ସୁଖିଲା ପଡିଛି ନଈ ପୋଖରୀ, ଘନେଇବାରେ ଲାଗିଛି ପାନୀୟ ଜଳ ସଙ୍କଟ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଘନେଇବାରେ ଲାଗିଛି ନର୍ଲାରେ ପାନୀୟ ଜଳ ସମସ୍ୟା । ଏମିତିରେ ତ ଚଳିତ ବର୍ଷ ହୀନବୃଷ୍ଟି ଯୋଗୁଁ ବର୍ଷାଦିନରୁ ହିଁ ନଈ, ନାଳ, ବନ୍ଧ, ପୋଖରୀ ସବୁଠିରେ ପାଣି କମିଗଲା । ଅଭାବୀ ବର୍ଷ ଯୋଗୁଁ ଜଳାଶୟ ଗୁଡିକ ପୂର୍ଣ୍ଣ ହୋଇପାରି ନଥିଲା । ଫଳ ସ୍ୱରୁପ ଜଳାଶୟ ଗୁଡିକରେ ମାର୍ଚ୍ଚ, ଅପ୍ରେଲ ମାସ ଯାଏଁ ପାଣିଭରି ରହିବା କଥା ହେଲେ ଫେବୃୟାରୀ ମାସରୁ ପାଣି ଶୁଖି ସାରିଲାଣି । ଗାଈଗୋରୁ ପିଇବା ପାଇଁ ମଧ୍ୟ ପାଣି ମୁନ୍ଦିଏ ନାହିଁ । ନର୍ଲା, ସର୍ଗିଗୁଡା, ନର୍ଲାରୋଡ ଓ ବେହେରାପାଟିକୁ ସର୍ଗିଗୁଡା ଗେଟ୍ ଫାଟକ ନିକଟସ୍ଥ ସାନ୍ଦୁଲ ବ୍ରୀଜ୍ ନିକଟରୁ ଆରଡବ୍ଲୁଏସ୍ଏସ୍ ତରଫରୁ ପାନୀୟ ଜଳ ଯୋଗାଣ ଚାଲିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସେହିଭଳି ସାନ୍ଦୁଲ ନଈ କଡେ କଡେ ରହିଥିବା ନିକଟସ୍ଥ ଗ୍ରାମ ଗୁଡିକ ମାଣ୍ଡେଲ, ରୁପ୍ରାରୋଡ, ଲାଖଗୁଡା, ଭୀମକେଲା, ପଲସାପଡା ଏଭଳି ଅନେକ ଗୁଡିଏ ଗ୍ରାମକୁ ବିଭାଗ ତରଫରୁ ପାନୀୟ ଜଳ ଯୋଗାଣ ଚାଲିଥିବା ବେଳେ ସାନ୍ଦୁଲ ନଈ ବର୍ତ୍ତମାନ ଜଳଶୂନ୍ୟ । ଶୂନ୍ୟଗର୍ଭା ସାନ୍ଦୁଲ ଯେ ଚଳିତ ବର୍ଷ ପାନୀୟ ଜଳ ଯୋଗାଇ ପାରିବ ବୋଲି ଆଉ ଭରଷା ମଧ୍ୟ ପାଉନି । ପ୍ରଶାସନ ପକ୍ଷରୁ ନଇ ରେ ବାଲି ଆଡେଇ ଚହଲା ସବୁ କରିବା କଥା ହେଲେ ଏ ଯାବତ୍ ତାହା ମଧ୍ୟ କରାଯାଇନାହିଁ । ଏପଟେ ନର୍ଲା ଅଞ୍ଚଳର ଜଳସ୍ତର ମଧ୍ୟ କ୍ରମଶଃ ତଳକୁ ତଳ ଖସିବାରେ ଲାଗିଛି । ମାର୍ଚ୍ଚମାସ ଆରମ୍ଭରୁ କୂଅ ସବୁ ଶୁଖି ସାରିଲାଣି । ମଇ ମାସ ସରିବାକୁ ବସିଲାଣି । ଜୁନ ମାସ ଖରା ଆହୁରି ବାକି ରହିଛି । ପ୍ରଚଣ୍ଡ ରୌଦ୍ର ତାପ ଯୋଗୁଁ ନର୍ଲା ଅଞ୍ଚଳର ଜଳସ୍ତର ଖସି ଯାଉଥିବା ଯୋଗୁଁ ନଳକୂଅ ଗୁଡିକରେ ମଧ୍ୟ ଆଉ ପ୍ରଚୁର ପାଣି ବାହାରି