ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭବାନୀପାଟଣା ବ୍ଲକ ଦାଦପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜମୁନାବାହାଲ ଗ୍ରାମର ଗୈାନ୍ତିଆ ପରିବାରର ବରିଷ୍ଠ ସଦସ୍ୟ ଲୋକେଶ ଚନ୍ଦ୍ର ପଧାନ ୬୬ ବର୍ଷ ବୟସରେ ଗତ ୨୮/୯ ରେ ଇହଲୀଳା ସମ୍ବରଣ କରିଥିଲେ । ଆଜି ତାଙ୍କର ଏକାଦଶାହ କାର୍ଯ୍ୟକ୍ରମ । ଇତ୍ୟାବସରରେ ଆୟୋଜିତ ହୋଇଥିଲା ଶ୍ରଦ୍ଧାଞ୍ଜଳି ସଭା । ଲାଞ୍ଜିଗଡ଼ ବ୍ଲକ କମର୍ଦ୍ଧା ଗ୍ରାମ ପଞ୍ଚାୟତର ମୁଣ୍ଡାଗାଁ ଗୈାନ୍ତିଆ ହରିଶ୍ଚନ୍ଦ୍ର ବୁଦ୍ଧିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସ୍ମୃତି ସଭାରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ଜିଲ୍ଲା କୁଲତା ସମାଜର ସଭାପତି କେଶବ ଚନ୍ଦ୍ର ଭୋଇ ଯୋଗଦାନ କରି ସ୍ବର୍ଗତ ପଧାନଙ୍କ ସ୍ମୃତି ଚାରଣ କରିଥିଲେ । ସମ୍ମାନୀତ ଅତିଥି ଭାବରେ ଅନ୍ତରାମ ପଧାନ, ସୁନାସୀର ଭୋଇ, ନରେନ୍ଦ୍ର ପଧାନ, ରଜନୀକାନ୍ତ ସା, କଳାହାଣ୍ଡି ଲୋକସଭା ସାଂସଦଙ୍କ ନର୍ଲା ପ୍ରତିନିଧି ପ୍ରଦୀପ କୁମାର ନାଏକ, ବିରଞ୍ଚି ନାରାୟଣ ମହାପାତ୍ର ପ୍ରମୁଖ ଯୋଗଦାନ କରି ସମାଜ ପ୍ରତି ତାଙ୍କର ଅବଦାନ ଓ ଦିଗ ଦର୍ଶନ ବିଷୟରେ ଆଲୋକପାତ କରି ସ୍ମୃତି ଚାରଣ କରିଥିଲେ ।

କାର୍ଯ୍ୟକ୍ରମ ଆରମ୍ଭରେ ପରିବାର ତରଫରୁ ପୁଅ ଦେବରାଜ ପଧାନ ଦୀପ ପ୍ରଜ୍ଜ୍ୱଳନ କରିବା ସହ ପୁଷ୍ପାଞ୍ଜଳି ପ୍ରଦାନ କରିବା ପରେ କ୍ରମାନ୍ଵୟରେ ସମସ୍ତ ପରିବାର ସଦସ୍ୟ ଓ ଉପସ୍ଥିତ ବନ୍ଧୁ ସହୋଦର, ଅତିଥି ଗଣ ପୁଷ୍ପାଞ୍ଜଳି ପ୍ରଦାନ କରିଥିଲେ । ସ୍ବର୍ଗତ ପଧାନଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ନର୍ଲାରୋଡ଼ ଜୟଦୁର୍ଗା ହାଇସ୍କୁଲର କର୍ମଚାରୀ ଚକ୍ରଧର ସା ମଞ୍ଚ ସଞ୍ଚାଳନ କରିଥିବା ବେଳେ ସାଂସଦଙ୍କ ନର୍ଲା ପ୍ରତିନିଧି ପ୍ରଦୀପ କୁମାର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ ।





