ଉତ୍କଳ ଆଲୁମିନା ବ୍ୟାଡମିଂଟନ ପ୍ରିମିୟର ଲିଗ୍ ଟୁର୍ଣ୍ଣାମେଂଟ ଉଦଯାପିତ

ଓଡ଼ିଆ ବାର୍ତ୍ତା/ ରାୟଗଡା/ କାଶିପୁର: ରାୟଗଡା ଜିଲ୍ଳା କାଶିପୁର ବ୍ଳକ ନୂଆପଡା ସ୍ଥିତ ନୂଆପଡା ଟାଉନସିପ୍ ମଲଟିପରପଜ୍ ହଲ ଠାରେ ଜାନୁଆରୀ ୫ତାରିଖ ଠାରୁ ୭ତାରିଖ ପର୍ଯ୍ୟନ୍ତ ୩ଦିନ ଧରି ଉତ୍କଳ ଆଲୁମିନା ବ୍ୟାଡମିଂଟନ ପ୍ରିମିୟର ଲିଗ୍ ଟୁର୍ଣ୍ଣାମେଂଟ ଅନୁଷ୍ଠିତ ହୋଇଥିଲା । ଟୁର୍ଣ୍ଣାମେଂଟର ଶେଷ ଦିନ ଅର୍ଥାତ୍ ଫାଇନାଲ ମ୍ୟାଚ ପ୍ରତିଯୋଗିତାରେ ଉତ୍କଳ ଆଲୁମିନା କମ୍ପାନୀ ୟୁନିଟ୍ ହେଡ୍ ତଥା ସଭାପତି ମଜହର ବେଗ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଜୟୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରି ଉତ୍ସାହିତ କରିବା ସହ ଆୟୋଜକ କମିଟିକୁ ସାଧୁବାଦ ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କୈାଶିକ୍ ମିଶ୍ରା, ମୁକେଶ ଝା ପ୍ରମୁଖ ଉପସ୍ଥିତ ରହିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଫାଇନାଲ ମ୍ୟାଚର ମ୍ୟାନ୍ସ ଡବଲ୍ସ ବର୍ଗରେ ଦିବ୍ୟଜ୍ୟୋତି ବହିଦାର, ଅନୁପ ଭାରିମଲ୍ଳ ଏବଂ ଶୁଭଙ୍କର ପଣ୍ଡା ଏବଂ ବାବୁନା ତ୍ରିପାଠୀଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଦିବ୍ୟଜ୍ୟୋତି ଏବଂ ଅନୁପ ବିଜେତା ହୋଇଥିଲେ । ସେହିପରି ମ୍ୟାନ୍ସ ସିଙ୍ଗଲ ବର୍ଗରେ ସ୍ନେହାଶିଷ ଭତ୍ରା ବିଜେତା ହୋଇଥିବା ବେଳେ ଜଗନ୍ନାଥ ନାହାକ ରନର୍ସ ଅପ୍ ହୋଇଛନ୍ତି । ସେହିପରି ମିକ୍ସ ଡବଲ୍ସରେ ସ୍ନେହାଶିଷ ଭତ୍ରା ଏବଂ ଜସ୍ମିନ ନାୟକ ପୁରସ୍କୃତ ହୋଇଥିଲେ ।

Udyog Nursery
Udyogi Nursery

ପ୍ରକାଶ ଥାଉ କି, ଦୀର୍ଘ ୨ବର୍ଷ ଧରି ମହାମାରୀ କରୋନା କଟକଣାରେ ଟୁର୍ଣ୍ଣାମେଂଟ ଅନୁଷ୍ଠିତେ ହୋଇ ପାରି ନ ଥିଲା । ତେବେ ଚଳିତ ବର୍ଷ ଠାରୁ ପୁଣିଥରେ ଏହି ଟୁର୍ଣ୍ଣାମେଂଟ ଆରମ୍ଭ କରାଯାଇ ଖେଳାଳୀଙ୍କ ମଧ୍ୟରେ ଏକ ଉତ୍ସାହ ତଥା ଜିଲ୍ ଆଣିବା ପାଇଁ ଏହାକୁ ଆରମ୍ଭ କରାଗଲା ବୋଲି ସଦସ୍ୟ ଆଲାରାଭ ଭତ୍ରା ପ୍ରକାଶ କରିଛନ୍ତି । ଏହି ଟୁର୍ଣ୍ଣାମେଂଟକୁ ଆୟୋଜକ କମିଟି ସଦସ୍ୟ ଗୋବିନ୍ଦ ନାୟକ, ଦୀପକ ରାଉତ, ଆଲାରାମ ଭତ୍ରା, ରବି ଦାସ, ଶଶାଙ୍କ, ଅମ୍ବ୍ରିସ୍‌, ରୋହିତ ଓ ବିନୋଦ ପୂଜାରୀ ପ୍ରମୁଖ ପରିଚାଳାନ କରିଥିଲେ ।

ରାୟଗଡ଼ାରୁ ଶିବ ନାରାୟଣ ଗୈାଡଙ୍କ ସହ ଆଲାରାମ ଭାତ୍ରାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.