କବିତା: ସ୍ୱୟଂ ଚାଳିତ ପୃଥିବୀ

✍🏾ବିରଞ୍ଚି ନାରାୟଣ ଚୌଧୁରୀ

ସମୁଦ୍ର ଭିତରୁ ଭାସି ଆସୁଥିବା
ଉଦିତରକ୍ତିମ ସୂର୍ଯ୍ୟ କିରଣ
ସୁଦୀର୍ଘ ନୀଳ ଆକାଶର
ବୁକୁ ଚିରା ଦୃଶ୍ୟ
ସବୁ ସ୍ୱଂୟ ଚାଳିତ ପୃଥିବି ର
ଚିରା ଚରିତ ଗତି ।।

Omkar Vasthu
Omkar Vasthu

ସକାଳର ସୁନେଲି କିରଣ
ମୁଣ୍ଡଉପର ସୂର୍ଯ୍ୟ ଙ୍କ ଅସ୍ତିତ୍ବ
ପୁଣି ଅପରାହ୍ନ ସୂର୍ଯ୍ୟଙ୍କ ପଳାୟନ
ନିକଟେ ଉଦ୍ଭାସିତ ସୂର୍ଯ୍ୟ ଙ୍କ
ପଶ୍ଚିମ ପାହାଡ଼େ ବିଶ୍ରାମ
ସବୁ ସେହି ସ୍ୱୟଂ ଚାଳିତ
ପୃଥିବି ର ଅବିଶ୍ରାନ୍ତ କର୍ମ ।।

Pearl dental clinic
Near Ashish Medical Store, Bhawanipatna

ଗ୍ରୀଷ୍ମ ଋତୁର ଅIଗ୍ନିକ ସୂର୍ଯ୍ୟ କିରଣ
ବର୍ଷା ଋତୁର ମେଘ ରେ
ଲୁଚକାଳି ଖେଳୁଥିବା ସୂର୍ଯ୍ୟ
ପୁଣି କେବେ ସପ୍ତ ଇନ୍ଦ୍ରଧନୁ
ର ମନଲୋଭା ଶୋଭା
ସ୍ପର୍ଶ ରେ ଶୋଭାପାଉଥିବା ସୂର୍ଯ୍ୟ
ଭ୍ରମିତ କରାଏ ମନ ସେହି
ସ୍ୱୟଂ ଚାଳିତ ପୃଥିବି ର କର୍ମ ।।

Udyog Nursery
Udyogi Nursery

ବର୍ଷା ରାଣୀର କୋଳରୁ
ବିଦାୟ ମେଘୁଆ ଆକାଶ
ପୁଣି ଶରତ ଋତୁ ର ପ୍ରେମ ର ସ୍ପର୍ଶ
ଆକାଶେ ଖଣ୍ଡ ଭସା ଧଳା ବାଦଲ
ଋତୁ ଅନୁଯାୟୀ ଧର୍ମ ର ଆଗମନ
କୁହୁଳିକା ଆଣିଦିଏ ମନର
ଅଦ୍ଭୁତ ଶକ୍ତି
ସ୍ୱୟଂ ଚାଳିତ ପୃଥିବୀର ।।

ଶରତ ଋତୁର ଅନ୍ତିମ ବିଦାୟ
ବାସ୍ନା ବିହୀନ
ହେମନ୍ତ ଋତୁର ଆଗମନ
ଧରଣୀ କୋଳରେ ଉଜୁଡୁଥିବା
କେଣ୍ଡା କେଣ୍ଡା ସୁନାର ଶସ୍ୟ ଫସଲ
ସବୁ ସେଇ ସ୍ୱୟଂ ଚାଳିତ
ପୃଥିବୀର ଅଦମ୍ୟ ଶକ୍ତି ଅଟେତ ?

ବାସ୍ନା ବିହୀନ ଋତୁ ର ଶେଷ ସ୍ପର୍ଶ
ଶୀତୁଆ ଶୀତୁଆ ଶୀତ ର ସକାଳ
ଶସ୍ୟ ଶ୍ୟାମଳ ଭରା କ୍ଷେତ
ବିଳମ୍ବ ରେ ପ୍ରକାଶିତ
ଶୀତ ସକାଳର ସୂର୍ଯ୍ୟ କିରଣ
ଢାଙ୍କି ହୋଇଥିବା
କୁହୁଡ଼ିର ଧଳା ଆସ୍ତରଣ
ଭ୍ରମିତ କରାଏ ମଣିଷ ର ମନ
ସବୁ ସେଇ ସ୍ୱୟଂ ଶକ୍ତି ର ପରାଭବ ପୁଣି ସ୍ୱୟଂ ଚାଳିତ ପୃଥିବୀ ର
କର୍ତ୍ତାଙ୍କ କାରଣ ।।

ଶୀତୁଆ ସକାଳ ର ଶେଷ ସ୍ପର୍ଶ
ଧୀର ମଳୟ ବସନ୍ତ ପବନ
ପୁଣି ଶ୍ରୀହୀନ ବୃକ୍ଷ ଲତା ଗଣ
ଆଶା ରେ ଅଛି ଜୀବନ
ଆସିବ ବସନ୍ତ ବହିବ ମଳୟ
ଭରିଦେବ ମାଦକତା ଆଉ ପ୍ରେମ
ଉଜ୍ଜୀବତ ହେବ ପୁଣି ତାଙ୍କ ପ୍ରାଣ
ଧନ୍ୟ ଦେବେ ସୃଷ୍ଟି କର୍ତ୍ତାଙ୍କୁ
ଧନ୍ୟ ଦେବେ
ସ୍ୱୟଂ ଚାଳିତ ପୃଥିବି କୁ ।।

ରାୟଗଡା
ପୋଲିସ ବିଭାଗ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.