ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ କର୍ମଚାରୀ ଆଦିବାସୀ ଭବନ ଠାରେ ଜିଲ୍ଲା ଆଦିବାସୀ ସଂଘର ଉପସଭାପତି ରମେଶ ଚନ୍ଦ୍ର ମାଝୀଙ୍କ ସଭାପତିତ୍ୱରେ ଭବାନୀପାଟଣା ବ୍ଲକ ଆଦିବାସୀ ସଂଘର ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସଦର ବ୍ଲକ ଆଦିବାସୀ ସଂଘର ପରିଚାଳନା କମିଟି ନୂତନ ଭାବେ ଗଠନ କରାଯାଇଥିଲା । ସର୍ବ ସମ୍ମତି କ୍ରମେ ସଭାପତି ଭାବେ ଅଖିଳ ମାଝୀ, ସାଧାରଣ ସମ୍ପାଦକ ନରେନ୍ଦ୍ର ଦଣ୍ଡସେନା, ଉପସଭାପତି ଭାବେ ବିଶ୍ୱରଂଜନ ମାଝୀ, ମାନଗୋବିନ୍ଦ ମାଝୀ, କବି ମାଝୀ, ଦେବାଧି ମାଝୀ, ସହସମ୍ପାଦକ ଭାବରେ ଜଗବନ୍ଧୁ ଶବର, ପରମେଶ୍ୱର ଝାଙ୍କର, ସରୋଜ ମାଝୀ, କ୍ଷମାକର ମାଝୀ, କୋଷାଧ୍ୟକ୍ଷ ଭାବରେ ଅଙ୍ଗଦ ମାଝୀ ମନୋନୀତ ହୋଇଥିଲେ । ଡିଷ୍ଟ୍ରିକ ସଂଘର ସମ୍ପାଦକ ସାଗର ମାଝୀ ସଭାକୁ ସଂଯୋଜନା କରିଥିବାବେଳେ ସଦର ବ୍ଲକର ସମସ୍ତ ଗ୍ରାମପଂଚାୟତର ଆଦିବାସୀ କର୍ମକର୍ତ୍ତା ଉପସ୍ଥିତ ଥିଲେ ।





