କଂଗ୍ରେସ କରୁଛି ଗୀତ ଚୋରି,  ଟ୍ବିଟର ହ୍ୟାଣ୍ଡେଲ ବ୍ଲକ କରିବାକୁ କହିଲେ କୋର୍ଟ

ଓଡ଼ିଆ ବାର୍ତ୍ତା/ ବାଙ୍ଗାଲୋର: କଂଗ୍ରେସ ଗୀତ ଚୋରି କରି ଭାରତ ଯୋଡୋ ଯାତ୍ରାରେ ବଜାଉଥିବାର ଅଭିଯୋଗର ଶୁଣାଣି କରିଛନ୍ତି କୋର୍ଟ । ସେହି ଚୋରି ଗୀତକୁ ବିଭିନ୍ନ ସୋସିଆଲ ମିଡିଆରେ ବ୍ୟବହାର କରାଯାଉଛି । ଏମଆରଟି ମ୍ୟୁଜିକ ପକ୍ଷରୁ ଏଭଳି ଅଭିଯୋଗକୁ ନେଇ ବାଙ୍ଗାଲୋର କୋର୍ଟ ଗୀତ ଡିଲିଟ କରିବାକୁ କହିବା ସହ ଟୁଇଟ କଂଗ୍ରେସର ଟ୍ବିଟର ହ୍ୟାଣ୍ଡେଲକୁ ସାମୟିକ ଭାବେ ବ୍ଲକ୍ କରିବାକୁ କହିଛନ୍ତି । ଏପରିକି କେଜିଏଫ-2ର ଗୀତ ଚୋରି ହୋଇଥିବା ନେଇ ଗୀତ ତିଆର କରିଥିବା କଂପାନି  କୋର୍ଟ ଯାଇଥିଲେ ।

  ‘ଭାରତ ଯୋଡ଼ୋ ଯାତ୍ରା’ରେ ତାଙ୍କ ଦ୍ବାରା ତିଆର କରାଯାଇଥିବା ଗୀତ ଏବଂ ସଂଗୀତ ବ୍ୟବହାର କରାଯାଉଥିବା ଅଭିଯୋଗ କରିଥିଲେ ।  କଂଗ୍ରେସ କମ୍ପାନିର ବିନା ଅନୁମତିରେ ଚଳଚ୍ଚିତ୍ରରୁ ସଙ୍ଗୀତ ଉଠାଇ ଆଣି ବ୍ୟବହାର କରୁଥିବାରୁ ବେଙ୍ଗାଲୁରୁ କୋର୍ଟ ଏହା ବେଆଇନ ବୋଲି କହିଛନ୍ତି। କଂଗ୍ରେସ ଭାରତ ଯୋଡୋ ଯାତ୍ରାର ଭିଡିଓରେ ବିନା ଅନୁମତିରେ ବିଭିନ୍ନ ଫିଲ୍ମର ଗୀତକୁ ବ୍ୟବହାର କରିଥିବାରୁ କୋର୍ଟ କଂଗ୍ରେସ ଏବଂ ଭାରତ ଯୋଡର ଟ୍ୱିଟର ହ୍ୟାଣ୍ଡେଲକୁ ସାମୟିକ ଭାବେ ବ୍ଲକ କରିବାକୁ କହିଛନ୍ତି। ତେବେ କଂଗ୍ରେସ ପକ୍ଷରୁ କୁହାଯାଇଛି ଏହି ମାମଲାରେ ତାଙ୍କୁ ନିଜ ପକ୍ଷ ରଖିବାକୁ ଅନୁମତି ମିଳିନାହିଁ । ଆଇନଗତ ଲଢ଼େଇ ଜାରି ରହିବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.