ଉତ୍ସାହ ୨୦୨୨ ଉଦ୍ଘାଟିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭବାନୀପାଟଣା ସ୍ଥିତ କଳାହାଣ୍ଡି ବିଶ୍ଵ ବିଦ୍ୟାଳୟ ଖେଳ ପଡ଼ିଆରେ କଳାହାଣ୍ଡି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ “ଉତ୍ସାହ-୨୦୨୨” ଆୟୋଜିତ ହୋଇଛି। ଏଥିରେ କଳାହାଣ୍ଡି ଜିଲ୍ଲାର ଶିଶୁ ଯତ୍ନ ଅନୁଷ୍ଠାନ ଗୁଡିକର ୨୦୦ ରୁ ଉର୍ଦ୍ଧ୍ବ ଅନ୍ତେବାସୀ ବାଳକ ବାଳିକା ଅଂଶଗ୍ରହଣ କରିଥିଲେ। ଉଦଘାଟନ ଉତ୍ସବରେ କଳାହାଣ୍ଡି ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର ସଂଜୟ ଶତପଥୀ ମୁଖ୍ୟ ଅତିଥି ଓ ଶିଶୁ ମଙ୍ଗଳ ସମିତିର ସଦସ୍ୟ ସତ୍ୟ ନାରାୟଣ ମହାପାତ୍ର ସମ୍ମାନିତ ଅତିଥି ଭାବରେ ଯୋଗଦେଇ “ଉତ୍ସାହ-୨୦୨୨”କୁ ଉଦଘାଟନ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଉଭୟ ବାଳକ ଓ ବାଳିକା ବର୍ଗରେ ୧୦୦ ମିଟର, ୨୦୦ ମିଟର ଦୌଡ଼, ଲମ୍ବଡିଆଁ, ଚେସ ଓ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ଜିଲ୍ଲା ସ୍ତରୀୟ ଉତ୍ସାହ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ଅନ୍ତେବାସୀମାନେ ରାଜ୍ୟ ସ୍ତରୀୟ “ଉତ୍ସାହ-୨୦୨୨”ରେ ଅଂଶଗ୍ରହଣ କରିବେ। ଜିଲ୍ଲା ସ୍ତରୀୟ ଉତ୍ସାହ କାର୍ଯ୍ୟକ୍ରମର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।

Udyog Nursery
Udyogi Nursery

ବାଲ ଗୋପାଳ ସେବା ନିକେତନର ସମ୍ପାଦକ ହେମନ୍ତ ମୁଣ୍ଡ ଉଦଘାଟନୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ପିଓଆସି ଅଂଶୁମାନ ବାବୁ, ପିଓ ଏନଆଇସି ରାଜଲକ୍ଷ୍ମୀ ଦାଶ, ଏଲପିଓ ସୁଧାଂଶୁ ମହାପାତ୍ର, ଅବିନାଶ ତ୍ରିପାଠୀ, ଜୟଶ୍ରୀ ପାଣି, ପ୍ରତୀକ ପଟ୍ଟନାଏକ, ଶୁଭାଶିଷ ପାଣିଗ୍ରାହୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.