ଲୋକଙ୍କ ଦାବୀ ଛତିକୁଡ଼ା ଛକରେ ସୌନ୍ଦର୍ଯ୍ୟ କରଣ ବଦଳରେ ପାର୍କିଂ ଜୋନ୍ ହେଉ

ନିର୍ବାହୀ ଯନ୍ତ୍ରୀଙ୍କ କଥା ପାଣିର ଗାର ସାଜିଲା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକର ଶାନ୍ତପୁର ଗ୍ରାମ ପଞ୍ଚାୟତରେ ରହିଥିବା ଛତିକୁଡା ଛକ ନର୍ଲାର ପ୍ରବେଶ ଦ୍ୱାର । ଛତିକୁଡା ଛକରୁ ଭବାନୀପାଟଣା ପର୍ଯ୍ୟନ୍ତ ୧୬ କି.ମି. ରାଜ୍ୟ ରାଜପଥ ଅତୀବ ଶୋଚନୀୟ ହୋଇପଡିଥିଲା, ଗତ ୫ ମାସ ତଳେ ପର୍ଯ୍ୟାୟ କ୍ରମେ ବିଡବ୍ଲୁ ବିଭାଗ ତରଫରୁ ରାସ୍ତା ନିର୍ମାଣ ସରିଯାଇଛି । ନର୍ଲାର ପ୍ରବେଶ ଦ୍ୱାର ପ୍ରମୁଖ ଛକ ଛତିକୁଡା ଛକ ଭବାନୀପାଟଣାରୁ ରାୟଗଡା ଓ ଆନ୍ଧ୍ର ପ୍ରଦେଶକୁ ସଂଯୋଗ କରୁଥିବା ବେଳେ ଭବାନୀପାଟଣାରୁ ଛତିକୁଡା ଛକ ଦେଇ ନର୍ଲା ପଟେ ଭୁବନେଶ୍ୱର ଯାଇଛି ରାଜ୍ୟ ରାଜପଥ । ଛତିକୁଡା ଛକରେ ଆନ୍ଧ୍ର ପ୍ରଦେଶରୁ ଆସୁଥିବା ମାଲ ବୋଝେଇ ଭାରିଯାନ (ଟ୍ରକ) ସବୁ ଓ ଏପଟେ କଲିକତାରୁ ସମ୍ବଲପୁର ଦେଇ ଆନ୍ଧ୍ର ଯାଉଥିବା ଭାରିଯାନ ଗୁଡିକ ଛତିକୁଡା ଛକରେ ରହଣୀ କରି ଢାବା ଗୁଡିକରେ ଖାନା ପିନା କରିଥାନ୍ତି । ଫଳରେ ଶହ ଶହ ଟ୍ରକ ରହୁଥିବା ଯୋଗୁଁ ସବୁବେଳେ ଟ୍ରାଫିକ ସମସ୍ୟା ଦେଖାଦେଇଥାଏ । ଏଣୁ ଛତିକୁଡ଼ା ଛକରେ ସୌନ୍ଦର୍ଯ୍ୟ କରଣ ବଦଳରେ ପାର୍କିଂ ଯୋନ ହେଉ ବୋଲି ଦାବୀ କରିଛନ୍ତି ସ୍ଥାନୀୟ ବ୍ୟବସାୟୀ ଗୋଷ୍ଠୀ ଓ ଅଂଚଳବାସୀ । ଛତିକୁଡା ଛକକୁ ରାସ୍ତା କାମ ବେଳେ ପିଡବ୍ଲୁଡି ବିଭାଗ ତରଫରୁ ରାସ୍ତା ପ୍ରଶସ୍ତି କରଣ କରାଗଲା । ହେଲେ ବାସ୍ତବିକ ରାସ୍ତା ଯେତେ ପ୍ରଶସ୍ତି ରହିବା କଥା ରହିଲା ନାହିଁ । ଯାହାକୁ ନେଇ ସ୍ଥାନୀୟ ବ୍ୟବସାୟୀ ଓ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଜମାଟ ବାନ୍ଧିଲା । ଅନ୍ୟପକ୍ଷେ ଛକର କେନ୍ଦ୍ର ସ୍ଥଳୀରେ ସୌନ୍ଦର୍ଯ୍ୟ କରଣ କରିବା ପାଇଁ ଛୋଟ ଛୋଟ କାନ୍ଥ ଦେଇ ସିମେଣ୍ଟ କାମ କରାଯିବା ପାଇଁ ବିଭାଗ ଉଦ୍ୟମ ଆରମ୍ଭ କଲା । ହେଲେ ଲୋକଙ୍କ ଦାବୀ ରହିଲା ସୌନ୍ଦର୍ଯ୍ୟ କରଣ ବଦଳରେ ପାର୍କିଂ ଯୋନ କରାଯାଉ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

