ଲାଂଜିଗଡ : ଭୋଟ୍ ବର୍ଜନ କଲେ ମାଣିବନ୍ଧା ଗ୍ରାମବାସୀ

ଲାଂଜିଗଡ,୧୧/୪ : ୨୦୧୯ ସାଧାରଣ ନିର୍ବାଚନ ପ୍ରଥମ ପର୍ଯ୍ୟାୟ ମତଦାନର ପରିସମାପ୍ତି ଘଟିଛି । ହେଲେ ନାନା ସମସ୍ୟା ମଧ୍ୟରେ ଛନ୍ଦି ହୋଇ ପଡିଥିବା ମାଡିବନ୍ଧା ଗ୍ରାମବାସୀ ଏଥର ଭୋଟ ବର୍ଜନ କରିଛନ୍ତି । ଲାଂଜିଗଡ ବ୍ଲକ ଲାଂଜିଗଡ ରୋଡ ପଞ୍ଚାୟତ ଅଧିନସ୍ଥ ଏହି ଗାଁର ମୂଖ୍ୟ ସମସ୍ୟା ହେଉଛି ଗମନାଗମନ । କିଛିଦିନ ପୂର୍ବରୁ ଗ୍ରାମବାସୀମାନେ ୨୦୧୯ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଥିଲେ, ଏହାପରେ ବିଭିନ୍ନ ରାଜନୈତିକ ଦଳର ନେତାମାନେ ଆସି ସେମାନଙ୍କୁ ବୁଝାସୁଝା କରିବାପରେ ମଧ୍ୟ ସେମାନେ ତାଙ୍କ ଜିଦିରେ ଅଟଳ ରହି ସାମୁହିକ ମତଦାନରୁ ଦୂରେଇ ରହିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଗ୍ରାମବାସୀ ମାନଙ୍କ ଅଭିଯୋଗ ଅନୁସାରେ ଦୀର୍ଘ ବର୍ଷ ଧରି ଜନସାଧାରଣ ଅଞ୍ଚଳର ସମସ୍ୟା ପାଇଁ ପ୍ରଶାସନ ଓ ସରକାରଙ୍କ ଠାରେ ଗୁହାରୀ କରୁଥିଲେ ମଧ୍ୟ କୋୖଣସି ପ୍ରତିକ୍ରିୟା ବା କାର୍ଯ୍ୟ ହୋଇ ପାରିନାହିଁ । ପ୍ରକାଶ ଯେ କିଡ଼ିଂ ଛକ୍ ଠାରୁ ମାଡ଼ିବନ୍ଧା ଗ୍ରାମ କୁ ଯିବା ପାଇଁ ପ୍ରାୟ ଦୁଇ କି ମି ରାସ୍ତା ଶୋଚନୀୟ ଅବସ୍ଥାରେ ରହିଛି । ବର୍ଷା ଦିନେ ବିଶ୍ଵନାଥପୁର ଓ ଭବାନିପାଟଣା ଯିବା ପାଇଁ ଲୋକେ ବହୁ ସମସ୍ୟା ମଧ୍ୟଦେଇ ଗତି କରନ୍ତି । ଏମତି କି ସରକାରୀ କାର୍ଯ୍ୟ ଓ ଡାକ୍ତରଖାନା ଯିବାପାଇଁ ବହୁତ ଅସୁବିଧା ହୋଇଥାଏ ।

Udyog Nursery
Udyogi Nursery

ସେହିପରି ମାଡିବନ୍ଧା ଗାଁର ଗ୍ରାମପଞ୍ଚାୟତ ଲାଞ୍ଜିଗଡ଼ ରୋଡ଼କୁ ହିତାଧିକାରୀ ମାନେ ପଞ୍ଚାୟତ କାର୍ଯ୍ୟର ଯିବାପଇଁ  ବାଧା ଆସିଥାଏ । ମାଡ଼ିବନ୍ଧାରୁ ଲାଞ୍ଜିଗଡ଼ ରୋଡ଼ ପଞ୍ଚାୟତ କୁ ଯିବା ପାଇଁ ବାଟରେ ସାନ୍ଧୁଲ୍ ନଦୀ ପଡ଼ିଥାଏ ଫଳରେ ପଞ୍ଚାୟତରୁ ବିଭିନ୍ନ କାର୍ଯ୍ୟ ଓ ରାସନ୍ ଆଣିବାରେ ବହୁତ ଅସୁବିଧା ର ସମୁଖୀନ ହୋଇଥାନ୍ତି ଗ୍ରାମବାସୀ । ଏସବୁ ସମସ୍ୟା ପ୍ରତି ପ୍ରଶାସନ ଓ ଜନପ୍ରତିନିଧି ମାନେ ଆଖିବୁଜି ଦେଇଥିବାରୁ ଆଜିର ଏହି ଭୋଟ ବର୍ଜନ ପରି ବିରାଟ ନିଷ୍ପତ୍ତି ନିଆଗଲା ବୋଲି ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି ।

ଲାଂଜିଗଡରୁ ଦୂଃଖିଶ୍ୟାମ ନାଗ (ନିଲେସ)ଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.