ଓଲଟି ପଡିଲା ପିକନିକ୍ ବସ୍, ୨ ଛାତ୍ର ମୃତ

ଓଡ଼ିଆ ବାର୍ତ୍ତା/ ରାୟଗଡ: ମହାରାଷ୍ଟ୍ରର ରାୟଗଡ ଜିଲ୍ଲାରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏକ ସ୍କୁଲ ଛାତ୍ରଛାତ୍ରୀ ଭର୍ତ୍ତି ବସ୍ ଓଲଟି ପଡିଛି। ରାୟଗଡର ଖୋପୋଲି ପୋଲିସ ଷ୍ଟେସନ ନିକଟରେ ଏହି ଦୁର୍ଘଟଣା ଘଟିଛି । ବସରେ ମୋଟ୍ ୪୮ ଜଣ ଛାତ୍ରଛାତ୍ରୀ ଥିଲେ। ବସଟି ଓଲଟି ପଡିବାରୁ ଦୁର୍ଘଟଣାରେ ୨ ଜଣ ଛାତ୍ରଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଅନେକ ଛାତ୍ର ଆହତ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଗୁରୁତର ରହିଛି। ଥାନା ଅଧିକାରୀ ଗୌରୀ ମୋରି ପାଟିଲ କହିଛନ୍ତି ଯେ ଛାତ୍ରଛାତ୍ରୀ ମାନେ ପିକନିକ୍ କରି ଫେରୁଥିଲେ ଏହି ସମୟରେ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଦୁଇ ଜଣ ଛାତ୍ର ପ୍ରାଣ ହରାଇଛନ୍ତି। ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି।

Omkar Vasthu
Omkar Vasthu

ଏହି ବସ୍ ମୁମ୍ବାଇ ପୁଣେ ଏକ୍ସପ୍ରେସୱେରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଛାତ୍ରଛାତ୍ରୀଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଛି। ଏହି ବସ୍ ମୁମ୍ବାଇର ଚେମ୍ବୁରରୁ ମାଭାଲ ଅଭିମୁଖେ ଯାତ୍ରା କରିଥିଲା। ଏହି ବସ୍ ମାଭାଲରେ ଅବସ୍ଥିତ ଥିମ୍ ପାର୍କକୁ ଯାଇଥିଲା। ମାଭାଲରୁ ଫେରୁଥିବା ସମୟରେ ବସ୍ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। କୁହାଯାଉଛି ଯେ ଏହି ଛାତ୍ରମାନେ ଏକ ଘରୋଇ କୋଚିଂ ସେଣ୍ଟରର । ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ସ୍ଥାନୀୟ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚିଥିଲେ। ସମସ୍ତ ଆହତ ରୋଗୀଙ୍କୁ ତୁରନ୍ତ ପ୍ରଶାସନ ମାଧ୍ୟମରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତ ଛାତ୍ରମାନଙ୍କୁ ଖୋପୋଲିର ସରକାରୀ ଏବଂ ବେସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାର ଶିକାର ହୋଇଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଖୋପୋଲି ପୋଲିସ କାମ କରୁଛି। ଦ୍ରୁତି ଗତି ସହିତ ବ୍ରେକ୍ ଫେଲ୍ ଦୁର୍ଘଟଣା ପଛର ମୂଳ କାରଣ ବୋଲି କୁହାଯାଉଛି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.