ଶ୍ରେଷ୍ଠ ବନରକ୍ଷୀ ଭାବେ ପୁରୁସ୍କୃତ ହେଲେ ରାୟଗଡର ବନରକ୍ଷୀ ବି.ଭାସ୍କର

ରାୟଗଡ,୨୩/୩ : ଭୁବନେଶ୍ୱରର ଜୟଦେବ ଭବନ ଠାରେ ଗତ ୨୧ମାର୍ଚ୍ଚରେ ଅନୁଷ୍ଠିତ ବିଶ୍ୱ ବନ ଦିବସ-୨୦୧୯ ପାଳନ ଅବସରରେ ଆୟୋଜିତ ଷ୍ଟେଟ ଫରେଷ୍ଟ ଆୱାର୍ଡରେ ରାୟଗଡ ବନଖଣ୍ଡ ଡିଭିଜନ୍ର ବନରକ୍ଷୀ ବାଡିଚେଟି ଭାସ୍କରଙ୍କୁ ଶ୍ରେଷ୍ଠ ବନରକ୍ଷୀ ଭାବେ ପୁରସ୍କୃତ କରାଯାଇଛି । ଏହି ଅବସରରେ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଓ ପିସିସିଏଫ,ଓଡିଶା ବନରକ୍ଷୀ ଭାସ୍କରଙ୍କୁ ସ୍ୱର୍ଣ୍ଣ ପଦକ ସହ ୫ହଜାର ଟଙ୍କାର ଆର୍ଥିକ ନଗଦ ରାଶି ପୁରସ୍କାର ପ୍ରଦାନ କରିଛନ୍ତି । ରାୟଗଡ ରେଂଜ’ର ଗୁମ୍ମା ସେକ୍ଟର ଅଂଚଳରେ ଜଙ୍ଗଲ ସୁରକ୍ଷା,ଅଧିକ କେସ୍ ଧରିବା,ଆସାମୀଙ୍କୁ କୋର୍ଟ ଚାଲାଣ କରିବା,ବନ୍ୟଜନ୍ତୁ ସଂରକ୍ଷଣ କରିବା, ଉଚ୍ଚମାନର ବୃକ୍ଷ ରୋପଣ କରିବା, ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ନିମନ୍ତେ ବିଶେଷ ପଦକ୍ଷେପ ଗ୍ରହଣ କରିବା ଇତ୍ୟାଦି କାର୍ଯ୍ୟ ପାଇଁ ବନରକ୍ଷୀ ବି.ଭାସ୍କରଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇ ସମ୍ମାନୀତ କରାଯାଇଛି । ରାୟଗଡ ଜିଲ୍ଳାରୁ ଶ୍ରେଷ୍ଠ ବନରକ୍ଷୀ ଭାବେ ପୁରସ୍କୃତ ହୋଇଥିବାରୁ ରାୟଗଡ ବନଖଣ୍ଡିୟ ଅଧିକାରୀ(ଡିଏଫଓ) ଦେବାର୍ଚ୍ଚନ ବେହେରାଙ୍କ ସମେତ ବିଭାଗୀୟ ଏସିଏଫ, ରେଂଜର, ବନପାଳ ଓ ବନରକ୍ଷୀଙ୍କ ତରଫରୁ ଏବଂ ବିଭିନ୍ନ ମହଲରୁ ଶୁଭେଚ୍ଛା ଞାପନ କରାଯାଇଥିବା ବେଳେ ଓଡିଶା ଅଣଗେଜେଟେଡ୍ ବନ ସେବା ସଂଘର ରାଜ୍ୟ ସଭାପତି ଗୈାରୀ ଶଙ୍କର ସାହୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।

ସ୍ବତନ୍ତ୍ର ପ୍ରତିନିଧି ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.