ଜୁନାଗଡ,୨୨/୩ : କୃଷ୍ଣ ପ୍ରେମରେ ରଙ୍ଗୀନ ହେଉଛି ଜୁନାଗଡ । ହରି ରଶାମୃତ ପାନ କରୁଛନ୍ତି ଜନତା । କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ପ୍ରହର ପଡିଆ ଠାରେ ୭୨ ପ୍ରହର ଅଖଣ୍ଡ ନାମଜଜ୍ଞ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହେଉଛି ।
( କ୍ଲିକ କରି ଦେଖନ୍ତୁ ଭିଡିଓ 👆)
୧୨ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ମହାମନ୍ତ୍ର ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ । ଅନ୍ତିମ ଦିନରେ ମହାମନ୍ତ୍ର ନାମ ସମାପନ, ନଗର ପରିକ୍ରମା, ଦଧିହାଣ୍ଡି ଭଗ୍ନ ଓ ପୂର୍ଣ୍ଣାହୁତି ହେବ ବୋଲି ଆୟୋଜକ ପ୍ରହର କମିଟି ଜୁନାଗଡ ସୂତ୍ରରୁ ସୂଚନା ମିଳିଛି ।
ଜୁନାଗଡ ପ୍ରହର କମିଟି ସଭାପତି ବେଦ ପ୍ରକାଶ ଗୋଏଲ୍ ଙ୍କ ସହ ସମସ୍ତ କାର୍ଯ୍ୟକର୍ତ୍ତା ଓ ଜୁନାଗଡ ବାସୀଙ୍କ ସହଯୋଗରେ ଏହି ନାମଯଜ୍ଞର ବିଶାଳ ଆୟୋଜନ ସଫଳ ହୋଇଥିବାରୁ ପ୍ରହରରେ ଯୋଗ ଦେଇଥିବା ଦଳ ଓ ଭକ୍ତମାନେ ଆନନ୍ଦ ପ୍ରକାଶ କରିଛନ୍ତି ।
ଜୁନାଗଡରୁ ରାକେଶ ବେମାଲଙ୍କ ରିପୋର୍ଟ odiabarta.in