କବିତା : ହୃଦୟକୁ ଯାଅ ଛୁଇଁ

✒️ବିକାଶ ଷଡ଼ଙ୍ଗୀ

ଆସ ପ୍ରିୟା ଥରେ ଜୀବନରେ ମୋର
ଫଗୁଣର ରଙ୍ଗ ନେଇ,
ଅଳଂକୃତ କର ଜୀବନକୁ ମୋର
ପ୍ରେମର ଅବିର ଦେଇ।

Omkar Vasthu
Omkar Vasthu

ତୁମରି ବାଟକୁ ସଜାଇ ବସିଛି
ପ୍ରୀତିର ଫୁଲ ବିଛେଇ,
ସାତରଙ୍ଗୀ ପ୍ରେମ ସବାରୀରେ ଆସ
ମନ ଝୁରେ ତୁମ ପାଇଁ।

Pearl dental clinic
Near Ashish Medical Store, Bhawanipatna

ଆଖି ପଲକରେ ଆଙ୍କି ଦେଇ ଯାଅ
ନିରୀହ ଛବି ତୁମର,
ତୁମ ବାଟ ଚାହିଁ ହୃଦୟ ଝୁରୁଛି
ମନ ବାଟବଣା ମୋର।

Udyog Nursery
Udyogi Nursery

ଦେଇଛ ଖବର ଆସିବି ବୋଲି ତ
ଡେରି କର ଆଉ କାହିଁ,
ଝୁରୁଛି ଅନ୍ତର, ଆସ ଆଗୋ ପ୍ରିୟା
ହୃଦୟକୁ ଯାଅ ଛୁଇଁ।

ଜୀ ମିଡିଆ ପ୍ରତିନିଧି, କଳାହାଣ୍ଡି
ମୋ: 8249370052

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.