ଅର୍ଦ୍ଧେନ୍ଦୁ ଦାସଙ୍କ ଗିରଫର ପ୍ରତିବାଦ: କଳାହାଣ୍ଡି ସାମ୍ବାଦିକ ଓ ବୁଦ୍ଧିଜୀବି ଫୋରମ୍ ପକ୍ଷରୁ ଦାବିପତ୍ର ପ୍ରଦାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି: (ନିଲେଶ କୁମାର ନାଗ): ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସଙ୍କୁ ଗିରଫର ପ୍ରତିବାଦ ତଥା ତାଙ୍କୁ ତୁରନ୍ତ ମୁକ୍ତ କରିବାକୁ କଳାହାଣ୍ଡି ସାମ୍ବାଦିକ ଓ ବୁଦ୍ଧିଜୀବି ଫୋରମ୍ ପକ୍ଷରୁ ଦାବି କରାଯାଇଛି। ଭବାନୀପାଟଣା ସ୍ଥିତ ଅମଲା ଭବନଠାରେ ବରିଷ୍ଠ ସାମ୍ବାଦିକ ଭାରତ ଭୂଷଣ ଠାକୁରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଓକିଲ ସଂଘ ସଭାପତି ସୁବ୍ରତ ବହିଦାର, ଉପସଭାପତି ନିମାଞ୍ଚଳ ନାଏକ, ବିଜେପି ଜିଲ୍ଲା ସଭାପତି ଦେବେନ୍ଦ୍ର ମହାନ୍ତି, ସିପିଆଇ ଜିଲ୍ଲା ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଅଗଷ୍ଟ ନାଏକ, କଳାହାଣ୍ଡି ଜର୍ଣ୍ଣାଲିଷ୍ଟ ୟୁନିୟନ ସଭାପତି ମହମ୍ମଦ ଅଲ୍ଲି, ଓଜେୟୁ ଜିଲ୍ଲା ସଭାପତି ନିରୋଜ ପଟ୍ଟନାୟକ, ପେଷାଦାର ସାମ୍ବାଦିକ ସଂଘର ଜିଲ୍ଲା ସଭାପତି ରଜନୀକାନ୍ତ ମିଶ୍ର, କଳାହାଣ୍ଡି ଆକ୍ଟିଭ ଜର୍ଣ୍ଣାଲିଷ୍ଟ ୟୁନିଟ ସଦସ୍ୟ, ସାମ୍ବାଦିକ ଶାନ୍ତନୁ ବେହେରା, ବିଜୟ ତ୍ରିବେଦୀ, ଦେବେନ୍ଦ୍ର ବିଶି ଓ ଜିଲ୍ଲାର ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ମାନେ ଯୋଗଦାନ କରିଥିଲେ। ସାମ୍ବାଦିକମାନେ କଳା ବ୍ୟାଚ୍ ଲଗାଇ ଘଟଣାର ତୀବ୍ର ନିନ୍ଦା କରିଥିଲେ। ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ ପଣ୍ଡା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏହାପରେ ସାମ୍ବାଦିକ ଫୋରମ ଓ ବୁଦ୍ଧିଜୀବୀ ଏକ ଶୋଭାଯାତ୍ରାରେ ବାହାରି କଳାହାଣ୍ଡି ଆରକ୍ଷୀ ଅଧିକ୍ଷକଙ୍କୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଦେଇ ଶ୍ରୀ ଦାସଙ୍କୁ ନିର୍ଦୋଷରେ ଖଲାସ କରି ସମସ୍ତ ମାମଲା ରଦ୍ଦ କରିବାକୁ ଦାବି କରିଥିବା ଜଣାପଡ଼ିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.