ଗୋଆଧାରିତ ଜୀବିକା ଉପରେ ତାଲିମ ଶିବିର

ଓଡ଼ିଆ ବାର୍ତ୍ତା/ ବୌଦ୍ଧ: ବୌଦ୍ଧ ଜିଲ୍ଲା ପ୍ରଶାସନ ଓ ମିଶନ ଶକ୍ତି ବିଭାଗ ସହାୟତାରେ ମଥୁରା ପଞ୍ଚାୟତ ଦନ୍ତାପଳି ସ୍ଥିତ ମାହେଶ୍ୱରୀ ଗୋଶାଳା ଓ ଜରା ଆଶ୍ରମ ଆୟୋଜନରେ, ଗ୍ରାମ୍ୟ ବିକାଶ ପରିଷଦ, ଶ୍ରୀ ଗୋବିଜ୍ଞ ଫାଉଣ୍ଡେସନ, ଓଡ଼ିଶା ଗୋସେବା ସମିତି, ଭୂମିଶ୍ରି କୃଷକ ଉତ୍ପାଦକ କମ୍ପାନୀ, ସାଲୁଙ୍କି କୃଷକ ଉତ୍ପାଦକ କମ୍ପାନୀ, ବାଣୀିଶ୍ରୀ କୃଷକ ଉତ୍ପାଦକ କମ୍ପାନୀ ଇତ୍ୟାଦି ଜିଲ୍ଲାର ସାମାଜିକ ଅନୁଷ୍ଠାନ ମିଳିତ ଉଦ୍ୟମରେ ଦେଶୀ ଗୋମାତା ମାନଙ୍କୁ ସୁରକ୍ଷା ସହିତ ଗୋଆଧାରିତ ଜୀବିକା ଉପରେ ତାଲିମ ଶିବିର ବୌଦ୍ଧ ଏନଏସି ମହିଳା ମାନଙ୍କୁ ନେଇ ବନ୍ୟା ଆଶ୍ରୟ ସ୍ଥଳୀ, ହରଭାଙ୍ଗା ବ୍ଲକ ମଥୁରା ଓ ରାଧାନଗର ପଂଚାୟତ ପାଇଁ ମାହେଶ୍ୱରୀ ଗୋଶାଳା, ବୌଦ୍ଧ ବ୍ଲକ ପାଇଁ ତିକର ପଡ଼ା ବଡ଼ ଗୋଛପଦା ଓ କଣ୍ଟାମାଳ ବ୍ଲକ ପାଇଁ ଡପଲା ଠାରେ ତାଲିମ୍ ଶିବିର ଅନୁଷ୍ଠିତ ହୋଇ ଯାଇଛି । ମିଶନ ଶକ୍ତି ଜିଲ୍ଲା ସଂଯୋଜକ ଦେବଦତ୍ତ ମିଶ୍ର କାର୍ଯ୍ୟକ୍ରମର ଶୁଭାରମ୍ଭ କରିବାସହ ଉପସ୍ଥିତ ତାଲିମ ନେତ୍ରୀ ମାନଙ୍କୁ ଗୋ ସୁରକ୍ଷା ଓ ଗୋ ଆଧାରିତ କୁଟୀର ଶିଳ୍ପ ମାଧ୍ୟମରେ ଅର୍ଥନୀତି ଅଭିବୃଦ୍ଧି ହୋଇ ସ୍ବାବଲମ୍ବୀ ହେଇ ପାରିବେ ବୋଲି କହିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଅନ୍ୟତମ ଅତିଥଭାବେ ଏନ୍ଏସି ନିର୍ବାହୀ ଅଧିକାରୀ ଇଂ ମନୋରଞ୍ଜନ ପଣ୍ଡା, ଜିଲ୍ଲା ପରିଷଦ ସଭ୍ୟ ବିଶ୍ୱଜିତ ମିଶ୍ର, ସାମାଜିକ କର୍ମୀ କେଦାରନାଥ ସାହୁ, କନ୍ଧମାଳ ଜିଲ୍ଲାର ବରିଷ୍ଠ ସାମାଜିକ କର୍ମୀ ଜନବାଡ଼ି ଗୌଡ, ସନ୍ତୋଷ ଦନ୍ତା, ଲବ ବଘାର, ମିଶନ ଶକ୍ତି ବ୍ଲକ କାର୍ଯ୍ୟକ୍ରମ ଅଧିକାରୀ ପ୍ରଭାତ ପ୍ରଧାନ ଓ କର୍ମଚାରୀ ଏସ ରହମାନ, ସୂପର୍ଣ୍ଣା ମହାନ୍ତି, ପବନ କୁମାର ପଳେଇ, ମନୋରଞ୍ଜନ ପାଲ ଓ ପୁଷ୍ପାଞ୍ଜଳି ଦାସ ଉପସ୍ଥିତ ରହି ଅଂଶ ଗ୍ରହଣ କରିଥିବା ମହିଳା ସ୍ଵୟଂ ସହାୟକ ଗୋଷ୍ଟି ମହିଳା ମାନଙ୍କୁ ଉତ୍ସାହିତ କରିଥିଲେ । କମ୍ ଦିନ ମଧ୍ୟରେ ଏନ୍ଏସି ଅଞ୍ଚଳରେ ମିଶନ ଶକ୍ତି ବଜାର ଖୋଲିବା ସହିତ ମହିଳା ମାନଙ୍କ ଉତ୍ପାଦିତ ଦ୍ରବ୍ୟକୁ ବିକ୍ରିବଟା କରିବାକୁ ଉପସ୍ଥିତ ଅଧିକାରୀମାନେ ପ୍ରତିଶ୍ରୁତି ଦେଇଥିଲେ । ମୁଖ୍ୟ ପ୍ରଶିକ୍ଷକ ଭାବେ ସୁନ୍ଦରଗଡ଼ର ବିଶିଷ୍ଟ ଗୋ ସେବକ ତାରାକାନ୍ତ ପଟେଲ ଯୋଗଦେଇ ଗୋବରରୁ ଦୀପ, ଧୂପ ଫୁଲ କୁଣ୍ଡ, ଗୋମୁତ୍ରରୁ ନିମାଇଲ, ଅର୍କ, କୀଟନାଶକ ଇତ୍ୟାଦି ପ୍ରସ୍ତୁତ ପ୍ରଣାଳୀ ଉପରେ ତାଲିମ ପ୍ରଦାନ କରିଥିଲେ । ଉକ୍ତ ତାଲିମ ଶିବିରରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ୧୬୦ ଜଣ ମହିଳା ଯୋଗ ଦେଇ ତାଲିମ ନେଇଥିଲେ । ସୁଷମା କଲତା, ପ୍ରତିମା ଦନ୍ତା, ଅଜିତ ପଟ୍ଟନାୟକ, ବଳରାମ ପ୍ରଧାନ, ଦୁର୍ଯ୍ୟଧନ ନାଏକ ପ୍ରମୁଖ ସହଯୋଗ କରିଥିବା ବେଳେ ପିସ ଫୁଲ ସୋସାଇଟି ସମ୍ପାଦିକା ମଞ୍ଜୁଲତା ଦାସ, ଗ୍ରାମ୍ୟ ବିକାଶ ପରିଷଦ ତଥା ମାହେଶ୍ୱରୀ ଗୋଶାଳା ଓ ଜରା ଆଶ୍ରମ ସମ୍ପାଦକ କୃତ୍ତିବାସ ପଲିଆ, ଅଧ୍ୟକ୍ଷ ନିର୍ଗୁଣ ମହାକୁଡ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.