ଇପିଏଫ୍ ପେନସନରସ୍ ଆସୋସିଏସନ୍ କଟକ ଜିଲ୍ଲା କାର୍ଯ୍ୟକାରୀ କମିଟି ବୈଠକ

ଓଡ଼ିଆ ବାର୍ତ୍ତା/ କଟକ: କଟକ ଜିଲ୍ଲା ଇପିଏଫ୍ ପେନସନରସ୍ ସଂଘ ଜିଲ୍ଲା କାର୍ଯ୍ୟକାରୀ କମିଟିର ବୈଠକ ଖାନନଗର ସ୍ଥିତ ବିମଳା ମନ୍ଦିର ପରିସରରେ ସଭାପତି ରାଜ କିଶୋର ସ୍ବାଇଁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ସଭାରେ ସମ୍ପାଦକ ବିନୋଦ କୁମାର ବେହେରା କାର୍ଯ୍ୟକ୍ରମର ବିବରଣୀ ପ୍ରଦାନ କରିଥିଲେ। ଆସନ୍ତା ଜୁନ ପ୍ରଥମ ସପ୍ତାହରେ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଜିଲ୍ଲା ତରଫରୁ ୧୨୦୦ ପୋଷ୍ଟ କାର୍ଡ ମାଧ୍ୟମରେ ଦାବୀ ପତ୍ର ପ୍ରେରଣ କରିବା, ଜିଲ୍ଲାର ମୋଟ ୧୪ଟି ବ୍ଲକ୍ ରେ ସାଙ୍ଗଠନିକ କାର୍ଯ୍ୟକ୍ରମ କରିବା ଏବଂ ପୁରୀ ସମ୍ମିଳନୀରେ ନିଆଯାଇଥିବା ବିଭିନ୍ନ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ଗୁଡ଼ିକ ଉପରେ ଆଲୋଚନା କରାଯାଇ କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତି କରାଗଲା। ଏହି ବୈଠକରେ ଦେବେନ୍ଦ୍ର କୁମାର ସାହୁ, ବିଜୟ କୁମାର ନାୟକ, ଆଦିତ୍ୟ ପଟ୍ଟନାୟକ, ବନମାଳୀ ବେହେରା, ଶୁକଦେବ ମହାପାତ୍ର, ସୁରେଶ ଚନ୍ଦ୍ର ତରାଇ, ଅଲେଖ ରାଉତ, ଧୀରେନ୍ଦ୍ର ପ୍ରତାପ, ମୂରଲୀଧର ବେହେରା, ଭଜ କୃଷ୍ଣ ଲେଙ୍କା, ଅଗାଧୁ ପ୍ରଧାନ, ରଞ୍ଜନ ଦାସ, ପ୍ରଫୁଲ୍ଲ ପରିଡ଼ା, ଶ୍ରୀକାନ୍ତ ସିହ୍ନା, ସୁରେନ୍ଦ୍ର ସାହୁ ଓ ଚିନ୍ତାମଣି ସ୍ବାଇଁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ଶେଷରେ ବୁଲେଇ ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.