ଚାରି ନମ୍ୱର ପ୍ଲାଟଫର୍ମରେ ଅଟକିବ ଯାତ୍ରୀବାହୀ ଟ୍ରେନ
ମାରଓ୍ବାଡି ୟୁବା ମଞ୍ଚ ଦେବ ଦୁଇଟି ବେଟ୍ରି ଚଳିତ ଗାଡ଼ି
ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): କଳାହାଣ୍ଡି ଜିଲ୍ଲା କେସିଙ୍ଗା ରେଳ ଷ୍ଟେସନ ପରିଦର୍ଶନ କରିଛନ୍ତି ଡିଆରଏମ। ରେଳ ବିଭାଗ ଡିଆରଏମଙ୍କ ଟିଟଲାଗଡରୁ ମୁନିଗୁଡା ପଯ୍ୟନ୍ତ ପରିଦର୍ଶନ ଥିଲା। ଏହି କ୍ରମରେ ସେ ସକାଳ ୧୦ ଘଣ୍ଟା ସମୟରେ କେସିଙ୍ଗା ରେଳ ଷ୍ଟେସନରେ ପହଞ୍ଚି ବିଭିନ୍ନ ସମସ୍ୟା ଓ ତାହାର ସମାଧାନ ବିଷୟରେ ରେଳ କର୍ତ୍ତୃପକ୍ଷଙ୍କ ସହିତ କଥାବାର୍ତ୍ତା କରିଥିଲେ। ପରେ କେସିଙ୍ଗା ନଗର ବିଜେପି ପକ୍ଷରୁ ଏକ ପ୍ରତିନିଧି ଦଳ ଡିଆରଏମଙ୍କୁ ଭେଟି ଷ୍ଟେସନର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବା ସହିତ ୪ ନମ୍ବର ପ୍ଲାଟଫର୍ମରେ ଟ୍ରେନ ରହଣି ପାଇଁ ଏକ ଦାବୀ ପତ୍ର ଦେଇଥିଲେ। ଏ ଠାରେ ପ୍ରକାଶ ଥାଉ କି କିଛି ଦିନ ତଳେ ଭବାନୀପାଟଣା ବିଧାୟକ ପ୍ରଦୀପ କୁମାର ନାଏକ ମଧ୍ୟ କେସିଙ୍ଗା ରେଳ ଷ୍ଟେସନର ୪ ନମ୍ବର ପ୍ଲାଟଫର୍ମରେ ଟ୍ରେନ ରହଣି ପାଇଁ ଡିଆରଏମଙ୍କୁ ଚିଠି ଲେଖି ଜଣାଇଥିଲେ। ପରେ ସମସ୍ତ କଥା ଶୁଣିଲା ପରେ ୪ ନମ୍ବର ପ୍ଲାଟଫର୍ମରେ ୨ ଟି ଟ୍ରେନ ଅଟକିବାକୁ ଡିଆରଏମ ରାଜି ହୋଇ ଥିଲେ। ବିଶାଖାପାଟଣା-କୋରବା ଏକ୍ସପ୍ରେସ ଓ ବିଶାଖାପାଟଣା-ଦୁର୍ଗ ପାସେନଜର ଟ୍ରେନ ଅଟକିବା ପାଇଁ ସ୍ଥିର କରାଯାଇଛି। ପରେ ଦୁଇଟି ବ୍ୟାଟ୍ରି ଚଳିତ ଗାଡ଼ି ପ୍ଲାଟଫର୍ମ ନଂ୧ ଓ ପ୍ଲାଟଫର୍ମ ନଂ୪ ପାଇଁ ଅନୁମତି ଦେବାପାଇଁ ଡିଆରଏମଙ୍କୁ ଅନୁରୋଧ କରାଯାଇଥିଲା, ଏଥି ପାଇଁ ସେ ରାଜି ହୋଇଥିବା ଜଣାପଡ଼ିଛି। ଦୁଇ ଟି ବ୍ୟାଟ୍ରି ଚଳିତ ଗାଡ଼ି ମାରଓ୍ବାଡି ଯୁବା ମଞ୍ଚ ତରଫରୁ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏହି ବିଜେପି ପ୍ରତିନିଧି ଦଳରେ ଉପସ୍ଥିତ ଥିଲେ ବିଧାୟକଙ୍କ କେସିଙ୍ଗା ନଗର ପ୍ରତିନିଧି ସଞ୍ଜୟ କୁମାର ଜୈନ, କେସିଙ୍ଗା ନଗର ବିଜେପି ସଭାପତି ମଗନ ସିନ୍ଦୁର, ପ୍ରିତେଶ ପଟେଲ, ସନ୍ତୋଷ ଦାସ, ସତ୍ୟବ୍ରତ ଦାସ, ସୁନିଲ ଜୈନ, ବିମଲ ବାଗ ପ୍ରମୁଖ।