ଅନାଥାଶ୍ରମ ଅନ୍ତେବାସୀଙ୍କୁ ହାଇଜେନିକ କିଟ୍ ବଣ୍ଟନ

ଭାରତୀୟ ରେଡକ୍ରସ ସୋସାଇଟି ଓଡ଼ିଶା ରାଜ୍ୟ ଶାଖା ପକ୍ଷରୁ ଗୋଲାମୁଣ୍ଡାରେ ବିଶ୍ବ ରେଡକ୍ରସ ଦିବସ ପାଳନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଳ): ଗୋଲାମୁଣ୍ଡା ନବଜୀବନ ଅନାଥାଶ୍ରମରେ ଭାରତୀୟ ରେଡକ୍ରସ ସୋସାଇଟି ଓଡ଼ିଶା ରାଜ୍ୟ ଶାଖା ତରଫରୁ ବିଶ୍ବ ରେଡକ୍ରସ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଅନାଥାଶ୍ରମ ଅନ୍ତେବାସୀ ମାନଙ୍କୁ ହାଇଜେନିକ କିଟ୍ ଓ ମାସ୍କ୍ ବଣ୍ଟନ କରାଯାଇଛି । ଅତିଥିଙ୍କ ଦ୍ଵାରା ପ୍ରଥମେ ରେଡକ୍ରସ ପତାକା ଉତ୍ତୋଳନ କରାଯିବା ପରେ ରେଡକ୍ରସର ପ୍ରତିଷ୍ଠାତା ହେନେରୀ ଡୁନାଣ୍ଟଙ୍କ ଫଟୋରେ ମାଲ୍ୟାର୍ପଣ କରାଯାଇଥିଲା । ଗୋଲାମୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ସ୍ନିଗ୍ଧା ରାଣୀ ପ୍ରଧାନଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ, ସମ୍ମାନୀତ ଅତିଥି ଭାବେ ଗୋଲାମୁଣ୍ଡା ସରପଞ୍ଚ ପୁରୁଷୋତ୍ତମ ରାଉତ, ବ୍ଲକ ଅଫିସ ମୁଖ୍ୟ କିରାଣୀ ପ୍ରଦୀପ ମହାପାତ୍ର, ଖେଳ ଶିକ୍ଷକ ସନ୍ତୋଷ କୁମାର ବାରିକ ଓ ସମାଜ ସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ରହି ବ୍ୟକ୍ତିଗତ ସ୍ବଚ୍ଛତା ଉପରେ ଗୁରୁତ୍ଵ ଦେବା ସହ ମାସ୍କ ତଥା ସାନିଟାଇଜାର ବ୍ୟବହାର ବିଷୟରେ ଆଲୋଚନା କରିଥିଲେ । ସେମେଲିଆନ୍ ମହାବିଦ୍ୟାଳୟ , ଚିଚିଆର ଯୁବ ରେଡ଼କ୍ରସ ପରାମର୍ଶ ଦାତା ଡ. ନୃସିଂହାନନ୍ଦ ସାମଲ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଜିଲ୍ଳା ଯୁବ ରେଡ଼କ୍ରସ ସଂଯୋଜକ ଶାନ୍ତନୁ କୁମାର ପରିଡ଼ା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସ୍ଥାନୀୟ ସର୍ବ ମଙ୍ଗଳା ମହା ବିଦ୍ୟାଳୟର ଯୁବ ରେଡ଼କ୍ରସ ସ୍ବେଚ୍ଛାସେବୀମାନେ ଏହି କିଟ୍ ବଣ୍ଟନ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ । ଶେଷରେ ନବ ଜୀବନ ଅନାଥାଶ୍ରମର ପ୍ରତିଷ୍ଠାତା ରାମ ବିଳାସ ସାଗର ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.