5T ଯୋଜନାରେ ରୂପାନ୍ତରିତ ହେବ କେଗାଁ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ

ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ରାଜ୍ୟ ସରକାରଙ୍କ ଫାଇଭ୍-ଟି ଯୋଜନାରେ ଗୋଲାମୁଣ୍ଡା ବ୍ଲକର ତୃତୀୟ ପର୍ଯ୍ୟାୟରେ ୭ ଗୋଟି ସ୍କୁଲ ରୂପାନ୍ତରିତ ହେବାର ଥିବା ବେଳେ ଦିର୍ଘ ଦିନର ପ୍ରତିକ୍ଷାର ଅନ୍ତ ଘଟି କେଗାଁ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ରୂପାନ୍ତରିତ ହେବ । ଏଥିପାଇଁ ଆଜି ବିଦ୍ୟାଳୟ ପରିସରରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୂଖ୍ୟ ଅତିଥି ଭାବେ ଗୋଲାମୁଣ୍ଡା ବିଡିଓ ସ୍ନିଗ୍ଧାରାଣୀ ପ୍ରଧାନ, ସମ୍ମାନିତ ଅତିଥି ଭାବେ ବିଇଓ ନବ କିଶୋର ସାହୁ, ସହକାରୀ ଯନ୍ତ୍ରୀ ପର୍ଶୁରାମ ନାୟକ, ସମିତିସଭ୍ୟ ଲକ୍ଷ୍ମଣ ସାହୁ, କନିଷ୍ଠ ଯନ୍ତ୍ରୀ ଚିତ୍ତରଞ୍ଜନ ଜେନା, ନିକୁଞ୍ଜ ନାଏକ ପ୍ରମୁଖ ମଞ୍ଚାସିନ ଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଉକ୍ତ କାର୍ଯ୍ୟକ୍ରମକୁ ପ୍ରଧାନ ଶିକ୍ଷକ କ୍ଷିରୋଦ କୁମାର ସାହୁ ପରିଚାଳନା କରିଥିଲେ । ଉକ୍ତ ସମୟରେ ଅତିଥିମାନେ ରାଜ୍ୟ ସରକାରଙ୍କ ଫାଇଭ୍-ଟି ଯୋଜନାକୁ ପ୍ରଶଂସା କରିବା ସହିତ ଏହି ଯୋଜନାରେ ସ୍କୁଲ ଗୁଡିକ ସାମିଲ ହୋଇ ଛାତ୍ରଛାତ୍ରୀମାନେ ସ୍ମର୍ଟ ସ୍କୁଲ, ସ୍ମର୍ଟ କ୍ଲାସ, ଅତ୍ୟାଧୁନିକ ଲାଇବ୍ରେରୀ ଓ ସୁନ୍ଦର ପରିବେଶ ମଧ୍ୟରେ ପାଠ ପଢୁଛନ୍ତି ବୋଲି କହିଥିଲେ । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ଓ ଏହି ଯୋଜନାରେ ବ୍ଲକର ଅଧିକରୁ ଅଧିକ ସ୍କୁଲକୁ ସାମିଲ କରିବାରେ ମୁଖ୍ୟ ଭୁମିକା ଗ୍ରହଣ କରିଥିବା ପୂର୍ବତନ ମନ୍ତ୍ରୀ ତଥା ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ରଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ଉକ୍ତ ସମୟରେ ବିଦ୍ୟାଳୟ ପରିଚାଳନା କମିଟି, ଅଭିଭାବକ ଓ ପୁରାତନ ଛାତ୍ରମାନେ ଉପସ୍ଥିତ ଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.