ଅବ୍ୟବସ୍ଥା ଘେରରେ ମୂଷାନାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ

୩ଟି କୋଠରିରେ ପଢୁଛନ୍ତି ୮ଟି ଶ୍ରେଣୀର ଛାତ୍ରଛାତ୍ରୀ, ବାରଣ୍ଡାରେ ବସୁଛନ୍ତି ପିଲା

ଓଡ଼ିଆ ବାର୍ତ୍ତା/କଳାହାଣ୍ଡି (ନିଲେଶ କୁମାର ନାଗ): ପ୍ରାଥମିକ ଶିକ୍ଷାକୁ ଗୁରୁତ୍ୱ ଦେଇ ଯୋଜନା ଉପରେ ଯୋଜନା କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ସରକାର। ୫-ଟି ଯୋଜନାରେ ରାଜ୍ୟର ବହୁ ସ୍କୁଲର ରୂପାନ୍ତରଣ କାର୍ଯ୍ୟ ଜାରି ରହିଛି।ହେଲେ ବର୍ତ୍ତମାନ ମଧ୍ୟ ବହୁ ସ୍କୁଲରେ ଆବଶ୍ୟକ ଶ୍ରେଣୀଗୃହ ନଥିବାରୁ ଛାତ୍ରଛାତ୍ରୀ ବହୁ ଅସୁବିଧା ଭୋଗୁଛନ୍ତି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଳକ ମୂଷାନାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ। ପ୍ରାପ୍ତ ସୂଚନା ଅନୁସାରେ ୧୯୮୬ ମସିହାରେ ମୂଷାନାଳ ବିଦ୍ୟାଳୟ ସ୍ଥାପନ ହୋଇଥିଲା। ବର୍ତ୍ତମାନ ଏଠାରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ୨୧୧ ରୁ ଅଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ଶିକ୍ଷା ଦାନ ପାଇଁ ୫ଜଣ ଶିକ୍ଷକ ଅଛନ୍ତି। ୮ ଶ୍ରେଣୀ ପିଲାଙ୍କ ପାଇଁ ମାତ୍ର ୫ଟି କୋଠରି ରହିଥିବା ବେଳେ ୨ଟି କୋଠରୀ ବିପଦସଙ୍କୁଳ ଅବସ୍ଥାରେ ରହିଥିବା ବେଳେ ଛାତ୍ରଛାତ୍ରୀ ବହୁ ଅସୁବିଧାର ସମ୍ମୁଖୀନ ହୋଇ ୩ଟି କୋଠରୀ ଓ ସ୍କୁଲ ବାରଣ୍ଡାରେ ବସାଇ ପିଲାଙ୍କୁ ପାଠ ପଢାଇବା ସମ୍ଭବ ହୋଇ ପାରୁନାହିଁ ବୋଲି ସ୍କୁଲ ପରିଚାଳନା କମିଟି ସଭାପତି ଉବୁଜଲାଳ ହରିଜନ ଓ ଶିକ୍ଷକମାନେ ପ୍ରକାଶ କରିଛନ୍ତି। ସ୍କୁଲ ସମସ୍ୟା ନେଇ ବ୍ଳକ ଶିକ୍ଷା ବିଭାଗ, ଗ୍ରାମପଞ୍ଚାୟତ, ବ୍ଳକ ପ୍ରଶାସନ ଆଗରେ ବହୁବାର ଅଭିଯୋଗ କରିବା ପରେ ଗତ ଜୁନ ୨୯ ତାରିଖରେ ଲାଞ୍ଜିଗଡ ବ୍ଳକ ଅଧ୍ୟକ୍ଷ୍ୟା କମଳା ପାତ୍ର ଓ ସ୍ଥାନୀୟ ଲାଞ୍ଜି ସରପଞ୍ଚ ଯମୁନା ମାଝୀ ଉକ୍ତ ସ୍କୁଲକୁ ଆସି ତଦନ୍ତ କରିଥିବା ବେଳେ ଛାତ୍ରଛାତ୍ରୀ ମାନେ ଅଧ୍ୟକ୍ଷ୍ୟା ଶ୍ରୀମତୀ ପାତ୍ରଙ୍କୁ ଅଭିଯୋଗ କରିବା ପରେ ଅତିଶୀଘ୍ର ଏହାର ପୁନରୁଦ୍ଧାର କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଆଜିଯାଏ କୌଣସି ପଦକ୍ଷେପ ନିଆ ଯାଇନାହିଁ ବୋଲି ସ୍କୁଲ କମିଟି ପକ୍ଷରୁ ସୂଚନା ମିଳିଛି। ସେହିପରି ସ୍କୁଲରେ ପାଚିରି ନାହିଁ, ସ୍କୁଲ ସାମ୍ନାରେ ଥିବା ନଳକୂପରେ ଗୋଳିଆ ପାଣି ବାହାରୁଛି। ଏଣୁ ତୁରନ୍ତ ଜିଲ୍ଲା ପ୍ରଶାସନ ଏଦିଗରେ ଦୃଷ୍ଟି ଦିଅନ୍ତୁ ବୋଲି ସ୍କୁଲ ପରିଚାଳନା କମିଟିର ସଭାପତି ଶ୍ରୀ ହରିଜନ, ଚନ୍ଦ୍ରମଣି ପାତ୍ର, ଜଗୁ ହରିଜନ, ଦେବରାଜ ସାହା, ଶିବ ହରିଜନ, ମକରନ୍ଧ ପାତ୍ର, ଟଙ୍କ ଦୋରା, ଧନେଶ୍ୱର ପାତ୍ର, ବୁଡୁ ଦୋରା, ସଜମନ ସାହା, ସୁବାଷ ହରିଜନ, ଅନନ୍ତ ପରିଛା, ଆକବର ନାୟକ, ଘାସି ହରିଜନ ପ୍ରମୁଖ ଦାବି କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.