ନର୍ଲା ବ୍ଲକର ୭ ଗୋଟି ପ୍ରାଥମିକ କୃଷି ସମବାୟ ସମିତି ସଭାପତି ନିର୍ବାଚନ ଫଳାଫଳ

ପୁଣି କମାଲ ଦେଖାଇଲେ ନର୍ଲା ବ୍ଲକ ଉପାଧ୍ୟକ୍ଷ ମୁନ୍ନା ମହାନ୍ତି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକର ୭ ଗୋଟି ପ୍ରାଥମିକ କୃଷି ସମବାୟ ସମିତିର ସଭାପତି ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ ସମାପନ ହୋଇଯାଇଛି। ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି (ମୁନ୍ନା)ଙ୍କ ନେତୃତ୍ୱରେ ୨ଗୋଟି ପେକ୍ସର ସଭାପତି ନିର୍ଦ୍ୱନ୍ଦରେ ବିଜୟ ଲାଭ କରିଥିଲା ବେଳେ ୫ଗୋଟି ପେକ୍ସରେ ଲଢେଇ ହୋଇଥିଲା। ଏଥିରେ ଶ୍ରୀଯୁକ୍ତ ମହାନ୍ତିଙ୍କ ନେତୃତ୍ବରେ ପ୍ରାର୍ଥୀମାନେ ବିଜୟୀ ହୋଇଥିବା ଜଣାପଡିଛି। ସଂପୃକ୍ତ ପେକ୍ସ ମାନଙ୍କର ଚାଷୀ ମାନଙ୍କ ସର୍ବାଙ୍ଗୀନ ବିକାଶ, ଧାନ ବିକ୍ରି ଉପରେ କଟନୀ ଛଟନୀ କଟକଣା, ଚାଷୀ ମାନଙ୍କୁ ଏକଜୁଟ କରିବା ଆଦି ଆଭିମୁଖ୍ୟ ଯୋଗୁଁ ଜୋରଦାର ଲଢେଇ ମଧ୍ୟରେ ୫ ଗୋଟି ସଭାପତି ଏକ ତରଫିଆ ଜିତ୍ ହାସଲ କରିଥିବା ଚର୍ଚ୍ଚା ହେଉଛି। ଶାନ୍ତପୁର ପ୍ରାଥମିକ କୃଷି ସମବାୟ ସମିତି ସଭାପତି ଭାବେ ରଞ୍ଜିତ ମାଝୀ, ରୁପ୍ରାରୋଡ ପ୍ରାଥମିକ କୃଷି ସମବାୟ ସମିତି ସଭାପତି ଭାବେ ବିଜୟ କୁମାର ଭୋଇ, ନର୍ଲା ପ୍ରାଥମିକ କୃଷି ସମବାୟ ସମିତି ସଭାନେତ୍ରୀ ଭାବେ ମଞ୍ଜୁ ଗଉଡ଼, ତୁଳାପଡା ପ୍ରାଥମିକ କୃଷି ସମବାୟ ସମିତି ସଭାପତି ଭାବେ ନରସିଂହ ଭୋଇ, ପଲମ ପ୍ରାଥମିକ କୃଷି ସମବାୟ ସମିତି ସଭାପତି ଭାବରେ ଶୋଭାଗୀୟ ନାଗ ଆଜି ବିଜୟୀ ଘୋଷିତ ହୋଇଛନ୍ତି। ପୂର୍ବରୁ ଭାନପୁର ପ୍ରାଥମିକ କୃଷି ସମବାୟ ସମିତି ସଭାପତି ଭାବରେ ଯତୀନ୍ଦ୍ର ପଧାନ ଓ ରୁପ୍ରା ପ୍ରାଥମିକ କୃଷି ସମବାୟ ସମିତି ସଭାପତି ଭାବରେ ସମୀର ରାଉତ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ। ଏହି ଅବସରରେ ନବ ନିର୍ବାଚିତ ସଭାପତିମାନେ ଡ଼ାଇରେକ୍ଟର ଓ ଚାଷୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.