ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ସଂଘର୍ଷ ସମିତିର ଗଣଧାରଣା

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର: ଖୋର୍ଦ୍ଧା ବଲାଙ୍ଗୀର ରେଳପଥ ସଂଘର୍ଷ ସମିତି ର ଡାକରା କ୍ରମେ ଖୋର୍ଦ୍ଧା ବଲାଙ୍ଗିର ରେଳପ୍ରକଳ୍ପର ତ୍ୱରାନ୍ୱିତ ଦାବୀରେ ବଲାଙ୍ଗୀର, ବୌଦ୍ଧ ଏବଂ ସୋନପୁର ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଆଜି ଦିବା ୯ ଘଣ୍ଟା ସମୟ ରୁ ଅପରାହ୍ନ ୧ ଘଣ୍ଟା ପର୍ଯ୍ୟନ୍ତ ଗଣଧାରଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ କମିଟିର ଆବାହକ ଗୋପାଲଜି ପାଣିଗ୍ରାହୀଙ୍କ ସଭାପତିତ୍ୱ ଏବଂ ବଲାଙ୍ଗୀର ଜିଲ୍ଲା ସଂଯୋଜକ ଭବାନୀ ଶଙ୍କର ଶତପଥୀଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ରତନ ମହାରଣା, କୋଶଳବାଦୀ ନେତା ପ୍ରମୋଦ କୁମାର ମିଶ୍ର, ବିଜେଡ଼ି ନେତା ଲୋଟସ ଷଡଙ୍ଗୀ, ନାଗରିକ କମିଟି ସଭାପତି ବେଲାର ସେନ ଭୋଇ, ଗୋପଭୂଷଣ ନାଥ, ବିକ୍ରମ ବହିଦାର, ବିଭୁତି ଭୂଷଣ ପାଣିଗ୍ରାହୀ, ବଣିକ ସଂଘ ସଭାପତି ତ୍ରିପୁରାରି ପାଣିଗ୍ରାହୀ, କପିଲେଶ୍ୱର ଖମାରି, ସୁରୁ ମଟାରି, ନୀଳମଣି ମିଶ୍ର, କୋଶଲ ନେତା ବିଭୁଦତ୍ତ ମିଶ୍ର, ବିଜେପି ନେତ୍ରୀ ବନଲତା, ଆରତୀ ଗୁରୁ, ପଶ୍ଚିମ ଓଡ଼ିଶା ଯୁବା ମଞ୍ଚର ଥବିର କର୍ମୀ, ଓକିଲ ସଂଘ ସଭାପତି ଅମରେଶ ତ୍ରିପାଠୀ, ସତ୍ୟ ମିଶ୍ର, ମାହେଶ୍ୱରୀ ସଂଗଠନର ଅଙ୍କୁଶ ପାଣ୍ଡିଆ, ପୂର୍ବତନ ସୈନିକ ସଂଘ ରପ୍ରତାପ ରଥ, ବଜରଙ୍ଗ ଦଳର ସୌମ୍ୟ ରଞ୍ଜନ ମିଶ୍ର, ବରିଷ୍ଟ ସାମ୍ବାଦିକ ପୂର୍ଣଚନ୍ଦ୍ର ପଣ୍ଡା, ନାଗରିକ କମିଟି ସମ୍ପାଦକ ମନୋରଞ୍ଜନ ସାହୁ, ବିକାଶ ସା, ଲଷ୍ମୀ ପଟ୍ଟନାୟକ, କିଶୋର ମିଶ୍ର, ବିଜେପି ନେତା ପିତାମ୍ବର ଖମାରି, କୋଶଲ ସେନାର ରାଜ୍ୟ ସଭାପତି କୌସ୍ତୁଭ ସାହୁ,
କଂଗ୍ରେସ ନେତା ବିଦୁଭୂଷଣ ତ୍ରିପାଠୀ, ବିଜେପି ନେତ୍ରୀ ବାସନ୍ତୀ ଜେନା ଏବଂ ବିପିନ କୁସଲିଆ, ଯୁବ ଏକ୍ସନ କମିଟି ସଭାପତି ବିନୋଦ କାଳସାଏ ପ୍ରମୁଖ ଉଦବୋଧନ ଦେବା ସହ ଖୋର୍ଦ୍ଧା ବଲାଙ୍ଗିର ରେଳପଥ ସଂଘର୍ଷ ସମିତିର ପ୍ରକଳ୍ପର ତ୍ୱରାନ୍ୱିତ ପାଇଁ ନେଉଥିବା ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ସମର୍ଥନ ଜ୍ଞାପନ କରିଥିଲେ ।ଏହା ପରେ କେନ୍ଦ୍ର ରେଳମନ୍ତ୍ରୀ ଓ ମୂଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ବଲାଙ୍ଗୀର ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର ନାୟକ ଦାବି ପତ୍ର ଗ୍ରହଣ କରିଥିଲେ। ବଲାଙ୍ଗୀର ଏକ୍ସନ କମିଟିର ଉପସଭାପତି ମୁନା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Udyog Nursery
Udyogi Nursery

ଆଜିର ଏହି ସଭାରେ ରଶ୍ମିରେଖା ଦାନୀ, ନିହାରିକା ମିଶ୍ର, ପ୍ରମିଳା ମିଶ୍ର, ବନଶ୍ରୀ ଆଚାର୍ଯ୍ୟ, ସରିତା ଯୋଶୀ, ଅନିତା ମିଶ୍ର, ସୌଦାମିନୀ ମିଶ୍ର, ଗିରିଶ ସିଂହଦେଓ, ଧୀରେନ୍ଦ୍ର ନାରାୟଣ ସିଂହଦେଓ, ପ୍ରଭାକର ମିଶ୍ର, ୟୁଥ ଏକ୍ସନ କମିଟିର ପିତାମ୍ବର ବନଛୋର(ପିଙ୍କୁ), ରବି ଖମାରି, ରିଲୁ ରଥ, ସନ୍ତୋଷ ସାହୁ, ପ୍ରମୋଦ ସାହୁ, ସୁନୀଲ ମିଶ୍ର, ପ୍ରତାପ ତ୍ରିପାଠୀ, ସୁମେଶ ଡାଙ୍ଗ, ପ୍ରଶାନ୍ତ ନାୟକ, ବଣ୍ଟୁ ବଗର୍ତ୍ତି ଏବଂ ଶତାଧିକ ବୁଦ୍ଧିଜୀବୀ ଯୋଗଦାନ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.