କଳାହାଣ୍ଡି ଜିଲ୍ଲା ଶିକ୍ଷକ ସଂଘ ପକ୍ଷରୁ ଗୁରୁ ଦିବସ ପାଳନ

‘ଶିକ୍ଷକଙ୍କ ନିଷ୍ଠାପର ଓ ଉତ୍ସର୍ଗୀକୃତ ମନୋଭାବ ଏକମାତ୍ର ସମ୍ବଳ ଯାହା ସୁନାଗରିକ ଗଢ଼ି ପାରିବ’

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ଭାରତର ଦ୍ବିତୀୟ ରାଷ୍ଟ୍ରପତି ସ୍ୱର୍ଗତ ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମ ଦିବସକୁ “ଗୁରୁଦିବସ” ଭାବରେ ପାଳନ କରି ଆସୁଛି ରାଷ୍ଟ୍ର । ଏହି କ୍ରମରେ ଆଜି ଜୟପାଟଣା ବ୍ଲକ ଚଞ୍ଚରାପଡା ବାପୁଜୀ ଆଶ୍ରମ ଠାରେ କଳାହାଣ୍ଡି ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସଭାପତି ସୁରେନ୍ଦ୍ର ମୋହନ ଯୋଶୀଙ୍କ ଅଧ୍ୟକ୍ଷତାରେ ମହା ଆଡ଼ମ୍ବରରେ ଜିଲ୍ଲା ସ୍ତରୀୟ ଗୁରୁଦିବସ ଅନୁଷ୍ଠିତ ହୋଇ ଯାଇଅଛି। ଏହି କାର୍ଯ୍ୟକ୍ରମ ଜୟପାଟଣା ବ୍ଳକ ପ୍ରାଥମିକ ଶିକ୍ଷକ ସଂଘ ଆୟୋଜନ କରିଥିବା ବେଳେ ଜିଲ୍ଲା ପ୍ରଥମିକ ଶିକ୍ଷକ ସଂଘଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା।

Omkar Vasthu
Omkar Vasthu


ଏନେଇ ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ଭାବେ ନର୍ଲା ବିଧାୟକ ଭୂପେନ୍ଦ୍ର ସିଂ ଯୋଗଦେଇ ସର୍ବ ପ୍ରଥମେ ଅଗ୍ରପୂଜ୍ୟ ଗଣେଶ ପୂଜା ଅର୍ଚ୍ଚନା କରି ଶୁଭ ଉଦଘାଟନ କରିଥିଲେ। ପରେ ପରେ ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା। ଲାଞ୍ଜିଗଡ଼ ବିଧାୟକ ପ୍ରଦିପ କୁମାର ଦିଶାରୀ, କଳାହାଣ୍ଡି ଜିଲ୍ଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ, ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ ଚୋପଦାର, ଜୟପାଟଣା ଗୋଷ୍ଠୀ ଶିକ୍ଷା ଅଧିକାରୀ ଧରମା ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳସଚିବ ଡ଼ଃ ନୃପରାଜ ସହୁ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ସାମ୍ପ୍ରତିକ ପରିସ୍ଥିତିରେ ଶିକ୍ଷକଙ୍କ ନିଷ୍ଠାପର ଓ ଉତ୍ସର୍ଗୀକୃତ ମନୋଭାବ ଏକମାତ୍ର ସମ୍ବଳ ଯାହା ସଭ୍ୟତାକୁ ଆଦର୍ଶ ଓ ସୁସ୍ଥ ଗଣତାନ୍ତ୍ରିକ ରାଷ୍ଟ୍ରରେ ସୁ ନାଗରିକ ଗଢ଼ି ପାରିବ ବୋଲି ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଦିବଂଗତ ଶିକ୍ଷକଙ୍କ ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ଅଭିଷେକ ପଣ୍ଡା ଓ ସାଥି ସ୍ବାଗତ ସଂଗିତ ପରିବେଷଣ କରିଥିଲେ। ବ୍ଳକ ଶିକ୍ଷକ ସଂଘ ସମ୍ପାଦକ ଲଲିତ କୁମାର ନାଏକ ସ୍ଵାଗତ ଭାଷଣରେ ନୂତନ ପେନସନ ନୀତି ରଦ୍ଦ କରି ପୁରୁଣା ପେନସନ ନୀତି ରାଜ୍ୟ ସରକାର ଗ୍ରହଣ କରିବା ପାଇଁ ଉପସ୍ଥିତ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ଧିରେନ ପଟ୍ଟନାୟକ ବିବରଣୀ ପାଠ କରି ସହ ସଙ୍ଗଠନ ଉପରେ ଗୁରୁତ୍ବରୋପ କରିବା ସହିତ ଓପିଏସ୍ ଲାଗୁ କରିବା ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଏହି କାର୍ଯ୍ୟକ୍ରମ ୧୩ ଗୋଟି ବ୍ଲକର କୃତି ଶିକ୍ଷକ ଜଣେ ଲେଖାଏଁ ଓ ଅବସର ପ୍ରାପ୍ତ ଶିକ୍ଷକ ଜଣେ ଲେଖାଏଁଙ୍କୁ ମାନପତ୍ର, ଉପଢୌକନ ଓ ଉତ୍ତରୀୟ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ପଣ୍ଡା ଏବଂ ଅଜିତ ନାୟକ ମଞ୍ଚ ପରିଚାଳନା କରିଥିବା ବେଳେ ପ୍ରଫୁଲ୍ଲ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ବ୍ଲକ ସଭାପତି ସଞ୍ଜୟ କୁମାର ପଣ୍ଡା, ଜିଲ୍ଲା ଉପସଭାପତି ବିରେନ୍ ବାଗ ପଦ୍ମଲୋଚନ ନାଏକ ନବ କିଶୋର, ନାଏକ ବିଜୟ ଯୋଶୀ, ରମାକାନ୍ତ ମାଝୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଜିଲ୍ଲା ଉପଦେଷ୍ଟା ମଣ୍ଡଳୀରୁ ଭୁବନେଶ୍ୱର ପଟ୍ଟନାୟକ, ଗଣେଶ ବେହେରା ବିନୋଦ ବିହାରୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବ୍ଲକର ଶିକ୍ଷକ ଶିକ୍ଷୟିତ୍ରୀ ବିପୁଳ ପରିମାଣରେ ଯୋଗ ଦେଇ ସମାରୋହକୁ ସାଫଳ୍ୟ ମଣ୍ଡିତ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.