ଶିବମନ୍ଦିର ବଗିଚା ପଡିଆକୁ ସ୍ଥାନାନ୍ତରିତ ହେଲା ଅଲାତରା ସାପ୍ତାହିକ ବଜାର

ଓଡିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): ଦୀର୍ଘ ୭ବର୍ଷ ହେଲା ଅଲାତରା ରାମ ମନ୍ଦିର ଛକ ମୁଖ୍ୟ ରାସ୍ତା ଉପରେ ଚାଲୁ ଥିବା ସାପ୍ତାହିକ ବଜାର ସ୍ଥାନାନ୍ତରିତ ହୋଇଛି ।କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ଅନ୍ତର୍ଗତ ଅଲାତରା ଗ୍ରାମପଞ୍ଚାୟତର ଏହି ସାପ୍ତାହିକ ବଜାର ଶିବ ମନ୍ଦିର ନିକଟସ୍ଥ ଆମ୍ବ ବଗିଚାକୁ ସ୍ଥାନାନ୍ତରିତ ହୋଇଛି । ଅଲାତରା ସରପଞ୍ଚ ସସ୍ମିତା ନାଗ ସ୍ଥାନାନ୍ତରିତ ସ୍ଥାନରେ ବଜାରର ଶୁଭ ଉଦ୍ଘାଟନ କରିଥିଲେ । ଯୋଗାଣ ସହାୟକ ସୁଶାନ୍ତ ବଗର୍ତ୍ତିଙ୍କ ସମେତ କହ୍ନେଇ ବାଗ, ଲକ୍ଷ୍ମଣ ଠାକୁର, ପଞ୍ଚୁଦେବ ସାହୁ, ତ୍ରିନାଥ ସାଣ୍ଢ, ସଂଖ୍ୟାକରି ମହାନନ୍ଦ, ସୁରେନ ସାହୁ, କର୍ଣ୍ଣ ସୁନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏଠାରେ ପାନୀୟ ଜଳ, ଗଛ ଛାଇ ଏବଂ ଅନ୍ୟାନ୍ୟ ସୁବିଧା ଥିବାରୁ ବ୍ୟବସାୟୀ ଓ ଗ୍ରାହକ ମାନେ ଖୁସି ଥିବା ଦେଖିବାକୁ ମିଳିଛି । ଆଗାମୀ ଦିନରେ ଏଠାରେ ବଜାର ପାଇଁ ପିଣ୍ଡି ଓ ଆବଶ୍ୟକୀୟ ସୁବିଧା କରାଯିବ ବୋଲି ସରପଞ୍ଚ ଶ୍ରୀମତୀ ନାଗ ପ୍ରକାଶ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.