ଜାନୁଆରୀ ୨୫ରୁ ଆରମ୍ଭ ହେବ ଶ୍ରୀ ଜଗନ୍ନାଥ ଯାତ୍ରା ପର୍ଯ୍ୟଟନ ଟ୍ରେନ୍, ଜାଣନ୍ତୁ ସବିଶେଷ ବିବରଣୀ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ରେଳବାଇର ଭାରତ ଗୌରବ କାର୍ଯ୍ୟକ୍ରମ ଅନ୍ତର୍ଗତ ଶ୍ରୀଜଗନ୍ନାଥ ଯାତ୍ରା ପର୍ଯ୍ୟଟକ ଟ୍ରେନ ଜାନୁଆରୀ ୨୫ରୁ ଆରମ୍ଭ ହେବ। ଉତ୍ତର ପ୍ରଦେଶ, ବିହାର, ଝାଡ଼ଖଣ୍ଡ ଓ ଓଡ଼ିଶାର ପ୍ରମୁଖ ତୀର୍ଥସ୍ଥଳୀ ଓ ଐତିହ୍ୟସ୍ଥଳୀ ପରିଦର୍ଶନ କରିବେ। ପୁରୀର ଜଗନ୍ନାଥ ମନ୍ଦିର ବ୍ୟତୀତ ଝାଡ଼ଖଣ୍ଡର ପ୍ରାଚୀନ ପବିତ୍ର ସହର ବାରଣାସୀ, ଗୟା ଓ ଦେଓଘରର ବୈଦ୍ୟନାଥ ଧାମ ମନ୍ଦିରକୁ ମଧ୍ୟ ଯିବେ। ଭାରତୀୟ ରେଲଓ୍ୱେ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ (ଆଇଆରସିଟିସି) ପକ୍ଷରୁ ଜାରି ଏକ ବୟାନରେ କୁହାଯାଇଛି ଯେ ଘରୋଇ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ସରକାରଙ୍କ ‘ଦେଖୋ ଅପନା ଦେଶ’ ଯୋଜନାରେ ଭାରତ ଗୌରବ ଟୁରିଷ୍ଟ ଟ୍ରେନ୍ ଚଳାଚଳ କରାଯାଉଛି। ପ୍ରତି ବ୍ୟକ୍ତି ପିଛା ଭଡା ୧୭,୬୫୫ ଟଙ୍କା ରହିଛି। ଏହି ଯାତ୍ରା ପାଇଁ ରେଳବାଇ ଯାତ୍ରୀଙ୍କୁ ପାଖାପାଖି ୩୩ ପ୍ରତିଶତ ରିହାତି ଦେଉଛି। ଅତ୍ୟାଧୁନିକ ଏସି ରେକ୍ ଦ୍ୱାରା ସୁସଜ୍ଜିତ ଏହି ଟୁରିଷ୍ଟ ଟ୍ରେନ୍ ଜାନୁଆରୀ ୨୫ ତାରିଖରେ ଦିଲ୍ଲୀର ସଫଦରଜଙ୍ଗ ରେଲଓ୍ବେ ଷ୍ଟେସନରୁ ଯାତ୍ରା ଆରମ୍ଭ କରି ଫେବୃଆରୀ ୧ ତାରିଖରେ ଫେରିବ। ପର୍ଯ୍ୟଟକମାନେ ଗାଜିଆବାଦ, ଆଲିଗଡ଼, ଟୁଣ୍ଡଲା, ଇଟାଓ୍ବା, କାନପୁର ଏବଂ ଲକ୍ଷ୍ନୌ ଷ୍ଟେସନରେ ଟ୍ରେନରେ ଚଢ଼ିବା କିମ୍ବା ଓହ୍ଲାଇବାର ବିକଳ୍ପ ରହିବ। ଏହି ଆଠ ଦିନିଆ ଯାତ୍ରାର ପ୍ରଥମ ପର୍ୟ୍ୟାୟ ବାରଣାସୀରୁ ଆରମ୍ଭ ହେବ। ପର୍ଯ୍ୟଟକମାନେ କାଶୀ ବିଶ୍ୱନାଥ ମନ୍ଦିର, ଗଙ୍ଗାର ଘାଟକୁ ସଂଯୋଗ କରୁଥିବା କରିଡର ଏବଂ ନଦୀ କୂଳରେ କରାଯାଉଥିବା ଆରତିକୁ ଦେଖିପାରିବେ।ଏହାପରେ ଟ୍ରେନଟି ଝାଡ଼ଖଣ୍ଡର ଜସିଡିହ ରେଳ ଷ୍ଟେସନରେ ପହଞ୍ଚିବ ଏବଂ ସେଠାରୁ ପର୍ଯ୍ୟଟକମାନେ ବୈଦ୍ୟନାଥ ଧାମ ମନ୍ଦିରକୁ ଯିବେ। ଏହା ପରେ ପୁରୀରେ ପହଞ୍ଚିବ ଯେଉଁଠାରେ ହୋଟେଲ ଗୁଡିକରେ ଦୁଇ ରାତି ରହିବେ। ଓଡ଼ିଶାରେ ପର୍ଯ୍ୟଟକମାନେ ଜଗନ୍ନାଥ ମନ୍ଦିର ଓ ପୁରୀର ସୁବର୍ଣ୍ଣ ବେଳାଭୂମି, କୋଣାର୍କର ସୂର୍ଯ୍ୟ ମନ୍ଦିର ଓ ଭୁବନେଶ୍ୱରରେ ମନ୍ଦିର ବୁଲିବେ। ଗୟା ଏହାର ଶେଷ ଗନ୍ତବ୍ୟସ୍ଥଳ ହେବ ଯେଉଁଠାରେ ପର୍ଯ୍ୟଟକମାନେ ବିଷ୍ଣୁପଦ ମନ୍ଦିର ଦର୍ଶନ କରିବେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.