କୀଟନାଶକ ଔଷଧ ପିଇ ମହିଳାଙ୍କ ଆତ୍ମହତ୍ୟା

ଓଡ଼ିଆ ବାର୍ତ୍ତା/ ଚନ୍ଦାହାଣ୍ଡି (କାମିନୀ ରଞ୍ଜନ ପାଣ୍ଡେ): ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ହଲଦି ଗ୍ରାମର ସାବେତ୍ରୀ ଝାଙ୍କର (୫୦) ନାମ୍ନୀ ଜଣେ ମହିଳା କୀଟନାଶକ ଔଷଧ ପିଇ ଆତ୍ମହତ୍ୟା କରିଥିବା ଚନ୍ଦାହାଣ୍ଡି ଥାନା ଅଧିକାରୀ ଉମେଶ ଚନ୍ଦ୍ର ନାୟକ ଗଣମାଧ୍ୟମକୁ ପ୍ରକାଶ କରିଛନ୍ତି । ଏ ନେଇ ଚନ୍ଦାହାଣ୍ଡି ଥାନା ୟୁଡି କେଶ ନଂ ୧୬/୨୨ ଅନୁସାରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଏହାର ତଦନ୍ତ ଭାର ଏସଆଇ ଶିବ ପ୍ରସାଦ ମହାନ୍ତିଙ୍କୁ ହସ୍ତାନ୍ତର କରିଥିବା ଥାନା ଅଧିକାରୀ ଶ୍ରୀ ନାୟକ ସୁଚନା ଦେଇଛନ୍ତି ।

Omkar Vasthu
Omkar Vasthu

ପୋଲିସ ସୂତ୍ରନୁସାରେ ହଲଦି ଗ୍ରାମର ଖିରସିନ୍ଦୁ ଝାକରଙ୍କ ସ୍ତ୍ରୀ ସାବେତ୍ରୀ ଝାକର ଆଜି ସକାଳ ୧୦ ଟା ସମୟରେ ଘରେ କେହି ଲୋକ ନଥିବା ସମୟରେ କୀଟନାଶକ ଔଷଧ ପିଇ ଗୁରୁତର ହୋଇ ପଡି ଥିଲେ । ସାବେତ୍ରୀଙ୍କ ଗୁରୁତର ହୋଇ ଥିବା ଦେଖି ପରିବାର ଲୋକେ ଚିକିତ୍ସା ପାଇଁ ତୁରନ୍ତ ୧୦୮ ଯୋଗେ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରି ଥିଲେ । ସେଠାରେ ଡାକ୍ତର ମନୀଷ କୁମାର ପୁରୋହିତ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଚିକିତ୍ସା କରି ଥିଲେ । ଚିକିତ୍ସାଧିନ ଅବସ୍ଥାରେ ସାବେତ୍ରୀ ଆଖି ବୁଜି ଦେଇଥିଲେ । ମୃତ ମହିଳାଙ୍କ ପୁଅ ପ୍ରମାନନ୍ଦ ଝାକର ଏତଲା ଦେବା ପରେ ଥାନା ଅଧିକାରୀ ଉମେଶ ଚନ୍ଦ୍ର ନାୟକଙ୍କ ନିର୍ଦେଶ କ୍ରମେ ଏସଆଇ ଶିବ ପ୍ରସାଦ ମହାନ୍ତି ଡାକ୍ତରଖାନା ଯାଇ ଶବ ଜବତ କରିବା ସହ ବ୍ୟବଛେଦ ପାଇଁ ପଠାଇ ଦେଇ ଥିଲେ । ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ତଦନ୍ତ କାରୀ ଅଧିକାରୀ ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି । ସାବେତ୍ରୀଙ୍କ ବର୍ଷକ ତଲେ ଗୋଡ ଭାଙ୍ଗି ଯାଇଥିବାରୁ ସେ ଚାଲା ବୁଲା କରିପାରୁ ନଥିଲେ । ଏପଟେ ପେଟ ଯନ୍ତ୍ରଣା ଅସହ୍ୟ ହେବାରୁ ସେ କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ ପ୍ରକାଶ କରିବା ସହ ତାଙ୍କ ଏତଲାରେ ଦର୍ଶାଇଛନ୍ତି । ସାବେତ୍ରୀ ପିଇ ଆତ୍ମହତ୍ୟା କରିଥିବା କୀଟନାଶକ ଔଷଧ ଜବତ କରାଯାଇଥିବା ଥାନାଧିକାରୀ ଶ୍ରୀ ନାୟକ ସୂଚନା ଦେଇଛନ୍ତି ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.