କେନ୍ଦ୍ର ସ୍ଥଳ ସୌନ୍ଦର୍ଯ୍ୟ କରଣ ପାଇଁ ଅଧିକ ଜାଗା ବିଭାଗ ଅକ୍ତିଆର କରିବାରୁ ଛତିକୁଡାର ସ୍ଥାନୀୟ ଲୋକେ ଆପତ୍ତି କରିବା ସହ ଶାନ୍ତପୁର ସରପଞ୍ଚ ଟିକେଧର ସାହୁଙ୍କ ନେତୃତ୍ୱରେ କଳାହାଣ୍ଡିରେ ପଞ୍ଚାୟତିରାଜ ନିର୍ବାଚନ ପ୍ରଥମ ପର୍ଯ୍ୟାୟ ଆରମ୍ଭ ହେବା ଦିନ ଫେବୃୟାରୀ ୧୭ରେ ଛତିକୁଡାର କେନ୍ଦ୍ର ସ୍ଥଳ ଲାଇଟ ପୋଷ୍ଟ ତଳେ ଧାରଣାରେ ବସିଲେ । ସକାଳ ହେଲେ ଫେବୃୟାରୀ ୧୮ ନର୍ଲାରେ ନିର୍ବାଚନ । ନର୍ଲା ପୋଲିସର ବୁଦ୍ଧିବଣା ହେଲା । ନର୍ଲା ଡିଏସପି ରେଣୁକା ସୁନାଙ୍କ ନେତୃତ୍ୱରେ ଏସଆଇ ବଂଶୀଧର ସାମଲ ନର୍ଲା ପୋଲିସ ଟିମ ନେଇ ଘଟଣା ସ୍ଥଳରେ ପହଞ୍ଚି ବିଡବ୍ଲୁଡି ବିଭାଗର କନିଷ୍ଠ ଯନ୍ତ୍ରୀଙ୍କ ମାଧ୍ୟମରେ ନିର୍ବାହୀ ଯନ୍ତ୍ରୀଙ୍କ ସହ ଆଲୋଚନା କରି ଲୋକଙ୍କୁ ବୁଝାସୁଝା କରି ଧାରଣାକୁ ବନ୍ଦ କରିଦେଲେ ସତକଥା । ହେଲେ ନିର୍ବାଚନ ପରେ ପରେ ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ ଛତିକୁଡା ଛକ ସୌନ୍ଦର୍ଯ୍ୟକରଣ କାମ ବଦଳରେ ପାର୍କିଂ ଜୋନକୁ ଗୁରୁତ୍ୱ ଦିଆଯିବବୋଲି ବିଭାଗୀୟ ନିର୍ବାହୀ ଅଧିକାରୀ ଦେଇଥିବା କଥା ପାଣିର ଗାର ପାଲଟିଲା । ଏବେ ସ୍ଥାନୀୟ ବ୍ୟବସାୟୀ ଓ ଲୋକଙ୍କ ମଧ୍ୟରେ ଅସନ୍ତୋଷର ବହ୍ନି କୁହୁଳିବାରେ ଲାଗିଛି । କେତେବେଳେ ଯେ ପୁଣି ବିଷ୍ଫୋରଣର ରୁପ ନେବ ତାହା କହିହେବ ନାହିଁ । ଏଠାରେ ପ୍ରଶ୍ନ ଉଠୁଛି । ନିର୍ବାଚନ ସରି ତିନିମାସ ବିତି ଯାଇଥିବା ବେଳେ ପାର୍କିଂ ଜୋନ୍ ର ନାଁ ଧରୁନି ବିଭାଗ । ଛତିକୁଡ଼ା ଛକରେ ପାର୍କିଂ ଜୋନ୍ ଅତିଶୀଘ୍ର କରାନଗଲେ ବଡ ଧରଣର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ସ୍ଥାନୀୟ ଯୁବ ନେତା ହାକିମ ମେହେର ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.