ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପରୁ ବାରମ୍ବାର ହେଉଛି କେବୁଲ ଚୋରି

ଜଳଯୋଗାଣ ବାଧାପ୍ରାପ୍ତ

ଥାନାରେ ଅଭିଯୋଗ ହେଲେ ମଧ୍ୟ ଦୁର୍ବୁତ୍ତଙ୍କ ଟେର ପାଉନି ପୁଲିସ !

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଗଜିନ୍ଦ୍ର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକର ବିଭିନ୍ନ ପଂଚାୟତରେ ଥିବା ଜଳ ଯୋଗାଣ ପ୍ରକଳ୍ପ ଗୁଡିକରୁ ଲକ୍ଷ ଲକ୍ଷ ଟଙ୍କାର ସମର ସେବୁଲ ଫ୍ଲାଟ୍ କେବୁଲ ବାରମ୍ବାର ଚୋରି ହେଉଥିବା ଅଭିଯୋଗ ହେଉଛି । ଫଳରେ ଗାଁ ମାନଙ୍କରେ ଜଳଯୋଗାଣ ବାଧାପ୍ରାପ୍ତ ହେଉଥିବା ବେଳେ କେବୁଲ ଚୋରି ହେବା ଘଟଣା ଏବେ ଏକ ପ୍ରମୁଖ ସମସ୍ୟା ଦେଖାଦେଇଛି । ଯାହାକୁ ନେଇ ବିଭାଗୀୟ ଅଧିକାରୀଙ୍କ ମନରେ ଚିନ୍ତାର ବିଷୟ ହୋଇଥିବା ବେଳେ ଚୋରି ବିଷୟକୁ ନେଇ ବିଭାଗୀୟ ଅଧିକାରୀ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିବା ନେଇ ଜଣାପଡିଛି । କେବୁଲ ଚୋରି ବିଷୟକୁ ନେଇ ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ ହେଉଥିଲେ ମଧ୍ୟ ଦୁର୍ବୃତ୍ତଙ୍କ ଟେର ପାଇପାରୁ ନାହିଁ ପୁଲିସ । ଚୋରି ଅଭିଯୋଗ ଉପରେ ପୁଲିସ ଯେଉଁ ଭଳି ଭାବେ ଗୁରୁତ୍ଵ ନେବା କଥା ତାହା ପୁଲିସର ଖାମଖିଆଲି ମନୋଭାବ ପ୍ରତିପୋଷଣ ହେଉଥିବା ଅଭିଯୋଗ ହେଉଛି । ଫଳରେ ଦିନକୁ ଦିନ ଦୁର୍ବୃତ୍ତଙ୍କ ଦ୍ଵାରା ବିଭିନ୍ନ ଜଳ ଯୋଗାଣ ପ୍ରକଳ୍ପରୁ ବାରମ୍ବାର କେବୁଲ ତାର ଚୋରି ବୃଦ୍ଧି ପାଉଥିବା ବେଳେ ଜଳ ଯୋଗାଣ ମଧ୍ୟ ବାଧାପ୍ରାପ୍ତ ହେଉଛି । ଗତ ୬ ମାସ ତଳେ କେସିଙ୍ଗା ବ୍ଲକର ହାତିଖୋଜ, ତୁଣ୍ଡଲା, ଗାଈଗାଁ, ଗୋକୁଳେଶ୍ବର, ଚାଞ୍ଚେର, ଉତ୍କେଲା, ଦେଓଗାଁ ପଞ୍ଚାୟତରେ ଥିବା ଜଳ ଯୋଗାଣ ପ୍ରକଳ୍ପ ଗୁଡ଼ିକରୁ ସମର ସେବୁଲ ଫ୍ଲାଟ୍ କେବୁଲ ଚୋରି ହୋଇଥିଲା । ଯାହାର ମୂଲ୍ୟ ପାଖାପାଖି ୧୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ବିଭାଗୀୟ ଅଧିକାରୀଙ୍କ ଠାରୁ ପ୍ରକାଶ । ସେହିପରି ଗତ ସାତ ଦିନ ମଧ୍ୟରେ ପୁଣି ଥରେ ଗୋକୁଳେଶ୍ବର, ଗାଈଗାଁ ଭଳି ଅନ୍ୟାନ୍ୟ ଜଳ ଯୋଗାଣ ପ୍ରକଳ୍ପରୁ କେବୁଲ ତାର ଚୋରି ହୋଇଥିବା ବେଳେ ଗତ ୨୦ ତାରିଖ ରାତିରେ ବାଲସି ଜଳ ଯୋଗାଣ ପ୍ରକଳ୍ପରୁ ପ୍ରାୟ ୨ ଶହ ମିଟର ସମର ସେବୁଲ ଫ୍ଲାଟ୍ କେବୁଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକି ବାଲସି ଜଳ ଯୋଗାଣ ପ୍ରକଳ୍ପରୁ ପୂର୍ବରୁ ମଧ୍ୟ ୨ ଥର ଏହି ଭଳି ଚୋରି ହୋଇଥିଲା । ବିଭିନ୍ନ ପ୍ରକଳ୍ପର ଇନଟେକ୍ ଓ୍ବେଲରୁ ପମ୍ପ ହାଉସ୍ ପର୍ଯ୍ୟନ୍ତ ମାଟି ତଳେ ପୋତି ସଂଯୋଗ କରାଯାଇଥିବା ସମର ସେବୁଲ ଫ୍ଲାଟ୍ କେବୁଲକୁ ଦୁର୍ବୁତ୍ତ ମାନେ କାଟି ଚୋରି କରି ନେଉଥିବା ବେଳେ ଏହାର ଏକ ରାକେଟ ଥାଇ ପାରନ୍ତି ବୋଲି ଅନୁମାନ ହେଉଛି । ଦୁର୍ବୁର୍ତ୍ତ ମାନେ ବିଭିନ୍ନ ଜଳ ଯୋଗାଣ ପ୍ରକଳ୍ପ ଗୁଡ଼ିକରୁ କେବୁଲ ଚୋରି କରିବା ଘଟଣାକୁ ନେଇ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି । ଦୁର୍ବୁର୍ତ୍ତ ମାନଙ୍କ ଦ୍ଵାରା ବିଭିନ୍ନ ଜଳ ଯୋଗାଣ ପ୍ରକଳ୍ପର କେବୁଲ ଚୋରି ଘଟଣାକୁ ନେଇ ବିଭାଗୀୟ ଅଧିକାରୀ ବ୍ଲକ ପ୍ରଶାସନକୁ ଜଣାଇଲା ପରେ କେସିଙ୍ଗା ବିଡ଼ିଓ ଏନେଇ ଉଚିତ ତଦନ୍ତ କରି ତାହାର ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଭବାନୀପାଟଣା ସଦର ଥାନା ଓ କେସିଙ୍ଗା ଆଦର୍ଶ ଥାନା ଆଇଆଇସିଙ୍କୁ ପୂର୍ବରୁ ଚିଠି କରିଥିବା ଜଣାପଡିଛି । ଗତ ୧୫/୩/୨୦୨୨ ରିଖ କେସିଙ୍ଗା ଥାନା କେଶ୍ ନମ୍ବର ୧୧୭ ରେ ଏକ ମାମଲା ମଧ୍ୟ ରୁଜୁ କରାଯାଇଥିଲା । ହେଲେ ପୁଲିସ ଦୁର୍ବୃତ୍ତଙ୍କ ଟେର ପାଇ ପାରି ନଥିଲା । ସମର ସେବୁଲ ଫ୍ଲାଟ୍ କେବୁଲ ଚୋରି ଘଟଣା ଗତ କିଛି ମାସ ମଧ୍ୟରେ କେସିଙ୍ଗା ଥାନା ଅଞ୍ଚଳରେ ବାରମ୍ବାର ହେଉଥିବା ବେଳେ ପୁଲିସ ହାଲୁକା ଭାବେ ଗ୍ରହଣ କରୁଥିବା ଅଭିଯୋଗ ହେଉଛି । ଏନେଇ କେସିଙ୍ଗା ଆଦର୍ଶ ଥାନା ଆଇଆଇସି ସତ୍ୟ କୁମାର ନନ୍ଦଙ୍କୁ ପଚାରିବାରୁ ଏହି ବିଷୟରେ ଦୁଇଟି କେଶ୍ ରୁଜୁ ହୋଇଛି ଓ ତାହାର ତଦନ୍ତ ଚାଲିଛି ବୋଲି କହିଛନ୍ତି । ଜଳ ଯୋଗାଣ ପ୍ରକଳ୍ପ ଗୁଡ଼ିକରୁ କେବୁଲ କାଟି ତାର ଚୋରି କରୁଥିବା ଅଭିଯୋଗକୁ ପୁଲିସ୍ ଗୁରୁତର ଭାବେ ନେଇ ଦୁର୍ବୁର୍ତ୍ତ ମାନଙ୍କୁ ଠାବ କରି ଉଚିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହେଉଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.