‘ପ୍ରକୃତିର ତ୍ରିଗୁଣରୁ ମୁକ୍ତ ହୋଇ କରିବା କର୍ମ ହିଁ ନିଷ୍କାମ ପଣିଆ’

ସାହିତ୍ୟିକ କବି ବନ୍ଧୁ ପରିବାରର ଗୀତାମୃତ ପଠନ ଶ୍ରବଣ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର: ସାହିତ୍ୟିକ କବି ବନ୍ଧୁ ପରିବାରର ଗୀତାମୃତ ପଠନ ଶ୍ରବଣ କାର୍ଯ୍ୟକ୍ରମ ସଭାପତି ଦେବେନ୍ଦ୍ର କୁମାର ନାଏକଙ୍କର ସଭାପତିତ୍ୱରେ , ପରିବାରର ବରିଷ୍ଠ ଉପଦେଷ୍ଟା ସୂଦୁର ମୁମ୍ବାଇରୁ ଶ୍ରୀମତୀ ସ୍ନେହ ମିଶ୍ରଙ୍କର ପୌରହିତ୍ୟରେ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛିି । ପ୍ରାରମ୍ଭରେ କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ କୁମାର ଦାସ ଓମକାର ନାଦଧ୍ବନି ଦେବା ସହ ସମ୍ପାଦିକା ପ୍ରଣତି ମହାପାତ୍ର ସମସ୍ତଙ୍କୁ ସୁସ୍ଵାଗତ ସହ କାର୍ଯ୍ୟକ୍ରମ ସମ୍ପର୍କରେ ସମ୍ୟକ କଥା ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ତଥା ବିଶିଷ୍ଟ ପ୍ରବଚକ, ଆଲୋଚକ, ଅଧ୍ୟାପକ ପଣ୍ଡିତ ପ୍ରଶାନ୍ତ କୁମାର ଶତପଥୀଙ୍କର କର୍ମଯୋଗର ୪୩ ଟି ଶ୍ଲୋକର ଦୀକ୍ଷାନ୍ତ ଆଲୋଚନା ତଥା ବକ୍ତବ୍ୟରେ ସମସ୍ତେ ମନ୍ତ୍ରମୁଗ୍ଧ ହୋଇ ଶ୍ରୀମଦ୍ ଭଗବଦ୍ ଗୀତାର ତୃତୀୟ ଅଧ୍ୟାୟ, କର୍ମଯୋଗର ବ୍ୟାଖ୍ୟା ଶ୍ରବଣ କରି ପ୍ରୀତ ହୋଇଥିଲେ ।

Omkar Vasthu
Omkar Vasthu


ଯେଉଁମାନେ ଶ୍ରଦ୍ଧାବାନ୍ ଓ ଅସୂୟା ଶୂନ୍ୟ ହୋଇ ଶ୍ରୀକୃଷ୍ଣଙ୍କ ମତକୁ ସର୍ବଦା ଅନୁସରଣ କରନ୍ତି, ସେମାନେ କର୍ମବନ୍ଧନରୁ ମୁକ୍ତ ହୋଇ ଯାଆନ୍ତି । ଦେହାତ୍ମବୋଧ ପୂର୍ଣ୍ଣ ରୂପେ ସୃଷ୍ଟି ନ ହେଲେ ପରମାତ୍ମାଙ୍କୁ ପାଇପାରିବା ନାହିଁ । ଭଗବତ୍ ତତ୍ତ୍ୱ ଦୋଷାରୋପ କରୁଥିବା ବ୍ୟକ୍ତି ଜ୍ଞାନହୀନ, ଭ୍ରାନ୍ତ, ଅଜ୍ଞାନ ଅନ୍ଧକାର ଓ ମାୟାର ବନ୍ଧନରେ ନଷ୍ଟ ହୁଅନ୍ତି । ପ୍ରକୃତିର ତ୍ରିଗୁଣରୁ ମୁକ୍ତ ହୋଇ କର୍ମ କରିବା କର୍ମ ହିଁ ନିଷ୍କାମ ପଣିଆ । ଗୀତାର ସାତଶହ ଶ୍ଲୋକକୁ ପ୍ରାଞ୍ଜଳ ଭାବରେ ଓଡ଼ିଆ ଓ ଇଂରାଜୀ ଭାଷାରେ ମୁଖସ୍ଥ କରିଥିବା ବାଗ୍ମୀ ପ୍ରବଚକ ପଣ୍ଡିତ ଶ୍ରୀଯୁକ୍ତ ଶତପଥୀ ଅତି ସୁନ୍ଦର ଭାବରେ ତେୟାଳିଶିଟି ଯାକ ଶ୍ଲୋକ ବ୍ୟାଖ୍ୟା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲାର ସାରସ୍ଵତ ଗୀତାମୃତ ପ୍ରେମୀ ଯୋଗ ଦେଇ ଏ ମହତ୍ ବାଣୀ ସାହିତ୍ୟିକ କବି ବନ୍ଧୁ ପରିବାରର ଏ କାର୍ଯ୍ୟକ୍ରମ ମାଧ୍ୟମରେ ଶ୍ରବଣ କରି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ ।ଅଧ୍ୟାପିକା ସଂଯୁକ୍ତା ରାଉତ ଅତିଥି ମହାଭାଗଙ୍କୁ ପୁନର୍ବାର ଉକ୍ତ କାର୍ଯ୍ୟକ୍ରମରେ ପରବର୍ତ୍ତୀ ସମୟରେ ଯୋଡି ହେବାକୁ ନିମନ୍ତ୍ରଣ ରଖିଥିଲେ । ପ୍ରବଚକ ଶ୍ରୀଯୁକ୍ତ ସତପଥି ଅନୁଷ୍ଠାନର କର୍ମକର୍ତ୍ତା ମାନଙ୍କୁ ସାଧୁବାଦ ଜଣାଇଥିଲେ । ଶେଷରେ ସଭାପତିଙ୍କ ଅନୁମୋଦନ କ୍ରମେ ସ୍ନେହ ମିଶ୍ର ଧନ୍ୟବାଦ ଓ ପ୍ରଣତି ମହାପାତ୍ର ଶାନ୍ତିପାଠ ସହ କାର୍ଯ୍ୟକ୍ରମ ସାଙ୍ଗ କରିଥିଲେ ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.