‘ଏକନିଷ୍ଠ ସାଧନାରେ ମଗ୍ନ ରହୁ କବି’

‘ଅ’ ମହୋତ୍ସବ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଳା ର ଅନ୍ୟତମ ସାହିତ୍ୟ ଅନୁଷ୍ଠାନ ‘ଅ’ ପରିବାର ତରଫରୁ ‘ଅ’ ମହୋତ୍ସବ ମ.ରାମପୁର ବ୍ଲକ ମୁଡ଼ିଂ ପଂଚାୟତ ଅନ୍ତର୍ଗତ ଶାନ୍ତିବନର ପ୍ରାକୃତିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହେଇଯାଇଛି । ଏହି ଉତ୍ସବରେ ଅତିଥିମାନେ ଯୋଗଦେଇ କବିଟିଏ ଏକନିଷ୍ଠ ସାଧନାରେ ମଜ୍ଜି ରହୁ ବୋଲି ମତପୋଷଣ କରିଥିଲେ । ଅ ପତ୍ରିକାର ପ୍ରତିଷ୍ଠାତା ସଭାପତି ନରେଶଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବରେ ସାମଜସେବୀ ଚିତ୍ତରଂଜନ ମଣ୍ଡଳ, ମୁଖ୍ୟ ବକ୍ତା ନାଟ୍ୟକାର, ଗବେଷକ ପ୍ରାଧ୍ୟାପକ ଶୈଳେନ୍ଦ୍ର ପ୍ରସାଦ ଆଚାର୍ଯ୍ୟ, ସମ୍ମାନୀତ ଅତିଥି ଭାବରେ ମ.ରାମପୁର ସରପଂଚ ବିଣାପାଣି ସାହୁ, ବିଜେପୁର ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ କୁମାର ମିଶ୍ର ଯୋଗଦେଇଥିବାବେଳେ ସମାଜସେବୀ ସତ୍ୟ ନାରାୟଣ ସାହୁ ମଂଚ ପରିଚାଳନା କରିଥିଲେ ।

ଦ୍ୱିତୀୟ ଅଧିବେଶନରେ କବିତା ପାଠୋତ୍ସବକୁ ସଂଯୋଜନା କରିଥିଲେ ଯୁବ କବି ହେମନ୍ତ ସାହୁ ଓ ରମାକାନ୍ତ ସିଂ ସାହାଣୀ । ଅତିଥି ଭାବରେ ପେଂଜୋରାଣୀର ସଂପାଦିକା ସଂଜିତା ପ୍ରଧାନ, କବି ଗଣପତି ନାୟକ, ସଂଜୀବ ନାଗ, ପ୍ରତାପ କେଶରୀ ସାହୁ ପ୍ରମୁଖ ମଂଚାସୀନ ରହିଥିଲେ । ଯୁବ କବି ଡ଼ିଲେଶ୍ୱର ମିଶ୍ର, ସଂଗୀତା ମୋହନ ଗହୀର, ଗଣେଷ ଚନ୍ଦ୍ର ପୃଷ୍ଠି, ବାଦଲ ନନ୍ଦ, ଅଗ୍ନି କୁମାର ସାହୁ, ରମାକାନ୍ତ ସିଂ ସାହାଣୀ, ସ୍ୱପ୍ନା ବାରିକ, ସଂଯୁକ୍ତା ପୁରୋହିତ, ରଶ୍ମିତା ବାଗ, ସସ୍ମିତା ମହାଖୁଡ଼, ନେପାଳ
ଘିଭେଲା, ହେମାଳ ବେଶ୍ରା, ଅରୁଣ ପ୍ରଧାନୀ, ପ୍ରମୋଦ ସାହୁ, ଝରଣା ପ୍ରଧାନୀ, ସୁଶାନ୍ତ ମିଶ୍ର, କବି ଦିନେଶ ଅଗ୍ରୱାଲା, ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲୋ ଏହି‌ ଅବସରରେ କଳାହାଣ୍ଡିଆ ଶବ୍ଦ କୋଷର ଲେଖକ ଅଧ୍ୟାପକ ପରମେଶ୍ୱର ମୁଣ୍ଡଙ୍କୁ ଅ ପରିବାର ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅ ପତ୍ରିକା ର ମୁଖ୍ୟ ସଂପାଦକ ତପନ କୁମାର ସାହୁ, ସଂପାଦକ ବିଶ୍ୱନାଥ ସାହୁ, ଯୁବକବି କାହ୍ନୁ ଚରଣ ସାହୁ, ଦୀପକ କୁମାର ସାହୁ, ରାକେଶ କୁମାର ଶତପଥୀ, ରିତେଶ କୁମାର ଶତପଥୀ, ଡ଼ାକ୍ତର ଲୋକନାଥ ସାହୁ, ନବୀନ ସାହୁ, ସନତ ସାହୁ
ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.