ଯୁଗଯାତ୍ରୀ ସାହିତ୍ୟ ସଂସଦରେ ମେହେର ଜୟନ୍ତୀ ପ୍ରସ୍ତୁତି ବୈଠକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲାର ଅନ୍ୟତମ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ‘ଯୁଗ ଯାତ୍ରୀ ସାହିତ୍ୟ ସଂସଦ’ ପକ୍ଷରୁ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆସନ୍ତା ଅଗଷ୍ଟ ଏଗାର ତାରିଖରେ ପ୍ରକୃତି କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳନ କରାଯିବ। ଏନେଇ ଏକ ପ୍ରସ୍ତୁତି ବୈଠକ ସଂସଦର ସଭାପତି ପଦ୍ମ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସଂପାଦକ ହେମନ୍ତ ସାହୁ ପୂର୍ବ ବୈଠକର ବିବରଣୀ ଉପସ୍ଥାପନ କରିଥଲେ। ଚଳିତ ବର୍ଷ ଦୁଇ ଦିନ ଧରି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଅଗଷ୍ଟ ଦଶ ତାରିଖରେ ପ୍ରାଥମିକ ବିଦ୍ୟାଳୟ ଠାରୁ ମହାବିଦ୍ୟାଳୟ ସ୍ତରରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ ଏବଂ ଏଗାର ତାରିଖରେ ସାହିତ୍ୟ ସଭା, କବିତା ପାଠୋତ୍ସବ ଓ ପୁରସ୍କାର ବିତରଣୀ କରାଯିବାକୁ ନିଷ୍ପତ୍ତି ହେଇଛି। ଆଲୋଚନାରେ ପରମାନନ୍ଦ ବିଶି, ସୁଶାନ୍ତ ମିଶ୍ର, ମାନସ ରଞ୍ଜନ ପ୍ରହରାଜ, ମଧୁ ସୂଦନ ସିଂହ, କୀର୍ତ୍ତନ ଘିଭେଲା, ସୁରେନ୍ଦ୍ର ମହାଖୁଡ, ନିରଞ୍ଜନ ମହାରଣା, ନାରାୟଣ ମହାଳିକ ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ମତ ପ୍ରକାଶ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

 

 

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.