ଦଣ୍ଡପାଟ ଧନୁଯାତ୍ରା ପାଇଁ ଶୁଭଖମ୍ବ ସ୍ଥାପନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଳ): କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ବେହେରା ଠାରେ ଦଣ୍ଡପାଟ ଧନୁଯାତ୍ରା ମହୋତ୍ସବ ପାଇଁ ଶୁଭ ଖମ୍ବ ସ୍ଥାପନ ହେଇଯାଇଛି। କରୋନା କଟକଣାର ଦୁଇ ବର୍ଷ ପରେ ଚଳିତ ବର୍ଷ ଡିସେମ୍ବର ୨୨ରୁ ଡିସେମ୍ବର ୨୮ ପର୍ଯ୍ୟନ୍ତ ଧନୁଯାତ୍ରା ମହୋତ୍ସବ ଅନୁଷ୍ଠିତ ହେବ। ଏହି ମହୋତ୍ସବରେ ମିନାବଜାର ସହିତ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ମହାରାଜ କଂସଙ୍କର ଦରବାରରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ହେବା ସହ ରାଜକୀୟ ଅତିଥି ଭାବେ ଅଞ୍ଚଳର ଜନପ୍ରତିନିଧି, ସରକାରୀ କର୍ମଚାରୀ ମାନେ ଯୋଗଦେବେ। ଚଳିତ ବର୍ଷ ଏହି ଧନୁଯାତ୍ରା ମହୋତ୍ସବ ପାଇଁ ସଭାପତି ଭବେଶ ଗଇଁନ୍ତାଙ୍କ ତତ୍ତ୍ବାବଧାନରେ କର୍ତ୍ତା ଭାବେ ଭିକାରୀ ଚରଣ ଗୋପାଳ ଓ ତାଙ୍କ ଧର୍ମପତ୍ନୀ ସୁମନ ଗୋପାଳ ଯୋଗଦେଇ ଶୁଭ ଖମ୍ବ ସ୍ଥାପନ କରିଛନ୍ତି। ସର୍ବପ୍ରଥମେ ଗ୍ରାମବାସୀ ଏବଂ ଧନୁଯାତ୍ରା କମିଟିର ସଦସ୍ୟ ମାନେ କର୍ତ୍ତାଙ୍କ ଘରକୁ ଯାଇ ବାଜା ବାଣର ତାଳେ ତାଳେ କର୍ତ୍ତାଙ୍କୁ ଧନୁଯାତ୍ରା ପଡିଆକୁ ପାଛୋଟି ନେଇଥିଲେ। ସେଠାରେ ଗାଁର ମାଟି ପୁଝାରିଙ୍କ ଉପସ୍ଥିତିରେ ଧନୁଯାତ୍ରା କିପରି ସଫଳତାର ସହ ସମାପ୍ତ ହେବ ସେଥିପାଇଁ ପାରମ୍ପରିକ ପ୍ରକ୍ରିୟାରେ ଭୂମିପୂଜନ ଏବଂ ଶୁଭ ଖମ୍ବ ସ୍ଥାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଗ୍ରାମବାସୀଙ୍କ ସହିତ ପୂର୍ବତନ ବ୍ଲକ ଅଧ୍ୟକ୍ଷ ବଳରାମ ପୁଝାରି, କମିଟିର କୋଷାଧ୍ୟକ୍ଷ ଭବାନୀ ବାରିକ, ବାଳକୃଷ୍ଣ ବିଶି, ଚନ୍ଦନ ବାଣୁଆ, ରାହାସ ନାଏକ, ଜିତ ସାହୁ, ଲଳିତ ବାଣୁଆ, ତ୍ରିଲୋକ ନାଥ ସିଂ, ତରେଶ ବିଶି, ଝାଜ ନାଏକ, ଖୀରସିନ୍ଧୁ ବାଗ, ପିକ ବିଶି, ହୁକମି ବିଶି, ଚନ୍ଦ୍ରକାନ୍ତ ରଣା, ଅଭୟ ସିଂ ରାଜପୁତ ସମେତ ନାରୀସଂଘର ସଦସ୍ୟାମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.