ପାହାଡପଦର ପିଇଓଙ୍କ ଦ୍ବାରା ସରକାରୀ ଅନୁଦାନ ରାଶି ହଡପ ପ୍ରସଙ୍ଗ: ଆରମ୍ଭ ହେଲା ଭିଜିଲାନ୍ସ ତଦନ୍ତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ ବ୍ଲକ ପାହାଡପଦର ଗ୍ରାମପଞ୍ଚାୟତର ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟରତ ଦେବାନନ୍ଦ ସାଗର ବ୍ୟାପକ ପରିମାଣର ସରକାରୀ ଅନୁଦାନ ରାଶି ହଡପ କରିଥିବା ନେଇ ଅଭିଯୋଗ ହେବା ପରେ ପ୍ରଶାସନ ସହିତ ଭିଜିଲାନ୍ସ ବିଭାଗ ତଦନ୍ତ ଆରମ୍ଭ କରିଛନ୍ତି। ଏବିଡିଓ ବିଭୁତିଭୂଷଣ ଶତପଥି, ଜିପିଇଓ ସରୋଜ ପ୍ରଧାନ ପ୍ରମୁଖ ପଞ୍ଚାୟତକୁ ଯାଇ ତଦନ୍ତ କରିଥିବାବେଳେ ଭିଜିଲାନ୍ସର ଏକ ସ୍ୱତନ୍ତ୍ର ଟିମ୍ ମଧ୍ୟ ପାହାଡପଦର ଯିବା ସହିତ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ସୂଚନାନୁଯାୟୀ, ପାହାଡପଦର ଗ୍ରାମପଂଚାୟତ ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟରତ ଦେବାନନ୍ଦ ପଂଚାୟତକୁ ଆସିଥିବା ପଞ୍ଚଦଶ କେନ୍ଦ୍ରୀୟ ଅର୍ଥ କମିଶନର ୨୪ ଲକ୍ଷ ୭୦ ହଜାର ୭୧୩ ଟଙ୍କା ଚେକ୍ ଜରିଆରେ ଉଠାଣ କରି ବ୍ୟକ୍ତିଗତ ଭାବେ ହଡପ କରିଛନ୍ତି । ସେହିପରି ପଂଚମ ରାଜ୍ୟ ଅର୍ଥ କମିଶନର ଅନୁଦାନ ପାଣ୍ଠି ୧୭ ଲକ୍ଷ ୧୫ ହଜାର ୨୦୬ ଟଙ୍କା ମଧ୍ୟ ସେ ବେଆଇନ ଭାବେ ଉଠାଣ କରି ନେଇଥିବା ଅଭିଯୋଗ ହୋଇଛି । ଏଇ ଅଂଚଳର ବୃଦ୍ଧବୃଦ୍ଧା ମାନେ ମାସିକ ଭତା ଭାବେ ପାଇବାକୁ ଥିବା ୫ ଲକ୍ଷ ୩୨ ହଜାର ଟଙ୍କା ମଧ୍ୟ ସେ ଚେକ୍ ଜରିଆରେ ଉଠାଇ ନେବା ସହିତ ଆତ୍ମସାତ କରି ଫେରାର ହୋଇଯାଇଛନ୍ତି । ତେବେ ସରପଞ୍ଚ ଲକ୍ଷ୍ମଣ ମାଝୀଙ୍କ ଜାଲ୍ ଦସ୍ତଖତ କରି ୪୭ ଲକ୍ଷ ୧୭ ହଜାର ୯୭୯ ଟଙ୍କା ସେ ଆତ୍ମସାତ କରିଥିବାବେଳେ କେବଳ ପାହାଡପଦର ନୁହେଁ ସମଗ୍ର ଜିଲ୍ଲାରେ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ କଳା କାରନାମାକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.