ନର୍ଲା ମଣ୍ଡଳ ବିଜେପି ମହିଳା ମୋର୍ଚ୍ଚାର କାର୍ଯ୍ୟକାରିଣୀ ବୈଠକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭାରତୀୟ ଜନତା ପାର୍ଟି ନର୍ଲା ମଣ୍ଡଳ ମହିଳା ମୋର୍ଚ୍ଚାର କାର୍ଯ୍ୟକାରିଣୀ ବୈଠକ ସାଡିଙ୍ଗତରା ଶୈବପୀଠ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ନର୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଗୀତାଞ୍ଜଳୀ ପୁଟେଲଙ୍କ ନେତୃତ୍ୱରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଲୋକସଭା ସାଂସଦ ବସନ୍ତ କୁମାର ପଣ୍ଡା, ସମ୍ମାନିତ ଅତିଥି ଭାବେ ବିଜେପି ରାଜ୍ୟ ମହିଳା ମୋର୍ଚ୍ଚା ସମ୍ପାଦିକା କୁନ୍ତୀ ପାଲ, ଜିଲ୍ଲା ଉପ ସଭାପତି ତଥା ରାଜ୍ୟ କାର୍ଯ୍ୟକାରୀ ସଦସ୍ୟ ଅନିରୁଦ୍ଧ ପଧାନ, ପୂର୍ବତନ ନର୍ଲା ବିଧାୟକ କୁମାର ମଣି ଶବର, ନର୍ଲା ମଣ୍ଡଳ ସଭାପତି ପ୍ରତିଭା ମହାନନ୍ଦ ପ୍ରମୁଖ ଯୋଗଦାନ କରିଥିଲେ । ଏହା ସହିତ ନର୍ଲା ବିଜେପି ସଂଗଠନର ସମସ୍ତ ମହିଳା ମୋର୍ଚ୍ଚା ସଭାନେତ୍ରୀ ଓ ବରିଷ୍ଠ ନେତୃବୃନ୍ଦ ପଦ୍ମଲୋଚନ ମିଶ୍ର, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ପ୍ରଦୀପ କୁମାର ନାଏକ, ଶ୍ରୀକାନ୍ତ ହୋତା, ଦୟା ସାହୁ, ମଦନପୁର ରାମପୁର ବ୍ଲକ ସାଂସଦ ପ୍ରତିନିଧି ଖୁସିରାମ ସାହୁ ଓ କର୍ଲାମୁଣ୍ଡା ବ୍ଲକ ସାଂସଦ ପ୍ରତିନିଧି ରାଜେନ୍ଦ୍ର ମିଶ୍ର ସମେତ ବହୁ ବରିଷ୍ଠ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ । ଏହି ମହିଳା ମୋର୍ଚ୍ଚା ସମାବେଶରେ କଳାହାଣ୍ଡି ଲୋକସଭା ସାଂସଦଙ୍କୁ ନର୍ଲା ଅଂଚଳର ୩୨ ଜଣ ବୃଦ୍ଧ ଓ ବୃଦ୍ଧା ଓ ବିଧବା ଗତ ୬ ମାସରୁ ଅଧିକ ସମୟ ଧରି ଭତ୍ତା ପାଇ ନଥିବା ଅଭିଯୋଗ କରିଥିଲେ । ଅଭିଯୋଗର ତୁରନ୍ତ ସମାଧାନ ନେଇ ସାଂସଦ ଶ୍ରୀ ପଣ୍ଡା ଉପରିସ୍ଥ ଅଧିକାରୀଙ୍କ ସହିତ ସମ୍ପର୍କ କରି ତୁରନ୍ତ ଭତ୍ତା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଯୁବନେତା ପ୍ରତାପ ଚନ୍ଦ୍ର ରଣା ଓ ଶୁଭ୍ରାଂଶୁ ସାହୁ ପରିଚାଳନା କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.