ମନ୍ଥର ଗତିରେ ଚାଲିଛି ନର୍ଲାରୋଡ ରେଳ ଷ୍ଟେସନ ସେଡ ନିର୍ମାଣ କାର୍ଯ୍ୟ

ସେଡ ତଳେ କାଦୁଅ ପଚପଚ, ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ଯାତ୍ରୀ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାରୋଡ ରେଳ ଷ୍ଟେସନରେ ପ୍ରଥମ ପ୍ଲାଟଫର୍ମ ଷ୍ଟେସନ ଅଫିସ୍ ପାର୍ଶ୍ଵରେ ସେଡ ନିର୍ମାଣ କାମ ଚାଲିଛି । ବର୍ଷାଦିନ ଆସି ଉପନୀତ । ସେଡ ତଳେ ତଥା ଷ୍ଟେସନର ପ୍ରବେଶ ଦ୍ୱାରରେ କଂକ୍ରୀଟ କରାଯାଇ ନଥିବାରୁ କାଦୁଅ ପଚ ପଚ ହେବା ଯୋଗୁଁ ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧା ଭୋଗୁଥିବା ଦେଖିବାକୁ ମିଳୁଛି । ଗତ ଦୁଇ ବର୍ଷ ହୋଇଗଲା ଉନ୍ନୟନ କାର୍ଯ୍ୟ ଚାଲି ଆସୁଛି । ପ୍ଲାଟଫର୍ମର ଉନ୍ନତି କରଣ ସରିଯାଇଥିବା ବେଳେ ନୂଆ ଷ୍ଟେସନ ଭବନ ନିର୍ମାଣ କାର୍ଯ୍ୟ ମଧ୍ୟ ସରିଯାଇଛି ହେଲେ ଏହା କାର୍ଯ୍ୟକ୍ଷମ ହୋଇ ପାରୁନି । ଅନ୍ୟପକ୍ଷେ ନବ ନିର୍ମିତ ଷ୍ଟେସନ ଭବନ କାର୍ଯ୍ୟକ୍ଷମ ହେବା ପୂର୍ବରୁ ଫ୍ଲୋରିଙ୍ଗ୍ ଭାଙ୍ଗିବା ମଧ୍ୟ ଆରମ୍ଭ ହୋଇଗଲାଣି । ତୃତୀୟ ପ୍ଲାଟଫର୍ମ ଆଗରୁ ରହିଥିଲା । ଇତି ମଧ୍ୟରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପ୍ଲାଟଫର୍ମର ଉନ୍ନତି କରଣ କରାଯାଇଛି । ଷ୍ଟେସନ ଆରପଟେ ରହିଥିବା ଷ୍ଟାଫ କ୍ୱାଟର୍ସ ଗୁଡିକ ଭଙ୍ଗାଯାଇ ଚତୁର୍ଥ ପ୍ଲାଟଫର୍ମ ନିର୍ମିତ ହୋଇସାରିଛି । ବିଶାଖାପାଟନମରୁ ରାୟପୁର ପର୍ଯ୍ୟନ୍ତ ତୃତୀୟ ରେଳ ଲାଇନ କାର୍ଯ୍ୟ ମଧ୍ୟ ପ୍ରାୟ ସମ୍ପୂର୍ଣ୍ଣ ହୋଇସାରିଛି । ହେଲେ ଚାରି ମାସ ତଳେ ପ୍ରଥମ ପ୍ଲାଟଫର୍ମ ପୁରୁଣା ଷ୍ଟେସନ ଭବନ ପାର୍ଶ୍ୱରେ ରହିଥିବା ସେଡକୁ ଭାଙ୍ଗି ଦିଆଗଲା । ଗ୍ରୀଷ୍ମ ଦିନରେ ରେଳଯାତ୍ରୀ ମାନେ ଖରାରେ ନାହିଁ ନଥିବା ଅସୁବିଧା ଭୋଗିଥିଲେ । ଗତ ଦେଢ ମାସ ତଳେ ପୁରୁଣା ଷ୍ଟେସନ ଭବନ ର ବାମ ପାର୍ଶ୍ଵରେ ଓ ନବ ନିର୍ମିତ ଷ୍ଟେସନ ଭବନର ସମ୍ମୁଖରେ ନୂଆ ସେଡ ନିର୍ମାଣ କାର୍ଯ୍ୟ ଦୀର୍ଘଦିନ ଧରି ଚାଲିଆସୁଛି । ଗ୍ରୀଷ୍ମ ଦିନରେ ପ୍ଲାଟଫର୍ମର ସେଡ ନିର୍ମାଣ ହୋଇ ପାରିନଥିଲା । ଫଳରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧା ଭୋଗିଥିଲେ । ଏବେ ବର୍ଷା ଦିନରେ ବିଭିନ୍ନ ସ୍ଥାନକୁ ଯାତ୍ରା ପାଇଁ ଟ୍ରେନକୁ ଅପେକ୍ଷାରତ ରେଳଯାତ୍ରୀ ମାନେ ବର୍ଷାରେ ନାହିଁ ନଥିବା ଅସୁବିଧା ଭୋଗୁଥିବା ଦେଖିବାକୁ ମିଳୁଛି । ବାରମ୍ବାର ଖବର ପ୍ରସାରଣ ପରେ ବିଭାଗ ତରଫରୁ ତତ୍ପରତା ଦେଖାଇ ସେଡ ନିର୍ମାଣ କାମକୁ ଆହୁରି ଯୋର କରାଯାଇ ଏବେ ସେଡ ନିର୍ମାଣ କାମ ସଂମ୍ପୂର୍ଣ୍ଣ ହୋଇଥିବା ଦେଖିବାକୁ ମିଳିଛି । ହେଲେ ସେଡ ତଳେ କଂକ୍ରୀଟ କାମ କରାଯାଇ ନାହିଁ । ଏବେ ସେଡ ତଳେ କାଦୁଅ ପଚପଚ ହୋଇ ରହୁଥିବାରୁ ଏହାକୁ ନେଇ କ୍ଷୋଭ ବ୍ୟକ୍ତ କରିଛନ୍ତି ନର୍ଲାରୋଡ ଯାତ୍ରୀ ସୁରକ୍ଷା ସମିତିର କର୍ମକର୍ତ୍ତା ମାନେ । ଯାହାକୁ ନେଇ ଯାତ୍ରୀ ମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିବା ବେଳେ ଏହାକୁ ନେଇ ନର୍ଲାରୋଡ ରେଳଯାତ୍ରୀ ସୁରକ୍ଷା ସମିତିର ସଭାପତି ତଥା କଳାହାଣ୍ଡି ସାଂସଦଙ୍କ ନର୍ଲା ପ୍ରତିନିଧି ପ୍ରଦୀପ କୁମାର ନାଏକ, ନର୍ଲାରୋଡ ରେଳଯାତ୍ରୀ ସୁରକ୍ଷା ସମିତିର ବରିଷ୍ଠ ସଦସ୍ୟ ରାମଚନ୍ଦ୍ର ପରିଡା, ହମେଶ କୁମାର ଜୈନ ପ୍ରମୁଖ ତାଙ୍କ ପ୍ରତିକ୍ରୀୟାରେ ଅସନ୍ତୋଷ ବ୍ୟକ୍ତ କରିବା ସହ ସମ୍ପୃକ୍ତ ଠିକା କମ୍ପାନୀ ଟିଟିଆଇପିଏଲ୍ ର ଏହି ମନ୍ଥର ଗତି କାର୍ଯ୍ୟ ଶୈଳୀକୁ ନେଇ ପ୍ରଶ୍ନ କରିଛନ୍ତି । ନର୍ଲାରୋଡ ରେଳଯାତ୍ରୀ ସୁରକ୍ଷା ସମିତିର କର୍ମକର୍ତ୍ତା ମାନେ ଏହାକୁ ନେଇ କ୍ଷୋଭ ବ୍ୟକ୍ତ କରିବା ସହ ସେଡ ତଳେ କଂକ୍ରୀଟ କାମ ଶ୍ରୀଘ୍ର କରିବା ପାଇଁ ଜିଏମ୍ ତୁରନ୍ତ ଦୃଷ୍ଟି ଦିଅନ୍ତୁ ବୋଲି ଦାବୀ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.