ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ବାପୁଜୀ କ୍ଲଷ୍ଟର ତରଫରୁ ସ୍ଥାନୀୟ ସରକାରୀ ବ୍ରଜମୋହନ ଉଚ୍ଚ ବିଦ୍ୟାଳୟଠାରେ ଭବାନୀପାଟଣା ବିଇଓଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଵ୍ରଜମୋହନ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଷଷ୍ଠୀ ଝାଙ୍କରଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାର ମୁଖ୍ୟ ଅତିଥି, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେ ମୁଖ୍ୟ ବକ୍ତା, ଏବିଇଓ ତଥା ବିଆରସିସି ଜୟକୁମାର ମାଝୀ, ସାରଙ୍ଗଧର ମୁଣ୍ଡ, ଏବିଇଓ ହୃଷିକେଶ ନାଏକ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ବାପୁଜୀ ଉ.ପ୍ରା. ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁଢଳଦେବ ମୁଣ୍ଡ, ଦୂରଦର୍ଶନ ପ୍ରା.ବିଦ୍ୟାଳୟର ପ୍ରଧାନଶିକ୍ଷକ ମନୋଜ ପାଣିଗ୍ରାହୀ ମଞ୍ଚାସୀନ ଥିବା ବେଳେ ଶ୍ଳୋକ ପାଠ ନମିତା ପାଣିଗ୍ରାହୀ ଓ ଅନୁପମା ମୁଦୁଲି, ପ୍ରାରମ୍ଭିକ ସଙ୍ଗୀତ ବିଏମ୍ ହାଇସ୍କୁଲର ଛାତ୍ରୀମାନଙ୍କୁ ଶିକ୍ଷୟିତ୍ରୀ ଵିଷ୍ଣୁପ୍ରିୟା ଚଣ୍ଡ ଗାଇଡ଼, ସୁନୀତା କୃପ୍ ଉଦ୍ଦେଶ୍ୟ ଜ୍ଞାପନ, ଆଉଟ୍ ପୋଷ୍ଟ ଉ.ପ୍ରା. ବିଦ୍ୟାଳୟ ପ୍ରଧାନଶିକ୍ଷକ ସୁବର୍ଣ୍ଣେଶ୍ବରୀ ବେଦବାକ୍ ମାନପତ୍ର ପଠନ, ପୁରୁଣାପଡା ପ୍ରଧାନଶିକ୍ଷୟିତ୍ରୀ ଲୀନା ଦାସ ବକ୍ତବ୍ୟ ରଖିଥିଲେ। ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜିକା ମିନତି କୁମାରୀ ପ୍ରଧାନ ମଞ୍ଚ ପରିଚାଳନା କରିଥିବାବେଳେ ଆରଇଓ କଲୋନୀ ପ୍ରଧାନଶିକ୍ଷକ ଜଗଦୀଶ ଚନ୍ଦ୍ର ମୁଣ୍ଡ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ କ୍ଳଷ୍ଟରର ପୂର୍ବତନ ସିଆରସିସି ନାହେଦା ଶାହିନ୍ ତଥା ପ୍ରଧାନଶିକ୍ଷକ ସୁଶୀଲ ପ୍ରଧାନ, ସ୍ନେହଲତା ଖାଡଙ୍ଗା, ସରୋଜିନୀ କୁମାର ପ୍ରମୁଖ ଉପସ୍ଥିତ ଥିଲେ। ଶିକ୍ଷକ ସତ୍ୟ ନାରାୟଣ ନାୟକ, ସୁରଭିବାଳା ଦେବୀ, ରମେଶ ଚନ୍ଦ୍ର ପ୍ରଧାନ, ଜୟଶ୍ରୀ ଵହିଦାର, ଵିଷ୍ଣୁପ୍ରିୟା ଚଣ୍ଡ ପ୍ରମୁଖ ସହଯୋଗ କରିଥିଲେ।