ଜଗନ୍ନାଥ ଚେତନା ବିଶ୍ୱକୁ ଏକ ସୂତ୍ରରେ ବାନ୍ଧିଛି -ଡଃ ସଂଗ୍ରାମ କେଶରୀ ସାମନ୍ତରାୟ

ଓଡ଼ିଆ ବାର୍ତ୍ତା/ କଟକ ସଦର (ଶ୍ରୀକାନ୍ତ ବେଉରା): କୈବଲ୍ୟ ସାହିତ୍ୟ ସଂସଦ ତରଫରୁ ଜଗତ କଲ୍ୟାଣ ମହାଯଜ୍ଞ , କୈବଲ୍ୟ ଜ୍ୟୋତି ସମ୍ମାନ ଏବଂ ଜଗନ୍ନାଥ ସଂସ୍କୃତି ଶୀର୍ଷକ ଆଲୋଚନା ଚକ୍ର ଧବଳେଶ୍ଵର ସାରସ୍ବତ ଆଶ୍ରମ, ଡଙ୍ଗା ଘାଟ ବିଡାନାସୀ ଠାରେ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ଅବସରରେ ଧବଳେଶ୍ଵର ସାରସ୍ବତ ଆଶ୍ରମର ସଭାପତି ମାନସ ଚୈତନ୍ୟ ସ୍ଵାଗତ ଭାଷଣ ପ୍ରଦାନ କରି ଜଗତ କଲ୍ୟାଣ ଯଜ୍ଞର ଆଭିମୁଖ୍ୟ ବର୍ଣ୍ଣନା କରିଥିଲେ । ମୁଖ୍ୟ ଅତିଥି ଭାବେ ସ୍ବାମୀ ମାଧବ ଚୈତନ୍ୟ ମହାରାଜ ମାନବ କଲ୍ୟାଣ ସମସ୍ତଙ୍କର ଦାୟିତ୍ୱ ବୋଲି ଅତି ସରଳ ଭାବରେ ବ୍ୟାଖ୍ୟା କରିଥିଲେ । ମୁଖ୍ୟ ବକ୍ତଭାବେ ଡ଼କ୍ଟର ହରିହର କାନୁନଗୋ ମାନବିକ ମୂଲ୍ୟବୋଧ ଜଗନ୍ନାଥ ସଂସ୍କୃତିର ମୂଳ ମନ୍ତ୍ର ବୋଲି ଅଭିହିତ କରିଥିଲେ । ଜଗନ୍ନାଥ ପ୍ରଚାରକ ଲିଙ୍ଗରାଜ ପତି ଜଗନ୍ନାଥ ସଂସ୍କୃତି ମାନବ କଲ୍ୟାଣ ପାଇଁ ଉଦ୍ଧିଷ୍ଟ ବୋଲି ମତବ୍ୟକ୍ତ କରିଥିଲେ । ବୈଦ୍ୟନାଥ ପଣ୍ଡା ଜଗନ୍ନାଥ ବ୍ରହ୍ମାଣ୍ଡର ଜୀବନ୍ତ ଠାକୁର ବୋଲି ତତ୍ଵିକ ଭାବରେ ବର୍ଣ୍ଣନା କରିଥିଲେ । ସ୍ବାମୀ ଅଭେଦାନନ୍ଦ ସରସ୍ଵତୀ, ପଣ୍ଡିତ ନୀଳକଣ୍ଠ ରାଉତ, ଗୀତା ଚଇନି, ବିଶ୍ୱଜିତ୍ ସୂର୍ଯ୍ୟବଂଶୀ ସଭାପତି ମହାତ୍ମା ବିଚାର ମଂଚ, କବି ତୋଫାନ ଜେନା, ଅଜୟ କୁମାର ପଣ୍ଡା, ଜଗନ୍ନାଥ ପ୍ରଚାରକ ଶୁଭେନ୍ଦୁ ସ୍ୱାଇଁ ବିଶିଷ୍ଟ ସମ୍ମାନିତ ଅତିଥି ଭାବେ ଜଗନ୍ନାଥ ସଂସ୍କୃତି ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଉକ୍ତ ଅବସରରେ ଡ଼କ୍ଟର ହରିହର କାନୁନଗୋ( ଜଗନ୍ନାଥ ଗବେଷକ), ପଣ୍ଡିତ ଦିବାକର ମିଶ୍ର( ଜଗନ୍ନାଥ ପ୍ରଚାରକ), ଡ଼କ୍ଟର ଲକ୍ଷ୍ମଣ ସାହୁ(ସାହିତ୍ୟିକ), ଡ଼କ୍ଟର ସୁନାମଣି ରାଉତ(ଶିଶୁ ସାହିତ୍ୟିକା), ପଣ୍ଡିତ ପ୍ରଦୀପ୍ତ ମହାପାତ୍ର( ଜଗନ୍ନାଥ ପ୍ରଚାରକ) , ଶ୍ରୀ ଶ୍ରୀ ମାନସ ଚୈତନ୍ୟ ମହାରାଜ(ଜଗନ୍ନାଥ ପ୍ରଚାରକ) , ହରିଦ୍ଵାର ଆଶ୍ରମର ଗୀତାଞ୍ଜଳି ମହାପାତ୍ର ( ଜଗନ୍ନାଥ ଏବଂ ସନାତନ ଧର୍ମ ପ୍ରଚାରକ)ଏବଂ ସମାଜସେବୀ ଅଭିମନ୍ୟୁ ଦାସ ଙ୍କୁ କୈବଲ୍ୟ ଜ୍ୟୋତି ସମ୍ମାନ ୨୦୨୨ ସାହିତ୍ୟ, ସମାଜ ସେବା ଏବଂ ଜଗନ୍ନାଥ ସଂସ୍କୃତି ଗବେଷକ ଏବଂ ପ୍ରଚାରକ ପାଇଁ ପ୍ରଦାନ କରାଯାଇଥିଲା । ଏହି ଜଗତ କଲ୍ୟାଣ ମହାଯଜ୍ଞ କାର୍ଯ୍ୟକ୍ରମରେ ସାହି ବସ୍ତିର ବୁଦ୍ଧିଜୀବି, ଅଧିବାସୀ , ସାଧୁ ସନ୍ଥ ବହୁ ମାତ୍ରାରେ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସାଗର କୁମାର ସାମନ୍ତରାୟ, ଚିତ୍ତ ରଂଜନ ମହାନ୍ତି, ସୁକୁମାର ସାମଲ, ନମିତା ମହାନ୍ତି, ସଞ୍ଜୟ କୁମାର ମହାରଣା ଅନୁଷ୍ଠାନ ତରଫରୁ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଉକ୍ତ ଅବସରରେ ଡଃ ନୃସିଂହନନ୍ଦ ମହାପାତ୍ରଙ୍କ ରଚିତ ଆଧ୍ୟାତ୍ମିକ ପୁସ୍ତକ ଦିଗବିଜୟୀ ଆଚାର୍ଯ୍ୟ ଶଙ୍କରଙ୍କ ଯାତ୍ରା ଶୁଭ ଉନ୍ମୋଚିତ ହୋଇଥିଲା । ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ଡ. ସଂଗ୍ରାମ କେଶରୀ ସାମନ୍ତରାୟ ସଂପାଦକୀୟ ବିବରଣୀ ପାଠ କରିଥିଲେ ଏବଂ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.