ସ୍ବେଛାସେବୀଙ୍କ ହସ୍ତକ୍ଷେପ ପରେ କ୍ଷମାକାନ୍ତିଙ୍କୁ ମିଳିଲା ହୁଇଲ ଚେୟାର

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକ କାଶିବାହାଲ ଗାଁର ଭଗବାନ ସରାଫଙ୍କ ଝିଅ କ୍ଷମାକାନ୍ତି ସରାଫ ମାଟ୍ରିକ ଶ୍ରେଣୀ ପର୍ଯ୍ୟନ୍ତ ବହୁତ ସୁନ୍ଦର ଭାବରେ ପଢାପଢି କରିବା ସହ ଭଲ ଥିଲେ। ହେଲେ ପରୀକ୍ଷା ସାରିବାପରେ ଧୀରେ ଧୀରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗିଡ଼ିବାରେ ଲାଗିଲା ଓ ଚାଲି ବୁଲି ପାରିଲେ ନହିଁ ।‌ ସେ ପକ୍ଷାଘାତ ରୋଗରେ ପୀଡିତ ହେଲେ । ତାଙ୍କର ପିତା ବହୁତ ଦୂର ଦୁରାନ୍ତ ହସ୍ପିଟାଲକୁ ନେଇ ତାଙ୍କୁ ଡାକ୍ତରଙ୍କ ପରାମର୍ଶ ମଧ୍ୟ ନେଇଥିଲେ ହେଲେ କୌଣସି ସୁଫଳ ମିଳିଲା ନାହିଁ । ଏବେ ତାଙ୍କର ଗୋଟିଏ ହାତ ଓ ଗୋଟିଏ ଗୋଡ କାମ କରୁନାହିଁ। ଏହି ସମସ୍ୟା ବିଷୟରେ ନେହେରୁ ଯୁବକେନ୍ଦ୍ର କଳାହାଣ୍ଡିର ସ୍ବେଛାସେବୀ ଯଶୋବନ୍ତ ରଣାଙ୍କ ନଜରରେ ଆସିବା ପରେ ସମାଜସେବୀ ରୁଦ୍ର ପ୍ରସାଦ ନାଏକଙ୍କ ଜରିଆରେ ଡକ୍ୟୁମେଣ୍ଟ ସଂଗ୍ରହ କରି ଡ଼ିଏସଏସଓଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଅରୁଣ ମହାପାତ୍ର ଙ୍କ ସହ ଯୋଗାଯୋଗ କରି ତାଙ୍କୁ ଶୀଘ୍ର ଗୋଟିଏ ହୁଇଲଚେୟାର ଓ ଦିବ୍ୟାଙ୍ଗ ଭତ୍ତା କରିଦେବାକୁ ନିବେଦନ କରିଥିଲେ । ଡ଼ିଏସଏସଓ ଶ୍ରୀ ମଦନଜିତ ହୋତାଙ୍କ ନିର୍ଦେଶରେ କୋକସରା ବିଏସଏସଓଙ୍କ ଜରିଆରେ କ୍ଷମାକାନ୍ତିଙ୍କୁ ସରପଞ୍ଚ ପୁଷ୍ପାଞ୍ଜଳି ନାଏକ, ପିଇଓ ଅରବିନ୍ଦ ମେହେରଙ୍କ ଜରିଆରେ ଏକ ହୁଇଲଚେୟାର ପ୍ରଦାନ କରିଛନ୍ତି ଓ ଖୁବ କମଦିନ ଭିତରେ ଦିବ୍ୟାଙ୍ଗ ଭତ୍ତା ପ୍ରଦାନ କରିବାକୁ ପ୍ରତିଶୃତି ଦେଇଛନ୍ତି । ହୁଇଲଚେୟାର ପାଇବା ପରେ ତାଙ୍କ ପରିବାର ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ସ୍ବେଛାସେବୀ ଯଶୋବନ୍ତ ରଣା, ଡ଼ିଏସଏସଓ ମଦନଜିତ ହୋତା, ଅରୁଣ ମହାପାତ୍ର, କାଶିବାହାଲ ସରପଞ୍ଚ ପୁଷ୍ପାଞ୍ଜଳି ନାଏକ , ପିଇଓ ଅରବିନ୍ଦ ମେହେର, କୋକସରା ବ୍ଳକ ପ୍ରଶାସନଙ୍କୁ ଧନ୍ୟବାଦ ଜଣେଇଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.