ସ୍ବର୍ଗତ ଶିକ୍ଷକ ଅଭୟ ମାଝୀଙ୍କ ଶୋକସଭା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ ବ୍ଲକ ଶିକ୍ଷକ ସଂଗଠନ ଦ୍ୱାରା ସ୍ବର୍ଗତ ଶିକ୍ଷକ ଅଭୟ ମାଝୀଙ୍କ ଦଶାହ କାର୍ଯ୍ୟକ୍ରମରେ ଶୋକସଭା ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ଆରମ୍ଭରେ ମସ୍କାଗୁଡା କ୍ଲଷ୍ଟରର ସ୍ବର୍ଗତ ଶିକ୍ଷକ ସତ୍ୟବାନ ସା, ସ୍ବର୍ଗତ ଶିକ୍ଷକ ହରେନ୍ଦ୍ର ପ୍ରଧାନୀ, ସ୍ବର୍ଗତ ଶିକ୍ଷକ ଦାମୋଦର ଭୋଇ ତଥା ନିକଟରେ ଦେହାନ୍ତ ହୋଇଥିବା ସ୍ବର୍ଗତ ଶିକ୍ଷକ ଅଭୟ ମାଝୀଙ୍କ ପୁଣ୍ୟ ଆତ୍ମାଙ୍କର ସଦଗତି କାମନା ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଏହାପରେ ଶିକ୍ଷକ ବିଭୁତି ଭୂଷଣ ତାଣ୍ଡି, ସତ୍ୟାନନ୍ଦ ବେରୁ, ଏକ୍ସ କ୍ୟାଡ଼ର ଶିକ୍ଷକ ସଂଗଠନର ସଭାପତି ଦିଲୀପ ପରିଛା, ଉପାଧ୍ୟକ୍ଷ ଦିଲୀପ ମହାରଣା, ସମ୍ପାଦକ ଦାମୋଦର ସା, ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ତଥା ସମାଜସେବୀ ହରିଶ୍ଚନ୍ଦ୍ର ପାତ୍ର, ଲାଞ୍ଜିଗଡ ବ୍ଲକ କାନକୁଟ୍ରୁ ପଞ୍ଚାୟତ ସମିତି ସଦସ୍ୟ ମନୋହର ହରପାଳ, ପୂର୍ବତନ ଉପାଧ୍ୟକ୍ଷ ଜଗଦୀଶ ବେନିଆଁ, କମର୍ଦ୍ଧା ଗ୍ରାମ ପଞ୍ଚାୟତ ପୂର୍ବତନ ସମିତି ସଦସ୍ୟ ହରିଶ୍ଚନ୍ଦ୍ର ବୁଦ୍ଧିଆ ପ୍ରମୁଖ ଶୋକସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣେଇବା ସହିତ ସାନ୍ତ୍ୱନା ପ୍ରଦାନ କରିଥିଲେ । ଉକ୍ତ ଶୋକସଭାରେ ଲାଞ୍ଜିଗଡ ବ୍ଲକର ବହୁ ଶିକ୍ଷକ ଉପସ୍ଥିତ ରହିଥିଲେ । ଶିକ୍ଷକ ସଂଗଠନ ଦ୍ୱାରା ଶୋକ ସନ୍ତପ୍ତପରିବାର ବର୍ଗଙ୍କୁ ସମବେଦନା ଜଣେଇବା ସହିତ ୧୭,୫୧୪ ଟଙ୍କା ଅନୁକମ୍ପା ମୂଳକ ଅର୍ଥରାଶି ପ୍ରଦାନ କରାଯାଇଛି । ଲାଞ୍ଜିଗଡ ବ୍ଲକ ଶିକ୍ଷକ ସଂଗଠନ ଦ୍ୱାରା ଏପରି ସହଯୋଗ ମନୋବୃତିକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି । ଉପସ୍ଥିତ ଥିବା ସମସ୍ତ ଶିକ୍ଷକ ଏମିତି ସବୁବେଳେ ସମସ୍ତଙ୍କ ସୁଖ ଦୁଃଖରେ ସାମିଲ ହୋଇ ରହିବାକୁ ଶପଥ ନେଇଥିଲେ । ଶୋକ ସଭାକୁ ବିଭୁତି ଭୂଷଣ ତାଣ୍ଡି ପରିଚାଳନା କରିଥିବା ବେଳେ ବରିଷ୍ଠ ଶିକ୍ଷକ ସତ୍ୟାନନ୍ଦ ବେରୁକ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିବା ସହିତ ଆର୍ଥିକ ସାହାଯ୍ୟ କରିଥିବା ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ଧନ୍ୟବାଦ ଜଣେଇଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.