ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନରେ ଡୁଙ୍ଗୁରିପାଲିରେ ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା

ଓଡ଼ିଆ ବାର୍ତ୍ତା/ ସୋନପୁର (ସର୍ଜନ କୁମାର ପାଣ୍ଡେ): ଆଜି ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୭ତମ ଜନ୍ମଦିନ ଉପଲକ୍ଷେ ଡୁଙ୍ଗୁରିପାଲି ବ୍ଲକ ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଅର୍ଥ ଓ ସଂସଦୀୟ ବ୍ୟପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ, ଜ଼ିଲ୍ଲା ବିଜୁ ଜନତା ଦଳ ସଭାପତି ସରୋଜ କମ୍ପ, ଉପ ସଭାପତି ରମେଶ ପୂଜାରୀ, ଡୁଙ୍ଗୁରିପାଲି ବ୍ଲକ ବିଜେଡି ସଭାପତି ହିମାଂଶୁ ଶେଖର ବିଶ୍ୱାଳ,

Omkar Vasthu
Omkar Vasthu


ସୋନପୁର ଜ଼ିଲ୍ଲା ପରିଷଦ ସଭାପତି ସୁପାର ଠେଲା, ଡୁଙ୍ଗୁରିପାଲି ବ୍ଲକ ଅଧ୍ୟକ୍ଷା ଅହଲ୍ୟା ସାହୁ, ଉପାଧ୍ୟକ୍ଷା ବେଲାର ସାହୁ, ବରିଷ୍ଠ ବିଜେଡି ନେତା ଅଭିମନ୍ୟୁ କୁଶଳ, ରାମପୁର ଜ଼ିଲ୍ଲା ପରିଷଦ ସଭ୍ୟ ଗଣେଶ ଭୋଇ, ଡୁଙ୍ଗୁରିପାଲି ଜ଼ିଲ୍ଲା ପରିଷଦ ସଭ୍ୟା ମଞ୍ଜୁଶ୍ରୀ ମାଝୀ, ସୋନପୁର ୧ ନମ୍ବର ଜୋନ ଜିଲ୍ଲା ପରିଷଦ ପ୍ରତିନିଧି କରମଚାନ୍ଦ ମହାନ୍ତି, ସୋନପୁର ବ୍ଲକ ଅଧ୍ୟକ୍ଷା ପ୍ରହ୍ଲାଦଲ ନାୟକ, ଜିଲ୍ଲା ପରିଷଦ ସଭ୍ୟ ମଧୁସୂଦନ ଓତାଏବଂ ଦଳର ବରିଷ୍ଠ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଏହି ଅବସରରେ ଓଡିଶା ସରକାରଙ୍କର ଜନହିତକର ଯୋଜନା ବିଷୟରେ ଜନ ସାଧାରଣଙ୍କୁ ଅବଗତ କରାଇଥିଲେ ଉପସ୍ଥିତ ଥିବା ନେତୃମଣ୍ଡଳୀ । ଉପସ୍ଥିତ ସମସ୍ତ ବିଜୁ ଜନତା ଦଳର କର୍ମୀ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ତାଙ୍କର ନିରାମୟ ଜୀବନ କାମନା କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.