ସିସିପି ବୈଠକରୁ ପୂର୍ବତନ ରାଷ୍ଟ୍ରପତିଙ୍କୁ ବାହାର କରିଦେଲେ ଚୀନ ରାଷ୍ଟ୍ରପତି ଜିନ୍ ପିଙ୍ଗ୍

Omkar Vasthu
Omkar Vasthu


Pearl dental clinic
Near Ashish Medical Store, Bhawanipatna

ବେଜିଂ: ଚୀନ କମ୍ୟୁନିଷ୍ଟ ପାର୍ଟି (ସିସିପି)ର ବୈଠକରେ ଏକଛତ୍ରବାଦ ଶାସକର ପରିଚୟ ଦେଖାଇଛନ୍ତି ରାଷ୍ଟ୍ରପତି ସି ଜିନପିଙ୍ଗ। ପୂର୍ବତନ ରାଷ୍ଟ୍ରପତି ହୁ ଜିନ୍ତାଓ ଏବଂ ଏବେର ରାଷ୍ଟ୍ରପତି ସି ଜିନ୍ ପିଙ୍ଗ ବୈଠକରେ ଉପସ୍ଥିତ ଥିଲେ। ହେଲେ ବୈଠକ ଚାଲିଥିବା ବେଳେ ଦୁଇ ଜଣ ସୁରକ୍ଷା କର୍ମୀ ଆସି ହୁ ଜିନ୍ତାଓଙ୍କୁ ବୈଠକରୁ ବଳପୂର୍ବକ ଉଠାଇ ନେଇଯାଇଥିଲେ। ଅନ୍ୟପକ୍ଷରେ, ଜିନ ପିଙ୍ଗଙ୍କ ପ୍ରତିଦ୍ୱନ୍ଦ୍ୱୀ ତଥା ଚୀନ୍ ପ୍ରଧାନମନ୍ତ୍ରୀ ଲି କେକିଆଙ୍ଗଙ୍କୁ ମଧ୍ୟ କେନ୍ଦ୍ରୀୟ କମିଟିରୁ ବାହାର କରାଯାଇଛି। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେବାରେ ଲାଗିଛି। ଯେଉଁଥିରୁ ଚୀନର ଶାସକ ଦଳ ମଧ୍ୟରେ କିଛି ଠିକ ଠାକ ନାହିଁ ବୋଲି ସ୍ପଷ୍ଟ ହୋଇଛି।

Udyog Nursery
Udyogi Nursery

ଭିଡିଓରେ ୭୯ ବର୍ଷୀୟ ହୁ ଜିନ୍ତାଓ ସି ଜିନପିଙ୍ଗଙ୍କ ବାମ ପାର୍ଶ୍ୱରେ ବସିଥିଲେ । ଦୁଇଜଣ ବ୍ୟକ୍ତି ପୂର୍ବତନ ରାଷ୍ଟ୍ରପତିଙ୍କୁ ବଳପୂର୍ବକ ଉଠାଇ ନେଇଯାଇଥିଲେ। ଏହା ପୂର୍ବରୁ ଜିନ୍ତାଓ ସହିତ ଜିନ୍ ପିଙ୍ଗ୍ କିଛି ସମୟ କଥା ହୋଇଥିଲେ ଏବଂ ପରେ ତାଙ୍କୁ ବଳପୂର୍ବକ ନିଆଯାଇଥିଲା ଢ ଯଦିଓ କ’ଣ କଥା ହୋଇଥିଲେ ଏବଂ କେଉଁ କାରଣ ପାଇଁ ହୁ ଜିନ୍ତାଓଙ୍କୁ ବୈଠକରୁ ବାହାର କରିଦେଲେ କାରଣ ସ୍ପଷ୍ଟ ହୋଇନାହିଁ, କିନ୍ତୁ ଭିଡିଓ ସାମ୍ନାକୁ ଆସିବା ପରେ ଏହା ସ୍ପଷ୍ଟ ହୋଇଛି ଯେ ଚୀନରେ ସବୁକିଛି ଠିକ୍ ଚାଲିନାହିଁ।

ସେପଟେ ସି ଜିନପିଙ୍ଗଙ୍କ ପ୍ରତିଦ୍ୱନ୍ଦ୍ୱୀ ତଥା ଚୀନର ପ୍ରଧାନମନ୍ତ୍ରୀ ଲି କେକିଆଙ୍ଗଙ୍କ ବିରୋଧରେ ଦଳ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ତାଙ୍କୁ କେନ୍ଦ୍ରୀୟ କମିଟିରୁ ବହିଷ୍କାର କରାଯାଇଛି।

ହୁ ଜିନ୍ତାଓ ବୈଠକ ବେଳେ ଟିକେ ବିବ୍ରତ ଥିଲେ ବୋଲି ସୂଚନା ରହିଛି। ପାଞ୍ଚ ବର୍ଷରେ ଥରେ ଆୟୋଜିତ ହୋଇଥିବା କମ୍ୟୁନିଷ୍ଟ ପାର୍ଟି ବୈଠକରେ ଦଳର ସମ୍ବିଧାନରେ ସଂଶୋଧନ ହୋଇଛି। ସମ୍ବିଧାନ ସଂଶୋଧନ ହେବା ପରେ ଜିନ୍ ପିଙ୍ଗ୍ ଆହୁରି ଶକ୍ତିଶାଳୀ ହୋଇଛନ୍ତି ବୋଲି କୁହାଯାଉଛି।



Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.