ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଦୁଇ ଦିନିଆ କଳାହାଣ୍ଡି ଗ୍ରସ୍ତରେ ଆସିଥିବା କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁ ମୁଣ୍ଡା ଜିଲ୍ଲାର ବିଭିନ୍ନ ଅଞ୍ଚଳ ବୁଲି ଆଦିବାସୀ ମାନଙ୍କ ସମସ୍ୟା ଗୁଡିକ ପଚାରି ବୁଝିଥିଲେ । ଆଦିବାସୀ ସ୍କୁଲ ଆଦିବାସୀ ହଷ୍ଟେଲ ପ୍ରଭୃତି ର ପରିଚାଳନା ବିଷୟରେ ପଚାରି ବୁଝିଥିଲେ ।କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଗ୍ରାମରେ ଦୋରା ସମ୍ପ୍ରଦାୟର ଅନେକ ଲୋକ ରହୁଥିବା ବେଳେ ନର୍ଲା ବ୍ଲକ୍ ଅଧିନସ୍ଥ ବିଭିନ୍ନ ଗ୍ରାମ ପଞ୍ଚାୟତ ଗୁଡିକରେ ମଧ୍ୟ କିଛି କିଛି ଦୋରା ସମ୍ପ୍ରଦାୟର ବ୍ୟକ୍ତି ମାନେ ବସବାସ କରି ରହୁଛନ୍ତି । ହେଲେ ଏକ ସଂଖ୍ୟା ଲଘୁ ଓ ଜଙ୍ଗଲି, ଗିରି କନ୍ଦରବାସୀ ଦୋରା ସମ୍ପ୍ରଦାୟ ହୋଇଥିବା ବେଳେ ସେମାନଙ୍କୁ ଆଜିଯାଏଁ ଆଦିବାସୀ ର ମାନ୍ୟତା ମିଳିପାରି ନାହିଁ । ଏଣୁ ଦୋରା ସମ୍ପ୍ରଦାୟକୁ ଆଦିବାସୀ ସମ୍ପ୍ରଦାୟର ମାନ୍ୟତା ନେଇ ଦୋରା ସମ୍ପ୍ରଦାୟର ରାଜ୍ୟ ସଭାପତି ସତ୍ୟମ ସ୍ୱାଇଁଙ୍କ ନେତୃତ୍ୱରେ ସମ୍ପାଦକ ମୁକୁନ୍ଦ ଦୋରା, ସୁଦର୍ଶନ ଦୋରା, ଦଶରଥ ପାତ୍ର, ଥବିର ଦୋରା, ମହେଶ୍ୱର ରେଟା, ଭାଗିରଥି ଦୋରା, ଜୟରାମ ଦୋରା ପ୍ରମୁଖ ସଂଘର କର୍ମକର୍ତ୍ତା ମାନେ ଭବାନୀପାଟଣା ସ୍ଥିତ ସର୍କିଟ ହାଉସ ରେ ସାକ୍ଷାତ କରି ଦୋରା ସମ୍ପ୍ରଦାୟ କୁ କିଭଳି ସରକାରୀ ସ୍ତରରେ ଅବହେଳା କରାଯାଇ ଆଦିବାସୀର ମାନ୍ୟତା ଦିଆଯାଇ ନାହିଁ ସେ ବିଷୟରେ କେନ୍ଦ୍ର ଆଦିବାସୀ ମନ୍ତ୍ରୀ ଅର୍ଜୁନ ମଣ୍ଡାଙ୍କ ସମ୍ପୂର୍ଣ୍ଣ ଅବଗତ କରାଇଥିଲେ । ଏହାପରେ ରାଜ୍ୟ ଦୋରା ସମ୍ପ୍ରଦାୟର କର୍ମକର୍ତ୍ତା ମାନେ ମନ୍ତ୍ରୀଙ୍କୁ ସେମାନଙ୍କର ଦାବୀପତ୍ର ପ୍ରଦାନ କରିଥିଲେ । ମନ୍ତ୍ରୀ ଦାବୀପତ୍ର ପଢି ଏହା ଉପରେ ନିଶ୍ଚୟ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଥିବା ସଂଘର ସଭାପତି ଶ୍ରୀ ସ୍ୱାଇଁ ସୂଚନା ଦେଇଛନ୍ତି ।