ରକ୍ତଦାନ କରି ୩ ବର୍ଷୀୟ ଶିଶୁର ଜୀବନ ବଞ୍ଚାଇଲେ ଯୁବ କବି ମଳୟ ମେହେର

୨୧ ଥର ରକ୍ତ ଦାନ କରି ସାରିଲେଣି ରକ୍ତଦାନ

ପ୍ରଶଂସାର ପାତ୍ର ସାଜିଛନ୍ତି ଯୁବକବି

ଓଡ଼ିଆ ବାର୍ତ୍ତା/ ସିନାପାଲି (ରମେଶ ମେହେର): ନୂଆପଡ଼ା ଜିଲ୍ଲା ସିନାପାଲି ସହରର ଯୁବ କବି ମଳୟ ମେହେର ରକ୍ତଦାନ କରି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କୁମୁଦମୁଣ୍ଡା ଗ୍ରାମର ଗିରିଧାରୀ ମେହେରଙ୍କ ୩ ବର୍ଷର ଶିଶୁ ପୂତ୍ର କୁରୁକ୍ଷେତ୍ର ମେହେରଙ୍କ ଜୀବନ ବଞ୍ଚାଇଛନ୍ତି। ରକ୍ତ ହୀନତା ରୋଗରେ ପୀଡିତ ରହିଛନ୍ତି ଏହି ୩ ବର୍ଷୀୟ ଶିଶୁ। ଉକ୍ତ ଶିଶୁ ଜଣକକୁ ରକ୍ତଦାନ କରି ଜୀବନ ବଞ୍ଚାଇଛନ୍ତି ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକର ଯୁବକବି ମଳୟ ମେହେର। ସେ ପୂର୍ବରୁ ରକ୍ତ ଦାନ କରି ଅନେକ ଲୋକଙ୍କ ଜୀବନ ବଞ୍ଚାଛନ୍ତି। ଏହାକୁ ମିଶାଇ ୨୧ ଥର ରକ୍ତଦାନ କରି ସାରିଛନ୍ତି ମଳୟ। ଜଣେ ଯୁବ କବି ଭାବରେ ଯେତିକି ନାମ ରକ୍ତଦାନ କରି ମଧ୍ୟ ସେତିକି ପ୍ରଶଂସା ପାଉଛନ୍ତି। ରକ୍ତଦାନ କରି ବେଶ୍ ଆତ୍ମା ସନ୍ତୋଷ ମିଳେ ବୋଲି ସେ ପ୍ରକାଶ କରିଛନ୍ତି। ପ୍ରକାଶ ଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା ଧର୍ମଗଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରକ୍ତ ହୀନତା ରୋଗରେ ଶିଶୁ ଜଣକ ଗୁରୁତର ହୋଇ ଚିକିତ୍ସା ହେଉଛନ୍ତି। ତାକୁ ଏବି+ ରକ୍ତ ଅତ୍ୟନ୍ତ ଜରୁରୀ ହୋଇ ପଡିଥଲା। ଶିଶୁଙ୍କ ପରିବାର ତରଫରୁ ଯୁବ କବି ମଳୟଙ୍କ ସହିତ ଯୋଗାଯୋଗ ହେବା ପରେ ଖବର ପାଇ ତୁରନ୍ତ ଧର୍ମଗଡ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପହଞ୍ଚି ରକ୍ତଦାନ କରି ସେ ଜୀବନ ବଞ୍ଚାଇ ଥିଲେ। ଏଭଳି ରକ୍ତଦନ କରି ଅନେକଙ୍କ ଜୀବନ ବଞ୍ଚାଇ ଆସୁଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.