନ କର୍ମକର୍ତ୍ତା ଦାୟିତ୍ୱ ଗ୍ରହଣ କରିବେ ବୋଲି ଲାୟନ୍ସ ଲାବଣ୍ୟ ମୋହନ ପଟ୍ଟନାୟକ ସୂଚନା ଦେଇଛନ୍ତି ।