ପାରୁ ନାହିଁ । ଯଦିବା ବାହାରୁଛି କଳଙ୍କି ଗୁଣ୍ଡ ମିଶା ମଇଳା ପାଣି ବାହାରୁଛି ଯାହା ପାନୀୟ ଯୋଗ୍ୟ ନୁହଁ । ଅଞ୍ଚଳର ଅନେକ ନଳକୂଅ ଦୀର୍ଘ ଦିନ ଧରି ଖରାପ ହୋଇ ପଡିଥିଲେ ମଧ୍ୟ ବିଭାଗ ତରଫରୁ ତତ୍ପରତା ପ୍ରକାଶ ପାଉନାହିଁ । ରେଳ ଲାଇନ୍ କଡେ କେସିଙ୍ଗାରୁ ଲାଞ୍ଜିଗଡରୋଡ ଯାଏଁ ରହିଥିବା ଗାଁ ଗୁଡିକରେ ଲୋକେ ଲାଞ୍ଜିଗଡ ବେଦାନ୍ତ କମ୍ପାନୀ ଦୟାରୁ ତେଲ ନଦୀର ପାଣିପାଇ ଜଳକଷ୍ଟରୁ ଟିକେ ନିସ୍ତାର ପାଉଥିବା ଦେଖିବାକୁ ମିଳୁଛି ।

Udyog Nursery
Udyogi Nursery

ନର୍ଲା ଅଞ୍ଚଳ ସମ୍ପୂର୍ଣ୍ଣ ଭାବରେ ଗ୍ରାମାଞ୍ଚଳ ହୋଇଥିବାରୁ ୮୫ ପ୍ରତିଶତ ଲୋକେ ପାନୀୟ ଜଳ ତଥା ସ୍ନାନ ଓ ଶୌଚ ପାଇଁ କୂଅ ଓ ପୋଖରୀ ଗୁଡିକ ଉପରେ ନିର୍ଭର କରିଥାନ୍ତି । ହେଲେ ଅଞ୍ଚଳର କେତେକ ପୋଖରୀ ଶୁଖି ସାରିଲାଣିତ ଆଉ କେତେ ଗୁଡିଏ ପୋଖରୀ ଅଳ୍ପଦିନ ମଧ୍ୟରେ ଶୁଖିଯିବ । ଏବେ ମଇ ମାସ ସରିବାକୁ ବସିଲାଣି । ପ୍ରଚଣ୍ଡ ଗ୍ରୀଷ୍ମ ତାତି ଯୋଗୁଁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡୁଥିବା ବେଳେ ପାନୀୟ ଜଳ ସଙ୍କଟ ଘନେଇବାରେ ଲାଗିଛି । ନର୍ଲା ଅଞ୍ଚଳରେ ପାଣି ପାଇଁ ହା ହା କାର ଦେଖା ଦେଲାଣି । ମଣିଷତ ମଣିଷ ପଶୁ ପକ୍ଷୀ ମଧ୍ୟ ପାଣି ମୁନ୍ଦିଏ ପାଇଁ ଜୀବନ ବିକଳରେ ଜଳଂଦେହୀ ଚିତ୍କାର କରୁଛନ୍ତି । ଏଣୁ ପ୍ରଶାସନ ଯଦି ଏବଠୁ ସଜାଗ ନହେବ ତା ହେଲେ ଅଂଶୁଘାତ ଜନିତ ମୃତ୍ୟୁ ସଂଖ୍ୟା ଢେର ବଢି ଯିବାର ସମ୍ଭାବନା ରହିଛି । ଗୋଟିଏ ଦୁଇଟି ସ୍ଥାନରେ ଅଂଶୁଘାତରେ ପ୍ରପିଡିତ ବ୍ୟକ୍ତିଙ୍କ ଖବର ମଧ୍ୟ ଆସିବାରେ ଲାଗିଲାଣି । ପ୍ରଶାସନ ତରଫରୁ ନଈରେ ଚହଲା କରିଦେବା, ଟ୍ୟାଙ୍କର ସାହାଯ୍ୟରେ ପାନୀୟ ଜଳ ଯୋଗାଇବାର ବ୍ୟବସ୍ଥା କରିବା, ବୋରିଂ ଗୁଡିକ ସଫା ଓ ମରାମତି କରେଇବା ପାଇଁ ଅଞ୍ଚଳବାସୀଙ୍କ ତରଫରୁ ଦାବୀ ହେଉଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.