ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ସ୍ଥାନୀୟ ବିଏମ ହାଇସ୍କଲ ଶତବାର୍ଷିକୀ ପ୍ରକୋଷ୍ଠ ପରିସରରେ ୫ଟି ଅଧୀନରେ ରୂପାନ୍ତରିତ ହୋଇଥିବା କଳାହାଣ୍ଡି ଜିଲ୍ଲାର ବିଭିନ୍ନ ହାଇସ୍କୁଲର ଶିକ୍ଷକଙ୍କୁ ନେଇ ଏକ ଦକ୍ଷତା ଅଭିବୃଦ୍ଧି କର୍ମଶାଳା ଆୟୋଜିତ ହୋଇଛି। ପାଞ୍ଚ ଦିନ ଧରି ଚାଲିବାକୁ ଥିବା ଉକ୍ତ କର୍ମଶାଳାକୁ ଆଜି (୧୯ ଜୁଲାଇ) କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ଉଦ୍ଘାଟନ କରିଛନ୍ତି। ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ ଚୋପଦାର, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେ ଓ ବିଏମ ହାଇସ୍କୁଲ ପ୍ରଧାନ ଶିକ୍ଷକ ଷଷ୍ଠୀ ଝାଙ୍କର ମଞ୍ଚାସିନ ଥିଲେ। ଏଥିରେ ଜିଲ୍ଲାର ୧୦୦ଜଣ ହାଇସ୍କୁଲ ଶିକ୍ଷକ ଓ ପ୍ରଧାନଶିକ୍ଷକ ଯୋଗ ଦେଇଥିବା ବେଳେ ଜିଲ୍ଲା ବିଜ୍ଞାନ ପରିଦର୍ଶକ ପ୍ରକାଶ ନିଶଙ୍କ, ପେଡାଗୋଜି ସଂଯୋଜିକା ଶ୍ରଦ୍ଧାଞ୍ଜଳି ଦାଶ, ପ୍ରୋଗ୍ରାମର ସୌମେନ୍ଦ୍ର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।